Diwali 2022: ଦୀପାବଳୀ ପୂର୍ବରୁ ଘରୁ ଅବଶ୍ୟ ବାହାର କରି ଫୋପାଡି ଦିଅନ୍ତୁ ଏହି 10 ଜିନିଷ, ମାତା ଲକ୍ଷ୍ମୀ କରିବେ ଅଜସ୍ର ଧନବର୍ଷା

ବାସ୍ତୁ ଅନୁସାରେ ଘରେ କଣ ରଖିବା ଉଚିତ ଓ କଣ ନୁହେଁ ତାହା ଜାଣିବା ନିହାତି ଆବଶ୍ୟକ ହୋଇଥାଏ । କାରଣ ଅନେକ ଥର ସାମାନ୍ଯ ଭୁଲ୍ ପାଇଁ ବ୍ୟକ୍ତିଙ୍କ ଭାଗ୍ୟ ଖରାପ ହୋଇଯାଏ । ଫଳରେ ତାଙ୍କୁ ଜୀବନରେ ନାନା ପ୍ରକାରର ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଦୀପାବଳୀ ପୂର୍ବରୁ ଘରୁ କିମ୍ବା ଦୋକାନରୁ କିଛି ଜିନିଷକୁ ବାହାର କରିଦେଲେ ମନୁଷ୍ୟ ଜୀବନର ଦୁର୍ଭାଗ୍ୟ ଓ ଦରିଦ୍ରତା ସବୁଦିନ ପାଇଁ ଦୂର ହୋଇଯିବ ଓ ଘରେ ମାତା ଲକ୍ଷ୍ମୀଙ୍କ ବାସ ହେବ । ଆସନ୍ତୁ ଜାଣିବା କଣ ସେହି ଜିନିଷ ।

ପ୍ରଥମ ଜିନିଷଟି ହେଉଛି ଦେବୀଦେବତାଙ୍କ ଚିରାଫଟା ଫଟୋ କିମ୍ବା ଅଧଭଙ୍ଗା ମୂର୍ତ୍ତି ଘରେ ରଖିବା ଅଶୁଭ ହୋଇଥାଏ । ଏହାଦ୍ବାରା ଧନହାନି ଘଟିଥାଏ । ଏଭଳି ଫଟୋ ଏବଂ ମୂର୍ତ୍ତିକୁ କୌଣସି ଜଳାଶୟରେ ନିଶ୍ଚୟ ପ୍ରବାହିତ କରିଦିଅନ୍ତୁ । ଦ୍ଵିତୀୟ ଜିନିଷଟି ହେଉଛି, ଅନେକଙ୍କ ଘରେ ପୁରୁଣା ଓ ଚିରାଫଟା କପଡା ଅଧିକ ମାତ୍ରାରେ ଦେଖିବାକୁ ମିଳେ । ଏସବୁ ଜିନିଷ ଘରକୁ ଅଶୁଭ ଶକ୍ତି ଆଣିଥାଏ । ଏସବୁକୁ ଅନ୍ୟକାମରେ ବ୍ୟବହାର କରିଦିଅନ୍ତୁ କିମ୍ବା ଅନ୍ୟ କାହାକୁ ଦେଇ ଦିଅନ୍ତୁ । ନଚେତ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେନି ।

ତୃତୀୟରେ ଘରର ଛାତ ଉପରେ ପଡିଥିବା ମଇଳା ଦ୍ଵାରା ଘରେ ଟଙ୍କାର ଅଭାବ ଦେଖା ଦେଇଥାଏ । ଏହା ଯୋଗୁଁ ପରିବାରର ସଫଳତା ଉପରେ ଖରାପ ପ୍ରଭାବ ପଡିଥାଏ ଓ ସଦସ୍ୟଙ୍କୁ ପିତୃଦୋଷ ଲାଗିଥାଏ । ତେଣୁ ଘରର ଛାତ ସର୍ବଦା ସଫା ରଖିବା ଉଚିତ । ଚତୁର୍ଥରେ କିଛି ଲୋକ ଘରେ ଅନାବ୍ଯଶ୍ଯକ ପଥର, ତାବିଜ ଆଦି ରଖିଥାନ୍ତି ।

