Riya ଓ Sunil ଙ୍କ ରିସେପସନରେ ନଜର ଆସିଲେ ଏହିସବୁ ନାମୀଦାମୀ ଓଡିଆ ଅଭିନେତା ଓ ଅଭିନେତ୍ରୀ, ଦେଖନ୍ତୁ ଏକ ଝଲକ, ଦେଖନ୍ତୁ video

ଶେଷରେ ହାତକୁ ଦି’ ହାତ ହୋଇଛନ୍ତି ଚୁଲବୁଲି ଓଲିଉଡ ନାୟିକା ରିୟା ଦେ’ । ବ୍ୟବସାୟୀ ସୁନିଲ କୁମାର ଦଳାଇଙ୍କ ହାତ ଧରି ସବୁଦିନ ପାଇଁ ତାଙ୍କୁ ନିଜ ଜୀବନସାଥି ବାଚିଛନ୍ତି ରିୟା । ଦୀର୍ଘ 10 ବର୍ଷ ଧରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଥିବା ରିୟା ଅନେକ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ ଜିଣି ପାରିଛନ୍ତି । ଶେଷରେ 31 ବର୍ଷ ବୟସରେ ସେ ବିବାହ କରି ନେଇଛନ୍ତି । ଅନେକ ଓଡିଆ ଅଭିନେତ୍ରୀ ବିବାହ ପରେ ଅଭିନୟ ଛାଡି ଦେଉଥିବାର ନଜର ରହିଛି ।

ତେବେ ରିୟା ଆଗକୁ ଆଉ ଫିଲ୍ମରେ ଅଭିନୟ କରିବେ କି ନାହିଁ ଏକଥା ତ ସମୟ କହିବ । କିନ୍ତୁ ରିୟାଙ୍କ ଜୀବନର ସବୁଠୁ ବଡ ଖୁସିରେ ଯୋଗ ଦେଇଥିଲେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ନାମୀଦାମୀ କଳାକାର ମାନେ । କେବଳ କଳାକାର ନୁହେଁ ବରଂ ଫିଲ୍ମ ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ ଓ ସଙ୍ଗୀତକାର ମାନେ ମଧ୍ୟ ରିୟାଙ୍କ ରିସେପସନରେ ନଜର ଆସିଥିଲେ । ତେବେ ପୂର୍ବରୁ ରିୟାଙ୍କ ହଳଦୀ ସେରିମନି ଓ ବିବାହର ଭିଡିଓ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା ।

ରିୟାଙ୍କ ହଳଦୀ ସେରିମନିରେ ଦେବଯାନୀ, ଦିବ୍ୟା, ପୁନମ ଆଦି ଓଲିଉଡ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା । ରିୟାଙ୍କ ସହ ମିଶି ହଳଦୀ ସେରିମନିରେ ଏମାନେ ଚାର୍ ଚାନ୍ଦ୍ ଲଗେଇ ଦେଇଥିଲେ । ସେହିପରି ରିୟାଙ୍କ ବିବାହରେ ଲୋକପ୍ରିୟ ଓଲିଉଦ ଅଭିନେତ୍ରୀ ଜୀନା, ପ୍ରିୟା, ଶୀତଲ ଆଦିଙ୍କୁ ଦେଖିବାକୁ ମିଳିଥିଲା । ଗତକାଲି ରିୟାଙ୍କ ରିସେପସନ ସରିଥିବା ବେଳେ ଏହି ଉତ୍ସବରେ ଆହୁରି ଅନେକ କଳାକାର ଓ ନାମୀଦାମୀ ବ୍ୟକ୍ତିମାନେ ନଜର ଆସିଥିଲେ ।

ନବ ବିବାହିତା ଦମ୍ପତିଙ୍କୁ ଆଶୀର୍ବାଦ କରିବା ପାଇଁ ବର୍ଷିୟାନ ଅଭିନେତ୍ରୀ ଅପରାଜିତା ମହାନ୍ତି ନଜର ଆସିଥିଲେ । ଏହାସହ ପ୍ରକୃତି ମିଶ୍ର, ତମନ୍ନାଙ୍କ ଭଳି ଯୁବ ଅଭିନେତ୍ରୀ ମଧ୍ୟ ଜୋଡ ଦେଇଥିଲେ । ଅନ୍ଯତମ ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ଓ ଅଭିନେତା ସବ୍ୟସାଚୀଙ୍କୁ ମଧ୍ୟ ରିୟାଙ୍କ ରିସେପସନରେ ଦେଖିବାକୁ ମିଳିଥିଲା । ଏହାସହ ଅଭିନେତା ସୁବାଶିଷ ଓରଫ ମଣ୍ଟୁ, ଦୀପକ, ଜ୍ଯୋତି, ଆକାଶ, ବୁଦ୍ଧାଦିତ୍ୟ, ଅନୁ ଚୌଧୁରୀ ଙ୍କ ଭଳି ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ରିୟା ଓ ସୁନିଲଙ୍କ ରିସେପସନରେ ନଜର ଆସିଥିଲେ ।

ସେହିପରି ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ସେଠାରେ ଦେଖିବାକୁ ମିଳିଥିଲା । ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ ମଧ୍ୟ ଯୋଗ ଦେଇଥିଲେ । ଏହିଭଳି ଆହୁରି ଅନେକ ଲୋକପ୍ରିୟ ଓଡିଆ କଳାକାରମାନେ ଅନେକ ଦିନ ପରେ ରିୟାଙ୍କ ରିସେପସନରେ ନଜର ଆସିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।