ତୁ ରହିଲୁନି ମୁଁ ଆଉ କାହିଁକି ରହିବି । ପୂଜାରେ ତୋ ପାଇଁ ଡ୍ରେସ ନେଇ ଆସିବି ବୋଲି କହିଥିଲି, କିନ୍ତୁ ମୁଁ ପହଞ୍ଚିବା ବେଳକୁ ତୁ ଆଉ ନଥିଲୁ । ଯେଉଁଗିନ ମୁଁ ତୋ ପାଇଁ ଡ୍ରେସ କିଣିଥାନ୍ତି, ସେହିଦିନ ଘରୁ ଖବର ଗଲା କି ତୁ ଆଉ ନାହୁଁ । ଧାଇଁ ଆସିଲି ତୋତେ ଟିକେ ଦେଖିବା ପାଇଁ । କିନ୍ତୁ ତୋ ମୃତ ଦେହ ଦେଖି ମୁଁ ସହି ପାରିବିନି ବୋଲି ତୋ ଘରଲୋକ ତୋତେ କୁଆଡେ ନେଉଗଲେ । ହେଲେ ଘରେ ସମସ୍ତଙ୍କ ଆଖିରେ ଲୁହ ଦେଖିଲି ।

କିନ୍ତୁ ତୋତେ ଶେଷ ଥର ପାଇଁ ଦେଖି ପାରିଲିନି କି ଦେଇଥିବା କଥା ବି ରଖି ପାରିଲିନି । ମୋ ଦରମା ଟଙ୍କାରେ ତୋତେ ଡ୍ରେସ ଦେଇ ପାରିଲିନି କି ତୁ ପିନ୍ଧି ବି ପାରିଲୁନି । ମୋ ଜୀବନର ଗୋଟିଏ ବଡ ଅବଶୋଷ ରହିଗଲା । ଆଜ୍ଞା ହଁ, ଭଉଣୀ ଘରେ ପହଞ୍ଚିବା ପରେ ସାନ ଭାଇ ପାଇଁ କୁଆଡେ ଏମିତି କହି କାନ୍ଦୁଥିଲା । ସବୁବେଳେ କିଛି ନା କିଛି ଭାବୁଥିଲା ଆଉ ଭାଇକୁ ହରେଇ ପୁରା ଭାଙ୍ଗି ପଡିଥିଲା ।
ଯେତେ ବୁଝେଇଲେ ବି ରଶ୍ମିତା ମୋତେ ବୁଝୁ ନଥିଲା କି କିଛି ବି ଖାଉ ନଥିଲା । ଆଉ ଶେଷରେ ସେ ବି ଜୀବନ ହାରି ଦେଇଥିବା ଚର୍ଚ୍ଚା ହେଉଛି । ତେବେ ସତରେ ରଶ୍ମିତା ଜୀବନ ହାରି ଦେଇଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ଏକଥା ଏବେବି ଅସ୍ପଷ୍ଟ ରହିଛି । ଆଗପଛ ହୋଇ ଚାଲିଗଲେ ୧୨ ବର୍ଷର ଭାଇ ଆଉ ୨୪ ବର୍ଷର ଭଉଣୀ । ଏତେ ବଡ ଗୋଟେ ଅଘଟଣ ଘଟିଯିବ ବୋଲି କେହି କେବେବି ଭାବି ନଥିଲେ ।

ତିନିଦିନ ମଧ୍ୟରେ ଆଗପଛ ହୋଇ ଅକାଳରେ ଭାଇ ଭଉଣୀ ଦୁହେଁ ଏମିତି ଚାଲିଯିବା ଦେଖି କେମିତି ସହିବେ ବାପାମା’ ! ଘରର ବଡ ଭଉଣୀ ଓ ସାନ ଭାଇ ଚାଲିଯିବା ପରେ ଏବେ କେବଳ ମଝିଆ ଝିଅ ତାଙ୍କର ସାହା ଭରସା । ସିବାଶିଷ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ବଡ ଭଉଣୀ ରଶ୍ମିତା ଭୁବନେଶ୍ବରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ହେଲେ ବଡ ଝିଅ ଆଉ ସାନ ପୁଅର ମୃତ୍ୟୁ ପରେ ପୁରା ପରିବାର ମର୍ମାହତ ହୋଇପଡିଛି । କାହା ଆଖିରୁ ଲୁହ ଶୁଖିବାର ନାଁ ନେଉନି ।
ପୁରା ଗାଁ ବି ସ୍ତବ୍ଧ ହୋଇଯାଇଛି । କାରଣ ଭାଇର ମୃତ୍ୟୁ ଯେଉଁ ସ୍ଥାନରେ ଯେତିକି ବେଳେ ହୋଇଥିଲା, ଭଉଣୀର ମୃତ୍ୟୁ ବି ଠିକ ସେହି ସ୍ଥାନରେ ସେହି ସମୟରେ ହୋଇଛି । ସାନ ଭାଇର ମୃତ୍ୟୁକୁ ନେଇ ଡିପ୍ରେସନରେ ଚାଲି ଯାଇଥିବା ରଶ୍ମିତା ନିଜେ ଜୀବନ ହାରି ଦେଇଥିବା କହୁଛନ୍ତି ତାଙ୍କ ବାପା ଗଦାଧର ନାୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।