କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ମାମଲା ମଧ୍ୟରେ ଏକ ବଡ ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି କି ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଶାଶୁଘର ଛାଡି ଦେଇଛନ୍ତି । ଅର୍ଥାତ ବର୍ଷା ପ୍ରିୟଦର୍ଶିନୀ ରହୁଥିବା ତାଙ୍କ ସ୍ଵାମୀ ଅନୁଭବ ମହାନ୍ତିଙ୍କ କଟକସ୍ଥିତ ବାସଭବନ ଛାଡି ଦେଇଛନ୍ତି । ଆଉ ସେହି ଘରକୁ ପ୍ରବେଶ କରିବା ପାଇଁ ବର୍ତ୍ତମାନ ପୋଲିସର ସହାୟତା ଲୋଡିଛନ୍ତି ସାଂସଦ ଅନୁଭବ ମହାନ୍ତି ।

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜର ସେହି ଘରେ ପରିବାର ସହ ପ୍ରବେଶ କରିବା ପାଇଁ କଟକ ପୁରୀଘାଟ ଥାନା ପୋଲିସର ସହାୟତା ଲୋଡିଛନ୍ତି । ଗତ ଅଗଷ୍ଟ ୩୦ ତାରିଖରେ ଘର ଛାଡିବା ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅଦାଲତ ଆଦେଶ ଦେଇଥିଲେ । ଏପରିକି ବର୍ଷାଙ୍କୁ କିଛି ଆର୍ଥିକ ସହାୟତା ଦେବା ପାଇଁ ମଧ୍ୟ ସାଂସଦ ଅନୁଭବ ମହାନ୍ତିଙ୍କୁ ଆଦେଶ ଦେଇଥିଲେ କୋର୍ଟ । ଆଉ ଅନୁଭବ ମଧ୍ୟ କୋର୍ଟଙ୍କ ସେହି ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିଥିଲେ ।
ଆଉ ଶୁକ୍ରବାର ଦିନ କୋର୍ଟ ବର୍ଷାଙ୍କୁ ଦେଇଥିବା ସମୟସୀମା ପୂରଣ ହୋଇଯିବା ପରେ ବର୍ଷା ଶାଶୁଘର ଛାଡି ନିଜ ଘରକୁ ଚାଲି ଯାଇଛନ୍ତି । ଆଜ୍ଞା ହଁ, ସାଂସଦ ଅନୁଭବ ମହାନ୍ତିଙ୍କ ଆବେଦନର ଶୁଣାଣି କରି ବର୍ଷାଙ୍କୁ ଅନୁଭବଙ୍କ ପୈତୃକ ଘର ଛାଡି ଯିବା ପାଇଁ କୋର୍ଟ ଗତ ଅଗଷ୍ଟ ୩୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହି ସମୟସୀମା ପୂରଣ ହେବା ସହ ବର୍ଷା ମଧ୍ୟ ଅନୁଭବଙ୍କ ପୈତୃକ ଘର ଛାଡି ନିଜ ବାସଭବନକୁ ଚାଲି ଯାଇଛନ୍ତି ।

ଆଉ ସବୁଠୁ ବଡ କଥା ହେଉଛି ପୋଲିସ ଉପସ୍ଥିତିରେ ହିଁ ଅନୁଭବ ନିଜର ସେହି ଘରେ ପ୍ରବେଶ କରିବା ପାଇଁ କଟକ ପୁରୀଘାଟ ଥାନାରେ ଆବେଦନ କରିଛନ୍ତି । ଆଉ ପୋଲିସ ଏହାକୁ ଗ୍ରହଣ କରିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ଏଠାରେ କହିରଖୁଛୁ ଯେ, କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା ଏବେ କଟକ ପରିବାର ଅଦାଲତରେ ବିଚାରାଧୀନ ରହିଛି ।
ପୂର୍ବରୁ ଦୁଇ ଦୁଇଟି ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ଜାରି ରହିଥିଲା । କିନ୍ତୁ ବିବାଦର ସମାଧାନ ପାଇଁ ଯେତେ ଉଦ୍ୟମ କରା ଯାଇଥିଲେ ବି ତାହା ବିଫଳ ହୋଇଛି । ଆମ ପୋଷ୍ଟ ଅନୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।