ବର୍ତ୍ତମାନ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ସାଜିଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଅର୍ଚ୍ଚନାଙ୍କ କଳା କାରନାମା ପର୍ଦ୍ଦାଫାଶ ହେବା ପରେ ଏହା ସମସ୍ତ ଖବରର ଶିରୋନାମା ପାଲଟିଛି । କଳାହାଣ୍ଡିର ଏକ ଛୋଟିଆ ଗାଁରୁ ମ୍ୟାଟ୍ରିକ ପାସ କରିବା ପରେ ଭୁବନେଶ୍ଵରକୁ ଚାକିରି ସନ୍ଧାନରେ ଆସିଥିବା ଅର୍ଚ୍ଚନା କିଭଳି ରାଜଧାନୀରେ ରାଜମହଲ ଭଳି ଘର ଠିଆ କରିଦେଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଅର୍ଚ୍ଚନା ଓ ତାଙ୍କ ସ୍ଵାମୀଙ୍କ ନାଁରେ ଅଭିଯୋଗ ଆସିବା ପରେ ପୋଲିସ ପ୍ରଥମେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ।
ତା’ପରେ ଯାଞ୍ଚ ବେଳେ ଅର୍ଚ୍ଚନାଙ୍କ ପାଖରୁ ମିଳିଥିଲା ତାଙ୍କ କଳା ସାମ୍ରାଜ୍ୟର ଗୋଟି ଗୋଟି ଗୁମର । ଅର୍ଚ୍ଚନା ଯେତେବେଳେ ପ୍ରଥମେ ଭୁବନେଶ୍ବର ଆସିଲେ ସେ ଏକ ବିୟୁଟି ପାର୍ଲରରେ କାମ କରୁଥିଲେ । ଏହାପରେ ରାଜଧାନୀରେ ବଡବଡିଆଙ୍କ ଠାରୁ ଟଙ୍କା ଲୁଟିବାର ରାସ୍ତା ସେ ଭଲଭାବେ ବୁଝି ସାରିଥିଲେ । ସ୍ଵାମୀ ଜଗବନ୍ଧୁଙ୍କ ସହ ସେତେବେଳେ ଲିଭ-ଇନରେ ରହୁଥିବା ଅର୍ଚ୍ଚନା ଆରମ୍ଭ କରି ଦେଇଥିଲେ ତାଙ୍କ ପାପ ସାମ୍ରାଜ୍ୟର ମୂଳଦୁଆ ।
ଧୀରେ ଧୀରେ ଲୋକଙ୍କୁ ନିଜ ପ୍ରେମ ଜାଲରେ ଫସେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । ଆଉ ଅନ୍ତରଙ୍ଗ ମୂହୁର୍ତ୍ତକୁ କ୍ୟାମେରାରେ କଏଦ କରି ବ୍ଲାକମେଲ କରୁଥିଲେ । ଇଜ୍ଜତ ଯିବା ଭୟରେ ବଡବଡିଆ ମାନେ ଅର୍ଚ୍ଚନାଙ୍କୁ ଓଜାଡି ପକାଉଥିଲେ ପୁଳା ପୁଳା ଟଙ୍କା । ଟଙ୍କା ଯେତେ ବଢିଲା ଲୋଭ ବି ସେତେ ବଢିଚାଲିଲା । ଏମିତି କରି ଅନେକ ନେତା, ମନ୍ତ୍ରୀ, ବିଲଡର ଓ ଅଫିସରଙ୍କୁ ଫସେଇ ରାଜଧାନୀରେ ରାଜମହଲ ଭଳି ଘର ତିଆରି କରିନେଲେ ଅର୍ଚ୍ଚନା ।
ଆଉ ଶେଷରେ ପାପଘଡା ଭରିଯିବା ପରେ ଏବେ ଜେଲରେ ଚକି ପେଷୁଛନ୍ତି । ଆଉ ଏତିକି ବେଳେ ସାମ୍ନାକୁ ଆସିଛି ଅର୍ଚ୍ଚନାଙ୍କ ବଡ ବୟାନ । ପଚରାଉଚରା ବେଳେ ଅର୍ଚ୍ଚନା କୁଆଡେ କହିଛନ୍ତି ସେ ନିର୍ଦ୍ଦୋଷ । ପୂର୍ବରୁ ଏକ ପିଟିସନ ମଧ୍ୟ କୋର୍ଟଙ୍କୁ ଦେଇଥିଲେ ଅର୍ଚ୍ଚନାଙ୍କ ଓକିଲ । ଆଉ ଅର୍ଚ୍ଚନାଙ୍କ ବିରୋଧରେ କେସ ଲଢୁଥିବା ଓକିଲ କୋର୍ଟଙ୍କ ନିକଟରେ ଅନୁରୋଧ କରିଛନ୍ତି ଯେ ପିଟିସନ ଅନୁଯାୟୀ ହିଁ ଶୁଣାଣି ହେଉ ବୋଲି ।
ତେବେ ଅର୍ଚ୍ଚନାଙ୍କ ବିରୋଧୀ ଓକିଲ କହିଛନ୍ତି, ଅର୍ଚ୍ଚନାଙ୍କ ଉପରେ ୩୫୪ ବ୍ଯତୀତ, ୩୭୦, ୩୨୮, ୬୬, ୬୭ ଓ ଆଇଟି୮ ଭଳି ଆହୁରି ଅନେକ ଦଫା ତାଙ୍କ ନାଁରେ ଲାଗିଛି । ଆଉ ସେହିସବୁକୁ ଧ୍ୟାନରେ ରଖି ହିଁ କେସ୍ ଲଢାଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।