ରାସ୍ତା ଉପରେ ଜବରଦସ୍ତି ବାହାଘର କରେଇ ଦେଲେ Pramila Tripathy, ଖସି ପାରିଲାନି ଯୁବକ, ଦେଖନ୍ତୁ viral video

ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କୁ ସାରା ଓଡିଶା ଚିହ୍ନେ । ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ମହିଳା ମାନଙ୍କ ସଂଘର୍ଷରେ ସାଥ୍ ଦେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ପ୍ରମିଳା । ସେ ସାରା ଓଡିଶାରେ ଏବେ ପ୍ରମିଳା ମାଆ ନାଁ ଭାବେ ବେଶ ପରିଚିତ । ତେବେ ପ୍ରମିଳା ମା’ଙ୍କର ଯେତିକି ସମର୍ଥକ ଅଛନ୍ତି ସେତିକି ବିପକ୍ଷ ମଧ୍ୟ ଅଛନ୍ତି । ତଥାପି କାହାରିକୁ ଖାତିର ନକରି ସେ ନିଜ କାମ କରିବାକୁ କେବେବି ଭୟ କରନ୍ତି ନାହିଁ । ସେ ଯାହା କରୁଛନ୍ତି ତାହା ଠିକ କି ଭୁଲ ଆମେ ତା’ର ବିଚାର କରି ପାରିବୁ ନାହିଁ ।

କିନ୍ତୁ ଅନେକ ଯୁବତୀ ଓ ମହିଳାଙ୍କ ପାଇଁ ସେ ସତରେ ମା’ ଅଟନ୍ତି । ଯିଏ ଅନେକ ନିନ୍ଦା ସମାଲୋଚନା ସହ୍ୟ କରି ମଧ୍ୟ ସେମାନଙ୍କ ସାହାଯ୍ୟ ପାଇଁ ଆଗେଇ ଆସନ୍ତି । ଗଞ୍ଜାମ ଜିଲ୍ଲାର ଏହି ସମାଜସେବୀ ପ୍ରମିଳା ତ୍ରିପାଠୀ ଏବେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କାରଣ ସେ ଏକ ନିଆରା ବାହାଘର କରାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ସାରା ଘୁରି ବୁଲୁଛି ।

ପ୍ରମିଳା ମା’ ରାସ୍ତା ଉପରେ ହିଁ ଜଣେ ଯୁବକ ଓ ଯୁବତୀଙ୍କ ବିବାହ କରିଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି । ତେବେ ଉକ୍ତ ଯୁବତୀଙ୍କୁ ନ୍ୟାୟ ଦେବା ସହ ତାଙ୍କ ଭବିଷ୍ୟତ ନଷ୍ଟ ହେବାରୁ ରକ୍ଷା କରିଛନ୍ତି ବୋଲି ଅନେକ ଲୋକ ତାଙ୍କର ପ୍ରଶଂସା କରୁଛନ୍ତି । ରାସ୍ତା ଉପରେ ପ୍ରମିଳା ମା’ କରାଇଥିବା ଏହି ବିବାହରେ ଅନେକ ଲୋକ ଏବଂ ଗଣମାଧ୍ୟମ ଭିଡ ଜମାଇଥିବା ଦେଖିବାକୁ ମିଳିଛି ।

ତେବେ କାରଣ କଣ ସ୍ପଷ୍ଟ ଜଣା ପଡି ନଥିଲେ ମଧ୍ୟ ବାହାଘର ଦୃଶ୍ୟ ଦେଖିଲେ ଅନୁମାନ କରି ହେଉଛି କି, ଉଭୟ ଯୁବକ ଯୁବତୀ ବୋଧ ହୁଏ ପୂର୍ବରୁ ପ୍ରେମ ସମ୍ପର୍କରେ ରହିଥିଲେ । କିନ୍ତୁ ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁ ନଥିଲେ । ତେଣୁ ଉକ୍ତ ଯୁବତୀଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଯୁବକଙ୍କୁ ଜବରଦସ୍ତି ଯୁବତୀଙ୍କ ସହ ବିବାହ କରୁଛନ୍ତି ।

କାରଣ ଯୁବକ ଜଣକ ଏହି ବିବାହ ପାଇଁ ରାଜି ନଥିବା ଭଳି ଆଚରଣ କରୁଛନ୍ତି । ହେଲେ ଲୋକ ଭୟରେ ହୁଏତ ବେଶୀ ପ୍ରତିବାଦ କରୁନାହାନ୍ତି । ତେବେ ଆପଣଙ୍କୁ ଏହି ଦୃଶ୍ୟ ଦେଖି କଣ ମନେ ହେଉଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।