10 ଲକ୍ଷ ଟଙ୍କା କିଛି ନୁହେଁ ମୁଁ ଆହୁରି ବି ଦେଇଥାନ୍ତି ମୋ ଭାଇକୁ… କାନ୍ଦି ପକାଇଲେ Ardhendu Sundar…!

ପରିବାରରେ କାହାର ଦେହ ଖରାପ ଦେଲେ କିଭଳି ଲାଗେ ତାହା ମୁଁ ଭଲ ଭାବେ ଜାଣିଥିଲି । କାରଣ ମୋ ବାପା ବି ସେତେବେଳେ କିଡନୀ ସମସ୍ୟାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଥିପାଇଁ ତ ପିଣ୍ଟୁ ଭାଇଙ୍କ କଥା ଜାଣିବା ପରେ ମୁଁ ତାଙ୍କ ପାଖକୁ ଦୌଡି ଆସିଥିଲି । ମୁଁ ମୋ ପରିବାରର ଦୁଃଖ ପିଣ୍ଟୁ ଭାଇଙ୍କ ପରିବାର ଆଖିରେ ଅନୁଭବ କରି ପାରିଥିଲି । ସେଥିପାଇଁ କିଛି ସାହାଯ୍ୟ କରିଥିଲି ପିଣ୍ଟୁ ଭାଇଙ୍କୁ । ଖାଲି 10 ଲକ୍ଷ କଣ ଦରକାର ହେଲେ ମୁଁ ଆହୁରି ବି ଦେଇଥାନ୍ତି ଆଉ ମୋ ଭାଇ ଭଲ ହୋଇ ଯାଇଥାନ୍ତା ।

ମୋତେ ସେ କହିକି ଯାଇଥିଲା ମୁଁ ଫେରିବି ଆଉ ଆଗାମୀ ପ୍ରୋଜେକ୍ଟରେ ଆମେ ଏକାଠି କାମ କରିବା । ଅଭିନେତା ପିଣ୍ଟୁ ନନ୍ଦ ଯେଉଁ ଦିନ ଦିଲ୍ଲୀ ଗଲେ ସେଦିନ ଅର୍ଦ୍ଧେନ୍ଦୁଙ୍କୁ ଦେଖା କରିଥିଲେ । ଆଉ ତାଙ୍କୁ ଏମିତି କିଛି କହି କାନ୍ଦି ପକାଇଥିଲେ ପିଣ୍ଟୁ । ହେଲେ ଅର୍ଦ୍ଧେନ୍ଦୁ ତାଙ୍କ ପିଠି ଥାପୁଡେଇ ଦେଇ କହିଥିଲେ ହଁ ଭାଇ ତୁମେ ନିଶ୍ଚୟ ଫେରିବ । ଦେଖିବ ଏ ରୋଗ ତୁମ ପାଖରେ ନିଶ୍ଚୟ ହାରିଯିବ ।

ଏଥର ପିଣ୍ଟୁ ତ ଫେରିଲେ ସତ ହେଲେ ତାଙ୍କ ଶରୀର ଏକ କଫିନ ଭିତରେ ଥିଲା । ଅନେକ ଆଶା ନେଇ ଦିଲ୍ଲୀ ଯାଇଥିଲେ ପିଣ୍ଟୁ ନନ୍ଦ । ଲିଭର ଟ୍ରାନ୍ସପ୍ଳାଣ୍ଟ ପରେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଭାବିଥିଲେ । ଖୁବ ଶୀଘ୍ର ଭଲ ହୋଇ ଅଭିନୟ ଜଗତକୁ ଫେରିବେ ବୋଲି ତାଙ୍କ ମନରେ ବିଶ୍ବାସ ଥିଲା । ହେଲେ ଜୀବନ ଯୁଦ୍ଧରେ ଲଢିବା ସେତେ ସହଜ ନଥିଲା ।

ଏହି ସଂଘର୍ଷ ପିଣ୍ଟୁଙ୍କ ଉପରେ ଭାରି ପଡିଲା । ସେ ଯେଉଁ ରାଇଜକୁ ଚାଲି ଯାଇଛନ୍ତି ସେଠାରୁ ଆଉ କେବେବି ଫେରି ଆସିବେ ନାହିଁ । ପିଣ୍ଟୁ ନନ୍ଦଙ୍କୁ 10 ଲକ୍ଷ ଟଙ୍କାର ସାହାଯ୍ୟ ଦେଇ ନିଜ ମଣିଷପଣିଆ ଦେଖାଇଥିଲେ ଅର୍ଦ୍ଧେନ୍ଦୁ ସୁନ୍ଦର । ଏଇଟା ସାହାଯ୍ୟ ନୁହେଁ ବରଂ ମୋ ବଡ ଭାଇ ପ୍ରତି କର୍ତ୍ତବ୍ୟ ଥିଲା ବୋଲି କହିଥିଲେ ଅର୍ଦ୍ଧେନ୍ଦୂ ।

ସେ କର୍ତ୍ତବ୍ୟ କରିଥିଲେ ଏବଂ ଆହୁରି ମଧ୍ୟ କରିଥାନ୍ତେ ହେଲେ ପିଣ୍ଟୁ ନନ୍ଦ ଆଉ ସେ ସୁଯୋଗ ଦେଲେ ନାହିଁ । ଆଜି ପିଣ୍ଟୁ ଭାଇଙ୍କୁ ଦେଖିବାକୁ ଅର୍ଦ୍ଧେନ୍ଦୁଙ୍କ ମନରେ ସାହାସ ଜୁଟି ପାରୁ ନଥିବ । ସମସ୍ତଙ୍କୁ କନ୍ଦେଇ ଚିରଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ଏହି ଚିରଞ୍ଜିବୀ କଳାକାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।