ବୁଢା ବୟସରେ ବୋହୂକୁ ବାହା ହେଲା ଶ୍ଵଶୁର, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ, ଭାଇରାଲ ହେଉଛି ଅଜବ ବାହାଘରର ଭିଜୁଆଲ

ବୁଢା ବୟସରେ ବୋହୂ ମୁଣ୍ଡରେ ସିନ୍ଦୂର ଓ ବେକରେ ବରଣମାଳା ଦେଲେ ଶ୍ଵଶୁର । ବୋହୂକୁ ମାତ୍ର 28 ବର୍ଷ ବୟସ ହୋଇଥିବା ବେଳେ ଶ୍ଵଶୁରର ବୟସ 70 ବର୍ଷ । ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ । ପୁଅ ସହ ବାହା ଦେଇ ଯାହାକୁ ଘରର ବୋହୂ କରି ଆଣିଥିଲେ ଶେଷରେ ତାକୁ ହିଁ ମନ୍ଦିରରେ ବିବାହ କରି ପତ୍ନୀର ମାନ୍ୟତା ଦେଇଛନ୍ତି ଏହି ବୃଦ୍ଧ ଶ୍ଵଶୁରଜଣକ । ବୁଢା ବୟସରେ 28 ବର୍ଷିୟା ପୁତ୍ରବଧୂକୁ ବାହା ହୋଇ ଏବେ ଚର୍ଚ୍ଚାରେ ଅଛନ୍ତି ଉତ୍ତର ପ୍ରଦେଶ କୌରବପୁର ଅଞ୍ଚଳର କୈଳାସ ଯାଦବ ।

ଅନେକ ଏକଥାକୁ ବିଶ୍ବାସ କରି ପାରୁ ନଥିଲେ ମଧ୍ୟ ସୋସିଆଲ ମିଡିଆରେ ଏହି ବରବଧୂଙ୍କ ଫଟୋ ଏବେ ନିଆଁ ଲଗାଇଛି । ଏହି ଫଟୋ ଏବଂ ଭିଡିଓକୁ ଖୁବ ଜୋରରେ ଶେୟାର କରିବା ସହ ଏହାକୁ ନେଇ ନାନା ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି ୟୁଜର୍ସମାନେ । ଏହି ଖବର ଏବେ ସୋସିଆଲ ମିଡିଆରେ କୌତୁହଳ ପ୍ରକାଶ କରୁଥିବା ବେଳେ କୈଳାସ ଯାଦବ 70 ବର୍ଷ ବୟସରେ ନିଜ ବୋହୂକୁ ପତ୍ନୀ ଭାବେ ଗ୍ରହଣ କରିଛନ୍ତି ।

ଆଉ ସବୁଠୁ ବଡ କଥା ହେଉଛି ଉଭୟ ଶ୍ଵଶୁର ଓ ବୋହୂଙ୍କ ସମ୍ମତି କ୍ରମେ ହିଁ ଏହି ବିବାହ ହୋଇଛି । ମିଳିଥିବା ଖବର ଅନୁସାରେ ଏହି ବିବାହରେ ଶ୍ଵଶୁର ଯେତିକି ଖୁସି ଅଛନ୍ତି ତାଙ୍କ ବୋହୂ ମଧ୍ୟ ସେତିକି ଖୁସି ଅଛନ୍ତି । ପରିବାର ଓ ସମାଜ କାହାରିକୁ ଖାତିର ନକରି ଶ୍ଵଶୁରଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ବୋହୂ । ଆପଣ ଭାବୁଥିବେ ଏମିତି କଣ ପରିସ୍ଥିତି ହେଲା ଯେ ବୋହୂ ଶ୍ଵଶୁରଙ୍କୁ ବାହା ହେବା ଭଳି ଅଜବ ନିଷ୍ପତ୍ତି ନେଲେ ?

କୈଳାସ ଯାଦବଙ୍କ ପତ୍ନୀ 12 ବର୍ଷ ତଳେ ମୃ-ତ୍ୟୁ-ବ-ର-ଣ କରିଥିବା ବେଳେ କୈଳାସଙ୍କ ଚାରୋଟି ସନ୍ତାନ ଅଛନ୍ତି । ତେବେ ତାଙ୍କର 3 ନଂ ପୁଅର ମୃତ୍ୟୁ ପରେ ତାଙ୍କ ବୋହୂ ପୂଜା ଏକାକୀ ହୋଇ ଯାଇଥିଲେ । କିଛି ଲୋକଙ୍କ କହିବା ମୁତାବିକ ସ୍ଵାମୀଙ୍କ ମୃତ୍ୟୁ ପରେ ପୂଜାଙ୍କର ଅନ୍ୟତ୍ର ବିବାହ କରା ଯାଇଥିଲେ ମଧ୍ୟ ତାଙ୍କୁ ନୂଆ ଶ୍ଵଶୁର ଘର ପସନ୍ଦ ଆସି ନଥିଲା । ତେଣୁ ସେ ପୁଣି ଥରେ ତାଙ୍କ ପ୍ରଥମ ସ୍ଵାମୀଙ୍କ ଘରକୁ ଫେରି ଆସିଥିଲେ ।

ଯାହାପରେ ଶ୍ଵଶୁରଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ପୂଜା । ଉଭୟଙ୍କ ସମ୍ମତି ଅନୁଯାୟୀ ଏହି ବିବାହ କରା ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ଏହି ବିବାହ । ଏବେ ଦେଶସାରା ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।