ଆମେରିକାର ଫ୍ଲୋରିଡାରେ ସ୍ଥଳଭାଗ ଛୁଇଁଛି ହରିକେନ ଇୟାନ୍ । ଫ୍ଲୋରିଡାର ଫୋର୍ଟମିୟର୍ସରେ ଲ୍ୟାଣ୍ଡଫଲ କରିଛି ଏହି ଭୟଙ୍କର ବାତ୍ୟା । ଏହାର ପ୍ରଭାବରେ ସେଠାରେ ଘଣ୍ଟା ପ୍ରତି ୨୮୦ କିମି ବେଗରେ ପବନ ବହିଥିବା ରେକର୍ଡ ହୋଇଛି । ଏହି ବାତ୍ୟା ଏତେ ଶକ୍ତିଶାଳୀ ଥିଲା ଯେ ହରିକେନ-୪ କ୍ୟାଟାଗୋରିରେ ଏହାକୁ ରଖାଯାଇଛି । ହରିକେନ-୪ କ୍ୟାଟାଗୋରୀର ତୀବ୍ରତା ସହିତ ଫ୍ଲୋରିଡାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି ।
ପ୍ରବଳ ବର୍ଷା ଓ ପବନ ଯୋଗୁଁ ବଡ ବଡ ଗଛ ଉପୁଡିଥିବା ବେଳେ କିଛି କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟାଜନିତ ବର୍ଷା ପ୍ରଭାବରେ ଘରେ ଏବଂ ରାସ୍ତାରେ ଆଣ୍ଠୁ ଉଚ୍ଚର ଜଳ ପ୍ରବାହିତ ହେଉଛି । ସେହିପରି ବିଦ୍ୟୁତ ସରାବରାହ ମଧ୍ୟ ପ୍ରଭାବିତ ହେବା ଯୋଗୁଁ ପ୍ରାୟ ୨୦ ଲକ୍ଷ ଲୋକେ ଏବେ ଅନ୍ଧାରରେ ରହିଛନ୍ତି । ହରିକେନର ତୀବ୍ରତାକୁ ଦୃଷ୍ଟିରେ ରଖି ଫ୍ଲୋରିଡା ଉପକୂଳରୁ ପୂର୍ବରୁ ଲୋକଙ୍କୁ ସ୍ଥାନାନ୍ତରିତ କରା ଦିଆଯାଇଥିଲା । ପ୍ରାୟ ଅଢେଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରା ଯାଇଥିବା ସୂଚନାମିଳିଛି ।
ଏହି ବାତ୍ୟା ପ୍ରଭବରେ ବହୁ ବିମାନ ଚଳାଚଳ ମଧ୍ୟ ବାତିଲ ହୋଇଛି । ଗତ ୧୦ ବର୍ଷ ମଧ୍ୟରେ ହୋଇଥିବା ବାତ୍ୟାଗୁଡିକ ମଧ୍ୟରେ ଇୟାନ ସବୁଠୁ ଶକ୍ତିଶାଳୀ ବୋଲି କୁହାଯାଉଛି । ଏହି ବାତ୍ୟା ଯୋଗୁଁ ବର୍ତ୍ତମାନ ଫ୍ଲୋରିଡାରେ ଜରୁରୀକାଳୀନ ସ୍ଥିତି ଜାରି ହୋଇଛି । ବାତ୍ୟାର ମୁକାବିଲା କରିବା ପାଇଁ ପ୍ରାୟ ୫ ହଜାର ଫ୍ଲୋରିଡା ନ୍ୟାସନାଲ ଗାର୍ଡଙ୍କୁ ନିୟୋଜିତ କରାଯିବା ସହ ଦୁଇ ହଜାର ଗାର୍ଡଙ୍କୁ ଷ୍ଟାଣ୍ଡ ବାଏରେ ମଧ୍ୟ ରଖାଯାଇଛି ।
୨୦୧୮ ପରେ ପ୍ରଥମ ଥର ପାଇଁ ସନସାଇନ ଷ୍ଟେଟ ଫ୍ଲ୍ଲୋରିଡାକୁ ପ୍ରଭାବିତ କରିଛି ହରିକେନ ଇୟାନ । ବାତ୍ୟାର ଭୟଙ୍କର ରୂପ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବର୍ତ୍ତମାନ ମଧ୍ୟ ବାତ୍ୟା ଫ୍ଲୋରିଡାରେ ବାତ୍ୟାର ପ୍ରଭାବ ରହିଛି । କାରଣ ହରିକେନଟି ବର୍ତ୍ତମାନ ସାମାନ୍ଯ ଦୁର୍ବଳ ହୋଇ କ୍ୟାଟାଗୋରୀ-୨ରେ ରହିଛି ଓ ପୂର୍ବାପେକ୍ଷା ପବନର ବେଗ ମଧ୍ୟ କମି ଏହା ଉତ୍ତର-ପୂର୍ବ ଦିଗକୁ ଗତି କରୁଛି ।
ପବନର ବେଗ ଯଦ୍ୟପି ହ୍ରାସ ପାଇଛି କିନ୍ତୁ ଆଗାମୀ ