ହିନ୍ଦୁଧର୍ମରେ ଗୋମାତାଙ୍କୁ ପୂଜ୍ୟ ବୋଲି ମାନାଯାଏ । ଗୋମାତାଙ୍କ ଦେହରେ ସବୁ ଦେବୀଦେବତା ବାସ କରିଥାନ୍ତି । ଏମିତିକି ଗୋମାତାଙ୍କ ଗୋବର ସ୍ପର୍ଶ କରିବା ଦ୍ଵାରା ବ୍ରହ୍ମହତ୍ୟା ଭଳି ପାପ କଟିଯାଏ ଓ ଗୋମାତାଙ୍କ ମୁଣ୍ଡ ଛୁଇଁ ସ୍ପର୍ଶ କରିବା ଦ୍ଵାରା ସମସ୍ତ ପ୍ରକାରର ଦୋଷ କଟିଯାଏ । ପବିତ୍ର ଦୀପାବଳୀ ଏବଂ ଧନତେରସ ଦିନ ଗୋମାତାଙ୍କୁ କଣ ଖାଇବାକୁ ଦେଲେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ ଆସନ୍ତୁ ଜାଣିବା । ଗୋମାତାଙ୍କ ପାଦଧୂଳି ଓ ମୁତ୍ରର କଣ ମହତ୍ଵ ରହିଛି ତାହା ମଧ୍ୟ ଜାଣିବା ।
ଗୋମାତାଙ୍କ ପାଦଧୂଳି ମଥାରେ ଲଗାଇବା ଦ୍ଵାରା ଚିଡଚିଡାପଣ ଦୂର ହୋଇଥାଏ ଓ ମସ୍ତିଷ୍କ ଶାନ୍ତ ରହିଥାଏ । ଗୋମାତାଙ୍କ ପାଦଧୂଳି ତିଳକ ଭଳି ଲଗାଇବା ଦ୍ଵାରା ଗ୍ରହମାନଙ୍କ ଅଶୁଭ ପ୍ରଭାବ ମଧ୍ୟ ପଡେନାହିଁ । ଏହା ଆପଣଙ୍କ ମୁଣ୍ଡବିନ୍ଧା ମଧ୍ୟ ଭଲ କରିବା ସହ ଶରୀର ଅନ୍ୟ ରୋଗକୁ ମଧ୍ୟ ଭଲ କରିବ । ପ୍ରତ୍ଯେକ ଦିନ ଗୋମାତାଙ୍କ ଧୁଳି ଲଗାଇବା ଦ୍ଵାରା ରୋଜଗାର ଭଲ ହୁଏ ଓ ଧନଯୋଗ ପ୍ରାପ୍ତ ହୁଏ । ସେହିପରି ଗୋମାତାଙ୍କ ମୁତ୍ର ମଧ୍ୟ ଅତି ପବିତ୍ର ହୋଇଥାଏ ।
ଘରେ ଏହାକୁ ଛିଞ୍ଚନ କରିବା ଦ୍ଵାରା ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଘରେ ଯଦି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ଝଗଡା ହେଉଛି ଓ ଯେତେ ରୋଜଗାର କଲେବି ନିଅଣ୍ଟ ହେଉଛି ତେବେ ଗୋମାତାଙ୍କ ମୁତ୍ର ନିଶ୍ଚୟ ଘରେ ସିଞ୍ଚନ କରନ୍ତୁ । ଏହି ମୁଟ୍ରା ଘରର ବାସ୍ତୁଦୋଷ ଦୂର କରିବା ସହ ନକରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ ।
ଗୋମାତାଙ୍କୁ କଣ ଖୁଆଇଲେ ଧନଲାଭ ହେବ ?
