ସାଂସଦ Anubhav Mohanty ଙ୍କୁ କିଏ ମାଗୁଥିଲା ଟଙ୍କା? ଆସନ୍ତା କାଲି ଶୁଣାଣି ପୂର୍ବରୁ ଆଜି ପୁଣି ଥରେ ଥାନାକୁ ଗଲେ ଅନୁଭବ, ଜାଣନ୍ତୁ କଣ ରହିଛି ପୁରା ମାମଲା

ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ସାମ୍ନାକୁ ଆସିଛି ଆଉ ଏକ ବଡ ଖବର । ଆସନ୍ତା କାଲି ଅର୍ଥାତ ଅକ୍ଟୋବର ୧୭ ତାରିଖରେ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାର ଶୁଣାଣି ହେବାକୁ ଅଛି । ହେଲେ ଏହା ପୂର୍ବରୁ ହଠାତ ଆଜି ଥାନାର ଦ୍ଵାରସ୍ଥ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ସେ ଅଭିଯୋଗ ଆଣିଛନ୍ତି କି, ତାଙ୍କ ନାମ ନେଇ ଡୋନେସନ ମଗାଯାଉଛି । କିଏ ଏବଂ କେମିତି ଡୋନେସନ ମାଗୁଛି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଅଭିଯୋଗ ଅନୁଯାୟୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲାଯାଇଛି । ଯାହାକୁ ନେଇ ଅନୁଭବଙ୍କୁ ଥାନାର ଦ୍ଵାରସ୍ଥ ହେବାକୁ ପଡିଛି । ଆଜି ଅନୁଭବ ମହାନ୍ତି କଟକ ସାଇବର ଥାନା ଓ ଅର୍ଥନୈତିକ ଅପରାଧ ଥାନାରେ ଏକ ଏତଲା ରୁଜୁ କରିଛନ୍ତି । ଆଉ ସବୁଠାରୁ ବଡ କଥା ହେଉଛି ଅନୁଭବ ମହାନ୍ତିଙ୍କ ନାଁରେ ଖୋଲା ଯାଇଥିବା ଏହି ଫେକ୍ ଆକାଉଣ୍ଟକୁ ପ୍ରାୟ ୧ଲକ୍ଷ ୯୪ହଜାର ଲୋକ ଫଲୋ କରୁଛନ୍ତି ।

ଆଉ ଏହି ପେଜ୍ ମାଧ୍ୟମରେ ଲୋକଙ୍କୁ ଡୋନେସନ ମଗା ଯାଉଥିବା ନଜର ଆସିଛି । ଯାହା ଅନୁଭବ ନିଜେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ଅନୁଭବଙ୍କ କହିବା କଥା ହେଉଛି, ଇନଷ୍ଟାଗ୍ରାମରେ କେହି ଜଣେ ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲିଛି । ଆଉ ସେହି ଆକାଉଣ୍ଟ ମାଧ୍ୟମରେ ସମ୍ପୂର୍କ୍ତ ବ୍ୟକ୍ତି ବିଭିନ୍ନ ଲୋକଙ୍କୁ ଆର୍ଥିକ ସହାୟତା ମାଗୁଛି । ଆଉ ଅନ୍ୟପଟେ ସେହି ବ୍ୟକ୍ତିଜଣକ ଏହି ଫେକ୍ ଆକାଉଣ୍ଟରୁ ସାଂସଦ ଅନୁଭବ ମହାନ୍ତିଙ୍କୁ ବ୍ଲକ କରି ରଖିଛି ।

ଯେଉଁଥି ପାଇଁ ଇନଷ୍ଟାଗ୍ରାମ ପୋଷ୍ଟର ମେସେଜ ଗୁଡିକୁ ଅନୁଭବ ମହାନ୍ତି ନିଜେ ପଢି ପାରୁନାହାନ୍ତି କି ଜାଣି ପାରୁନାହାନ୍ତି । ସେହିଭଳି ଫେସବୁକରେ ମଧ୍ୟ ସମାନ ଢଙ୍ଗରେ ଆଉ ଏକ ଫେକ୍ ଆକାଉଣ୍ଟ ଖୋଲା ଯାଇଥିବା ଅଭିଯୋଗ କରିଛନ୍ତି ଅନୁଭବ । ତେଣୁ ଏହାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଲୋକଲୋଚନକୁ ଆଣିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ଦାବି କରିଛନ୍ତି ।

ଏହାସହ ସେହି ଫେକ୍ ଆକାଉଣ୍ଟ ଗୁଡିକୁ ସ୍ଥାୟୀ ଭାବେ ବନ୍ଦ କରିବା ପାଇଁ ମଧ୍ୟ ନିବେଦନ କରିଛନ୍ତି ଅନୁଭବ । ଆଉ ଆସନ୍ତା କାଲି ଅନୁଭବ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାର ଶୁଣାଣି ହେବାର ରହିଛି । ଯାହା ଉପରେ ରହିଛି ସାରା ଓଡିଶାବାସୀଙ୍କ ନଜର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।