ମାଟିତଳକୁ ଦବିବାରେ ଲାଗିଛି ଭାରତର ଏହି ସହର, ଭୟରେ ସହର ଛାଡୁଛନ୍ତି ଶହ ଶହ ଲୋକେ, ସ୍ଥିତି ସମୀକ୍ଷା କରୁଛନ୍ତି ସରକାର, ଭୟଙ୍କର ବିପତ୍ତିର ସଂକେତ କି ?

ଭୋଳାନାଥ ଭୁସ୍ଖଳନ ବିପତ୍ତିରୁ ବର୍ତ୍ତୀ ପାରିଲେନି । ଶଙ୍କାରାଚାର୍ଜ୍ୟ ମାଧବ ମଠର ଶିବଲିଙ୍ଗରେ ସୃଷ୍ଟି ହେଲା ଫାଟ । ମଠ କାନ୍ଥ ଫାଟିବା ପରେ ଏବେ ଖାଲି ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । କୋଠାବାଡି। ରାସ୍ତାଘାଟ, ମଠ ମନ୍ଦିର ସବୁଆଡେ ବିରାଟ ଫାଟ ସୃଷ୍ଟି ହେବାର ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି । କାନ୍ଥ ଫାଟି ଆଁ କରିବା ପରେ ଯୋଶୀ ମଠ ବାସିନ୍ଦା ଭୟରେ ଘର ଛାଡୁଛନ୍ତି । ପ୍ରାୟ 70 ପରିବାର ସେଠାରୁ ପଳେଇଲେଣି ।

ଦେବଭୂମି ଉତ୍ତରାଖଣ୍ଡର ଧାର୍ମିକ ସହର ଭାବେ ପରିଚିତ ଯୋଶୀ ମଠ ଧୀରେ ଧିରେ ତଳକୁ ଦବୁଥିବାରୁ ସହରବାସୀଙ୍କ ନିଦ ହଜିଗଲାଣି । ହାଡଫଟା ଶୀତ ରାତିରେ ବି ବାହାରେ ବସିବା ଅପେକ୍ଷା ଘର ବାହାରେ ବସି ରହିବାକୁ ସୁରକ୍ଷିତ ମଣୁଛନ୍ତି ଲୋକେ । ସେଠାକାର ବିପଦ ସଙ୍କୁଳ ଘର ସଂଖ୍ୟା ପ୍ରାୟ 600 ଟପି ସାରିଲାଣି । ରାସ୍ତା ଫାଟି ପାଣି ବୋହିବା ସହ ପୁରା ସହର ବିପର୍ଯ୍ୟୟ ମୁହାଁ ହେବା ପରେ ସେଠାରେ ଏକପ୍ରକାର ସମୂହ ପଳାୟନର ଆଶଙ୍କା ସୃଷ୍ଟି ହୋଇଛି ।

ତେବେ ଚୀନ ସୀମାକୁ ସଂଯୋଗ କରୁଥିବା ଯୋଶୀ ମଠ ମଲାରି ରାସ୍ତା ଫାଟିଯିବାରୁ ପ୍ରତିରକ୍ଷା ଦୃଷ୍ଟିରୁ ମଧ୍ୟ ଏନେଇ ଚିନ୍ତା ବଢିଛି । ଯୋଶୀ ମଠ ବିପତ୍ତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏନଡ଼ିଏମଏ ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଅନ୍ୟପଟେ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ବିପନ୍ନଙ୍କ ଥଇଥାନ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି ।

6 ମାସ ଭଡାଘରେ ରହିବାକୁ ବାସହରା ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମାସିକ 4ହଜାର ଟଙ୍କା ସହାୟତା ଦିଆଯାଉଛି । ଜରୁରୀ ସ୍ଥିତି ପାଇଁ ସେଠାରେ ଏନଡ଼ିଆରଏଫ ଟିମ୍ ସହ ଚପର୍ ପ୍ରସ୍ତୁତ ରଖାଯାଇଛି । ସାତେଲାଇଟ ଫଟୋ ଉଠାଇ ଭୁସ୍ଖଳନର ସବିଶେଷ ରିପୋର୍ଟ ଦେବାକୁ ନ୍ୟାସନାଲ ରିମୋର୍ଟ ସେନ୍ସିଂ ସେଣ୍ଟରକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଖଣ୍ଡ ସରକାର । ଜିୟଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ମଧ୍ୟ ସେଠାକାର ସ୍ଥିତି ସମୀକ୍ଷା କରୁଛି ।

ସ୍ଥାନୀୟ ଲୋକେ ଟନେଲ ଖନନ ଓ ଜଳବିଦ୍ୟୁତ ପ୍ରକଳ୍ପକୁ ଏଥିପାଇଁ ଦାୟୀ କରିବା ପରେ ଯୋଶୀ ମଠ ଅଞ୍ଚଳରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରି ଦିଆଯାଇଛି । ତେବେ ଯୋଶୀ ମଠକୁ ରକ୍ଷା କରିବାକୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।