କେଉଁ ପଥର ଭଲ ଫଳ ଦେଇଥାଏ ଓ କେଉଁ ପଥର ଖରାପ ଫଳ ଦେଇଥାଏ ଏହା ନଜାଣି ସେବସବୁ ଜିନିଷ ଘରେ ରଖନ୍ତୁ ନାହିଁ । ସେଥିପାଇଁ ଏସବୁକୁ ଦୀପାବଳୀ ପୂର୍ବରୁ ନିହାତି ଭାବେ ଘରୁ ବାହାର କରିଦିଅନ୍ତୁ । ପଞ୍ଚମରେ ଆପଣଙ୍କ ପର୍ସ ଚିରି ନଥିବା ଆବଶ୍ୟକ ଏବଂ ବାକ୍ସ ମଧ୍ୟ ଭାଙ୍ଗି ନଥିବା ଆବଶ୍ୟକ । ଯେଉଁଠି ଧନ ରଖୁଛନ୍ତି ସେଠାରେ ପବିତ୍ର ବହି ତଥା ପବିତ୍ର ଜିନିଷ ନିହାତି ରଖିବା ଉଚିତ । ପର୍ସରେ ମାତା ଲକ୍ଷ୍ମୀଙ୍କ ଫଟୋ ଓ ସିନ୍ଦୁକରେ କୁବେର ଦେବଙ୍କ ଫଟୋ ଏବଂ ଜନ୍ତ୍ର ରଖିବା ଉଚିତ ।

ଷଷ୍ଠରେ କୌଣସି ପ୍ରକାରର ଭାଙ୍ଗି ଯାଇଥିବା ସାମଗ୍ରୀକୁ ଘରେ ରଖନ୍ତୁ ନାହିଁ । ଏହାଦ୍ବାରା ଘରେ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ ଏବଂ ଦୀପାବଳୀରେ ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହେବନାହିଁ । ସପ୍ତମରେ ତାଜମହଲ, ବୁଡି ଯାଉଥିବା ଡଙ୍ଗା କିମ୍ବା ଜାହାଜ, କଣ୍ଟାଯୁକ୍ତ ଗଛ, ହିଂସ୍ରପଶୁଙ୍କ ଚିତ୍ର ଆଦି ମଧ୍ୟ ଘରେ ରଖିବା ଭଲ ନୁହେଁ ।

ଏହାଦ୍ବାରା ଘରେ ଧନ ଉପରେ ଖରାପ ପ୍ରଭାବ ପଡିଥାଏ ଓ ମନ ଅଶାନ୍ତି ରହିଥାଏ । ତେଣୁ ଏସବୁକୁ ଘରୁ ବାହାର କରିଦିଅନ୍ତୁ । ଅଷ୍ଟମରେ ଘରକୁ ସବୁବେଳେ ସଫା ରଖିବା ଉଚିତ । ଦୀପାବଳୀ ପୂର୍ବରୁ ଘର ସଫା କରି ଘରେ ଥିବା ସବୁ ବୁଢିଆଣୀ ଜାଲକୁ ବାହାର କରି ଦିଅନ୍ତୁ । ନଚେତ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବେ ନାହିଁ । ନବମରେ ଭଙ୍ଗା ଆଲମାରି ଟଙ୍କା ଅଭାବର କାରଣ ହୋଇଥାଏ । ତେଣୁ ଘରେ କିମ୍ବା ଦୋକାନରେ ଏଭଳି ଆଲମାରି ଥିଲେ ତୁରନ୍ତ ବାହାର କରିଦିଅନ୍ତୁ ।

ଏହାସହ ବିନା କାରଣରୁ ଆଲମାରିକୁ ଜମାବି ଖୋଲା ରଖନ୍ତୁ ନାହିଁ । ଦଶମରେ ଘର ହେଉକୁ ଦୋକାନ ସବୁଠୁ ସଫା ଚେୟାର ଟେବୁଲ ରଖନ୍ତୁ । ଏସବୁ ଜିନିଷ ଭାଙ୍ଗିଥିଲେ ଘର ପାଇଁ ସମସ୍ଯା ଆଣିଥାଏ । ଏହା ମଧ୍ୟ ଘରୁ ବାହାର କରିଦିଅନ୍ତୁ ନଚେତ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିବେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।