ଦୀପାବଳୀରେ ଯୁବପିଢିଙ୍କୁ ବଡ ଉପହାର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାରା ଦେଶରେ ୭୫ ହଜାର ନିଯୁକ୍ତି ଆଶାୟୀଙ୍କୁ ରୋଜଗାର ଦେବେ ମୋଦି ସରକାର । ଦେଶର ୧୦ ଲକ୍ଷ ବେରୋଜଗାର ଯୁବାମାନଙ୍କ ପାଇଁ ଆଜି ଠାରୁ ନିଯୁକ୍ତି ମେଳା ଆରମ୍ଭ କରିବେ ମୋଦି ସରକାର । ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ଆଶାୟୀଙ୍କୁ ଅଫର୍ ଲେଟର୍ ପ୍ରଦାନ କରାଯିବାର ଯୋଜନା କରାଯାଇଛି । କେନ୍ଦ୍ର ସରକାରଙ୍କ ୩୮ଟି ମନ୍ତ୍ରାଳୟ ଏବଂ ବିଭାଗରେ ଖାଲି ପଡିଥିବା ପଦବୀ ଗୁଡିକ ପାଇଁ ଏହି ନିଯୁକ୍ତି ମିଳିବ ।
ଗତ ଜୁନ୍ ରେ କେନ୍ଦ୍ର ସରକାରଙ୍କ ଖାଲି ପଡିଥିବା ପଦବୀ ଗୁଡିକର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର । ଆସନ୍ତା ଦେଢ ବର୍ଷ ମଧ୍ୟରେ ଏହି ସବୁ ପଦବୀ ମାନଙ୍କରେ ଦେଶର ଦେଢ ଲକ୍ଷ ନିଯୁକ୍ତି ଆଶାୟୀଙ୍କୁ ଚାକିରି ଯୋଗାଇ ଦେବା ପାଇଁ ମୋଦି ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି । ଏହି ଯୋଜନା ଅନୁସାରେ ଆଜି ଠାରୁ ମେଗା ରୋଜଗାର ମେଳାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୁଖ୍ଯତଃ ପ୍ରତିରକ୍ଷା, ରେଳ, ଗୃହ, ଡାକ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟରେ ଯୁବା ମାନଙ୍କୁ ଚାକିରି ଯୋଗାଇ ଦିଆଯିବ ।
ଏହାସହ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳୟ, ସିବିଆଇ, କଷ୍ଟମସ୍ ଏବଂ ବ୍ୟାଙ୍କିଂ ଆଦି କ୍ଷେତ୍ରରେ ଏହି ଚାକିରି ବଣ୍ଟନ କରାଯିବ । UPSC, SSC ଏବଂ ରେଲୱେ ବିଭାଗ ଦ୍ଵାରା ଆଶାୟୀ ମାନଙ୍କୁ ଚାକିରିରେ ଭର୍ତ୍ତି କରାଯାଇଛି । ଦେଶର ଯୁବବର୍ଗଙ୍କୁ ନିଯୁକ୍ତି ଦେବା ଏବଂ ଭବିଷ୍ୟତ ପିଢିକୁ ଏକ ନୂଆ ଦିଗ ଦେଖାଇବା ପାଇଁ କେନ୍ଦ୍ର ସରକାର ଏହି ନୁଯୁକ୍ତି ମେଳାର ଆୟୋଜନ କରିଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ମୋଦି ନିଜେ ଭିଡିଓ କନ୍ଫରେସିଂ ଜରିଆରେ ଏହି ମେଗା ନିଯୁକ୍ତି ମେଳାର ଶୁଭାରମ୍ଭ କରିବେ । ଫଳରେ ଦେଶରେ ନିଯୁକ୍ତି ପାଇଁ ଚାହିଁ ବସିଥିବା ଅନେକ ଯୁବା ସରକାରୀ କ୍ଷେତ୍ରରେ ନିଯୁକ୍ତି ପାଇପାରିବେ । ଦୀପାବଳୀ ପୂର୍ବରୁ ମୋଦି ସରକାରଙ୍କ ଏଭଳି ଅନନ୍ୟ ଉପହାର ପାଇଁ ଅନେକ ଯୁବବର୍ଗ ବେଶ ଉତ୍ସାହିତ ଅଛନ୍ତି ।
ବିଭିନ୍ନ ପ୍ରତିଷ୍ଠିତ ସରକାରୀ କ୍ଷେତ୍ରରେ ଚାକିରି ପାଇଁ ଯୁବବର୍ଗଙ୍କ ମଧ୍ୟରେ ତତ୍ପରତା ଦେଖିବାକୁ ମିଳୁଛି । ତେବେ ଆଜି ୭୫ ହଜାର ନିଯୁକ୍ତି ଆଶାୟୀଙ୍କୁ ନିଯୁକ୍ତି ପତ୍ର ଦେବାକୁ ଯାଉଛନ୍ତି ମୋଦି ସରକାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।