ନମସ୍କାର ବନ୍ଧୁଗଣ, ମଣିଷ ବଞ୍ଚିବା ପାଇଁ ଭୋଜନ କରିବା ନିହାତି ଆବଶ୍ୟକ । ତେବେ ଭୋଜନ ଅନେକ ପ୍ରକାରର ରହିଛି । କିଛି ଖାଦ୍ୟ ସ୍ଵାସ୍ଥକର ଅଟେ ତ ଆଉ କିଛି ଖାଦ୍ୟ ଅସ୍ଵାସ୍ଥକର ଅଟେ । ତେବେ ଏହାର କଳନା ଆମେ ନକରି ପ୍ରତିଦିନ ସକାଳୁ ଏଭଳି କିଛି ଅସ୍ଵାସ୍ଥକର ଖାଦ୍ୟ ଖାଉଅଛେ ଯାହା ଆମ ଜୀବନର ଆୟୁଷକୁ ଧୀରେ କ୍ଷୀଣ କରିବାରେ ଲାଗିଛି । ତେଣୁ ଆଜି ଆମେ ଆପଣ ମାନଙ୍କୁ ୭ଟି ଖାଦ୍ୟ ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ଯାହା ସବୁଠାରୁ ଖତରନାକ ଅଟେ ।

୧- ଧଳା ପାଉଁରୁଟିରେ ଥାଏ ମଇଦା, ଚିନି, ଲୁଣ ଏବଂ ଘିଅ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ବିଗାଡି ଥାଏ । ଏହାକୁ ପ୍ରତିଦିନ ବ୍ୟବହାର କରିବା ଫଳରେ ମୋଟାପଣ ବା ଚର୍ବି ବଢିବା ସହ ହଜମ ପ୍ରକ୍ରିୟା ସହ ହୃଦୟ ସହ ଜଡିତ ସମସ୍ୟା ଦେଖା ଦେଇପାରେ । ୨- ସୋୟାବିନ ତେଲ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ଅଟେ । ଏହାକୁ ଖାଇବା ଦ୍ଵାରା ମହିଳା ଏବଂ ବୁଢା ଲୋକଙ୍କ ଉପରେ ଏହାର ଖୁବ ପ୍ରଭାବ ପଡିଥାଏ ଯାହାଫଳରେ ଚର୍ମ ରୋଗ ଠାରୁ ଆରମ୍ଭ କରି ଥାଇରଏଡ ଭଳି ଅନେକ ସମସ୍ୟା ଦେଖା ଦେଇଥାଏ ।
୩- ଆଳୁ ଚିପ୍ସ ପ୍ରାୟ ସବୁବେଳେ ଖାଇବା ଫଳରେ ଆପଣ ବହୁତ ଶୀଘ୍ର ବହୁତ ମୋଟା ହୋଇଯିବେ । ଏହାକୁ ପ୍ରତିଦିନ ଖାଇବା ଦ୍ଵାରା ହାଇ କୋଲେଷ୍ଟ୍ରଲ ଏବଂ ବ୍ଲଡ ପ୍ରେସର ବଢିଥାଏ । ଯଦି ଏହାର ଖାଇବା ମାତ୍ର ଅଧିକ ହୋଇଯାଏ ତେବେ ଏହା କର୍କଟ ରୋଗ ବା କ୍ୟାନସରକୁ ନିମନ୍ତ୍ରଣ ମଧ୍ୟ କରିଦେଇଥାଏ ।

୪- କିଛି ଚକୋଲେଟ ଅଛି ଯାହା ଆପଣଙ୍କ ପାଇଁ ବିଲକୁଲ ମଧ୍ୟ ଭଲ ହୋଇନଥାଏ । ଚକୋଲେଟର ୩ଟି ବିଭାଗ ରହିଛି । ପ୍ରଥମ ଯେଉଁଥିରେ ବେଶି ଚିନିର ମାତ୍ରା ରହିଥାଏ ଯାହା ଆପଣଙ୍କ ପାଇଁ ଅସ୍ଵାସ୍ଥକର ଅଟେ । ଆଉ ଅନ୍ୟ କିଛି ଚକୋଲେଟ ଅଛି ଯେଉଁଥିରେ କୋକୋୟାର ମାତ୍ର ଅଳ୍ପ ରହିଥାଏ ଯାହା ଆପଣଙ୍କ ପାଇଁ ବେଶି ହାନିକାରୀ ହୋଇନଥାଏ । ଅଧିକ ଦାମ ଥିବା ଚକୋଲେଟ ହିଁ କମ ହାନି ପହଞ୍ଚାଇଥାଏ ଶରୀର ଉପରେ।
୫- ଚାଉମିନ, ଫାସ୍ତା ବହୁତ ହାନିକାରକ ଅଟେ ଶରୀର ପାଇଁ । ଏହା ଶରୀରରେ ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି କରିଥାଏ। ଯଦି ବି ଆପଣ ଖାଉଛନ୍ତି ତେବେ ସେଥିରେ ବହୁତ ସାରା ପନିପରିବା ପକାଇ ଖାଆନ୍ତୁ । ୬- କୋଲ୍ଡ ଡ୍ରିଙ୍କସ ବା ଥଣ୍ଡା ଯାହା ଆମ ଶରୀର ପାଇଁ ବହୁତ କ୍ଷତିକାରକ ଅଟେ । ଏଥିରେ ଥିବା ଫସଫୋରିକ ଏସିଡ ଆମ ଶରୀରର ହାଡକୁ ଦୁର୍ବଳ କରିଦେଇଥାଏ । ଏହା ଆମା ଶରୀରରେ ଥିବା କ୍ୟାଲସିୟମ ଏବଂ ଜିଙ୍କକୁ ଶେଷ କରିଦେଇଥାଏ ।

୭- କ୍ୟାନ ଫୁଡ ଠାରୁ ଦୂରେଇ ରୁହନ୍ତୁ । ସେହି ସବୁ ବହୁତ ଦିନ ପୂର୍ବରୁ କମ୍ପାନୀ ମାନଙ୍କରେ ପ୍ୟାକ କରି ରକ୍ଷା ଯାଇଥାଏ ଏବଂ ନଷ୍ଟ ନହେବା ପାଇଁ ଅନେକ ରସାୟନିକ ପଦାର୍ଥର ବ୍ୟବହାର କରାଯାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।