ପ୍ରଥମରେ ଧନତେରସ ଓ ଦୀପାବଳୀ ଦିନ ମା ଲକ୍ଷ୍ମୀଙ୍କ ପୂଜା କରିସାରିବା ପରେ ଗୋମାତାଙ୍କୁ ସାଧା ଚାଉଳ ଓ ରୋଟି ପ୍ରସାଦ ସ୍ୱରୂପ ଖୁଆଇବା ଦ୍ଵାରା ଧନସମ୍ପତ୍ତି ପ୍ରାପ୍ତି ହୋଇଥାଏ । ଦ୍ଵିତୀୟ ଜିନିଷଟି ହେଉଛି ଖସା ବା ଖସାଲଡୁ ଗୋମାତାଙ୍କୁ ଖୁଆଇବା ଦ୍ଵାରା ଏହା ସମସ୍ତ ପାପ ନଷ୍ଟ କରିଥାଏ । ତୃତୀୟରେ ଯଦି ଆପଣ ଗୁଣବାନ ଓ ଭାଗ୍ଯବାନ ପୁତ୍ର ଚାହୁଁଛନ୍ତି ତେବେ ଏହିଦିନ ନିଶ୍ଚିତ ଭାବେ ଗୋମାତାଙ୍କୁ ତିନି ମୁଠା ଗହମ ଖାଇବାକୁ ଦିଅନ୍ତୁ ।
ଚତୁର୍ଥରେ ଯଦି ଆପଣ ବହୁତ ଦିନରୁ ରୋଗରେ ପୀଡିତ ଅଛନ୍ତି ତେବେ ଏହିଦିନ ଗୋମାତାଙ୍କୁ ନିଶ୍ଚିତ ଭାବେ ଜଉ ଖୁଆଇ ଦିଅନ୍ତୁ ଦେଖିବେ ଆରୋଗ୍ୟ ପ୍ରାପ୍ତ କରିବେ । ପଞ୍ଚମରେ ଯଦି ଆପଣ କୌଣସି ମନସ୍କାମନା ମାଗିବାକୁ ଚାହୁଁଛନ୍ତି ତେବେ ଗୋଟିଏ ବାଲଟି ପାଣିରେ ଚିନି ମିଶାଇ ଗୋମାତାଙ୍କୁ ପିଇବାକୁ ଦିଅନ୍ତୁ ।
ମନସ୍କାମନା ପୂର୍ଣ୍ଣ ହେବା ସହ ଘରେ କେହି ଅସୁସ୍ଥ ଥିଲେ ଆରୋଗ୍ୟ ଲାଭ କରିବେ । ଷଷ୍ଠରେ ହେଉଛି ଗୋମାତାଙ୍କୁ ଆଖୁରସ ପିଆଇବା ଦ୍ଵାରା ସାଂସାରିକ ତଥା ସମସ୍ତ ପ୍ରକାରର ଭୌତିକ ସୁଖ ସୁବିଧା ପ୍ରାପ୍ତି ହୋଇଥାଏ । ସପ୍ତମରେ ଗୋମତାଙ୍କୁ ମହୁ ଚଟାଇବା ଦ୍ଵାରା ମଧ୍ୟ ସମସ୍ତ ଭୌତିକ ସୁଖ ପ୍ରାପ୍ତି ହେବା ସହ ଲକ୍ଷ୍ୟ ପ୍ରାପ୍ତି ହୋଇଥାଏ । ଅଷ୍ଟମରେ ଗୋମାତାଙ୍କୁ ବୁନ୍ଦି ଲଡୁ ଖୁଆଇବା ଦ୍ଵାରା ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୁଏ ଓ ଏହା ଶରୀରକୁ ଊର୍ଜାବାନ ବନେଇଥାଏ ।
ନବମ ଜିନିଷଟି ହେଉଛି ଗୁଡ ଏବଂ ଚଣା । ଶାସ୍ତ୍ର ଅନୁସାରେ ଗୋମାତାଙ୍କୁ ଗୁଡ ଓ ଚଣା ଖାଇବାକୁ ଦେବା ଦ୍ଵାରା ସେ ସବୁଠୁ ଅଧିକ ପ୍ରସନ୍ନ ହୋଇଥାନ୍ତି । ଏହାଦ୍ବାରା ସବୁ ପ୍ରକାରର ଦୁଃଖ କଷ୍ଟ ଦୂର ହୋଇ ଦୈବିକ ଓ ଭୌତିକ ସୁଖ ପ୍ରାପ୍ତି ହୁଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।