ଯୁକ୍ତିତର୍କ ହେଲା ବୋଲି ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲି ଦେଲେ ଉତ୍ତ୍ୟକ୍ତ ବ୍ୟକ୍ତି । ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଦୁନିଆର ସତେ ଯେମିତି ମାନବିକତା ହଜିଗଲାଣି । ଆଜିକାଲି ସାମାନ୍ଯ ବଚସା ପାଇଁ ବି ଲୋକେ ରକ୍ତମୁଖା ହୋଇ ପଡ଼ୁଛନ୍ତି । ମଣିଷ ଜୀବନର ଯେମିତି କିଛି ମୂଲ୍ୟ ନାହିଁ ସେହିଭଳି ଆଚରଣ କରୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।
ଜଣେ ଯୁବକଙ୍କ ସହ ଯୁକ୍ତିତର୍କ ଯୋଗୁଁ ଚଳନ୍ତା ଟ୍ରେନରୁ ଠେଲି ଦେଲେ ଜଣେ ସହଯାତ୍ରୀ । ଆଉ ଯୁବକଙ୍କୁ ଠେଲି ଦେବା ପରେ ଚୁପଚାପ୍ ଆସି ନିଜ ସିଟରେ ବସି ପଡ଼ୁଛନ୍ତି । ଯେମିତିକି କିଛିବି ଘଟିନାହିଁ । ପଶ୍ଚିମବଙ୍ଗର ହାଓଡା ମାଲଦା ଇଣ୍ଟରସିଟି ଏକ୍ସପ୍ରେସରେ ଘଟିଛି ଏଭଳି ଛାତିଥରା ଘଟଣା । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ରେଳ ପୋଲିସ ତରଫରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
ତାରାପୀଠ ରୋଡ ଏବଂ ରାମପୁର ଘାଟ ଷ୍ଟେସନ ମଝିରେ ସଜର ଶେଖ ନାମକ ଜଣେ ଯୁବକଙ୍କୁ ଟ୍ରେନରୁ ଠେଲି ଦେଇଛନ୍ତି ସହଯାତ୍ରୀ । ସୂଚନା ମୁତାବକ, ଟ୍ରେନରେ ଯାତ୍ରା କରୁଥିବା ବେଳେ ଅଭିଯୁକ୍ତ ଜଣକ ଯୁବକଙ୍କୁ ଧମକ ଦେବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଯାତ୍ରୀମାନେ ବସିଥିବା ସିଟରେ ଗୋଡ ଲମ୍ବାଇ ବସି ଫୋନରେ ଜୋରରେ କଥା ହେବାସହ ପାଟିତୁଣ୍ଡ କରୁଥିଲା ଅଭିଯୁକ୍ତ ।
ବଗିରେ ମହିଳା ଯାତ୍ରୀମାନେ ଥିଲେ ମଧ୍ୟ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ କଥା ହେଉଥିଲା ଅଭିଯୁକ୍ତ ଜଣକ । ଏହାକୁ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ସଜର ଶେଖର ପାଟିତୁଣ୍ଡ ହୋଇଥିଲା । ଏପରିକି ଟ୍ରେନରେ ଯୁବକଙ୍କୁ ଠେଲାପେଲା କରିଥିଲେ ସମ୍ପୃକ୍ତ ବ୍ୟକ୍ତି । ଆଉ ଟିକିଏ ଝଗଡାରୁ ସଜର ଶେଖଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିଲେ ବ୍ୟକ୍ତି । ସବୁଠୁ ବଡ କଥା ହେଉଛି, ଶେଖ ଚଳନ୍ତା ଟ୍ରେନରୁ ଖସି ପଡିଥିଲେ ମଧ୍ୟ ଅଭିଯୁକ୍ତ ଆଦୌ ବିଚଳିତ ହୋଇ ନଥିଲା ।
ଜଣେ ଯୁବକକୁ ମୃତ୍ୟୁ ମୁଖକୁ ଠେଲି ଦେଇ ନିଜ ସିଟରେ ନିଶ୍ଚିନ୍ତରେ ଯାଇ ବସି ପଡିଥିଲେ । ଏହି ଘଟଣାଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।