ଦିନକୁ ମାତ୍ର 10 ଟଙ୍କା ରୋଜଗାର କରି ପାଇପାରିବେ 10 ଲକ୍ଷ ଟଙ୍କା, ସ୍ୱଳ୍ପ ଆୟ କରୁଥିବା ବ୍ୟକ୍ତି କିଭଳି କରିବେ ସଞ୍ଚୟ ? ଦେଖନ୍ତୁ Financial Expert ଙ୍କ ଖାସ୍ ଟିପ୍ସ

ରୋଜଗାରରୁ କିଛି ସଞ୍ଚୟ କରିବା ଦ୍ଵାରା ଭବିଷ୍ୟତରେ କାମରେ ଆସିଥାଏ । କିନ୍ତୁ ଯେଉଁମାନେ ଖୁବ ସ୍ୱଳ୍ପ ରୋଜଗାର କରୁଛନ୍ତି ଓ ସେତିକିରେ ପରିବାର ଚଳିବା ବି କଷ୍ଟକର ହୋଇପଡୁଛି ସେମାନେ କିପରି ସଞ୍ଚୟ କରିବେ ? ଏନେଇ ଆସନ୍ତୁ ଜାଣିବା ସାର୍ଟିଫାଏଡ ଫାଇନାନ୍ସିଆଲ ପ୍ଲାନର ଶ୍ରୀଯୁକ୍ତ ରୂପକୁମାର ପ୍ରଧାନଙ୍କ ଠାରୁ । ଶ୍ରୀଯୁକ୍ତ ପ୍ରଧାନଙ୍କ କହିବାନୁଯାୟୀ, ସଞ୍ଚୟ କରିବା ହେଉଛି ଏକ ମାନସିକତା । ସଞ୍ଚୟ କରିବାକୁ ଚାହାନ୍ତି କି ନାହିଁ ବ୍ୟକ୍ତିଙ୍କୁ ପ୍ରଥମେ ଏହା ସ୍ଥିର କରିବାକୁ ହେବ ।

ପ୍ରଥମେ ବ୍ୟକ୍ତି ଚିନ୍ତା କରିବା ଉଚିତ କି ଆୟ ବା ରୋଜଗାର କିପରି ବଢିବ । ଜଣେ ବ୍ୟକ୍ତି ଯଦି ଦିନକୁ 10 ଟଙ୍କା ସଞ୍ଚୟ କରୁଛନ୍ତି ତେବେ 30 ଦିନରେ 300 ଟଙ୍କା ସଞ୍ଚୟ କରିବେ । 30 ବର୍ଷୀୟ ଜଣେ  ବ୍ୟକ୍ତି ଯଦି 12% ସୁଧହାରରେ ମାସିକ 300 ଟଙ୍କା ଲେଖାଏଁ 30 ବର୍ଷ ଟଙ୍କା ସଞ୍ଚୟ ରଖୁଛନ୍ତି ତେବେ ଏହା 10 ଲକ୍ଷ 58 ହଜାର ଟଙ୍କା ହେବ । ଦିନକୁ ମାତ୍ର 10 ଟଙ୍କା ସଞ୍ଚୟ କରି ଜଣେ ବ୍ୟକ୍ତି 10 ଲକ୍ଷ ଟଙ୍କା ତିଆରି କରିପାରିବେ ।

ସେହି ହିସାବରେ ଧରି ନିଅନ୍ତୁ କି ଆପଣ ଆଉ 10 ଟଙ୍କା ଅଧିକ ରଖୁଛନ୍ତି ତେବେ ଏହାର ଦ୍ଵିଗୁଣ ଟଙ୍କା ଆପଣ ସଞ୍ଚୟ କରିପାରିବେ । ବ୍ୟକ୍ତି ସୁଖମୟ ଜୀବନ ପାଇଁ ପ୍ରଥମେ ନିଜ ରୋଜଗାର ବୃଦ୍ଧି କରିବାକୁ ହେବ । ଯଦି ରୋଜଗାର ନ ବଢୁଛି ତେବେ ବ୍ୟକ୍ତି ଯେତିକି ରୋଜଗାର କରୁଛନ୍ତି ସେତିକିରେ ଚଳିବାକୁ ଚେଷ୍ଟା କରିବାକୁ ହେବ । ଅର୍ଥାତ ଆୟ ଅନୁସାରେ ବ୍ୟୟକୁ ମଧ୍ୟ ନିୟନ୍ତ୍ରଣରେ ରଖିବାକୁ ହେବ । ବ୍ୟକ୍ତି ସବୁବେଳେ ନିଜ ଆବଶ୍ୟକତା ଯେତିକି ସେତିକି ଖର୍ଚ୍ଚ କରିବା ଉଚିତ ।

ତେବେ ଏଥିପାଇଁ ଅନେକ ଯୋଜନାମାନ ରହିଛି ଯେଉଁ ସବୁରେ ଅଳ୍ପ କିଛି ନିବେଶ କରି ବ୍ୟକ୍ତି ଭବିଷ୍ୟତ ପାଇଁ ସଞ୍ଚୟ କରିପାରିବେ । ଯଦି ଝିଅଟିଏ ଅଛି ଆଉ ସେ ବଡ ହେବା ପରେ ତା’ର ପାଠପଢା କିମ୍ବା ବାହାଘର ପାଇଁ ଟଙ୍କା ଆବଶ୍ୟକ ହେବ ବୋଲି ଆପଣ ଭାବୁଛନ୍ତି ତେବେ ଆପଣ ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରିପାରିବେ । ସେହିପରି ଅବସର ନେବା ପରେ ଚଳିବା ପାଇଁ ଜଣେ ଚାହିଁଲେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ରେ ନିବେଶ କରିପାରିବେ ।

ଏଥିପାଇଁ ପୋଷ୍ଟଅଫିସ କିମ୍ବା SBI, HDFC ଆଦି ବ୍ଯାଙ୍କ ମାନଙ୍କରେ PPF ଆକାଉଣ୍ଟ ଖୋଲିପାରିବେ । ଏହା ବ୍ଯତୀତ ଜଣେ ବ୍ୟକ୍ତି ଚାହିଁଲେ ପୋଷ୍ଟ ଅଫିସରେ ଆରଡ଼ି ମାଧ୍ୟମରେ ମାସିକ କିଛି ଅର୍ଥ ସଞ୍ଚୟ କରିପାରିବେ । ସଞ୍ଚୟ କରିବା ମାନସିକତା ଆସିଲେ ବ୍ୟକ୍ତି ଯେଉଁ ବାଟେ ମଧ୍ୟ ଅଳ୍ପ ବହୁତ ସଞ୍ଚୟ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।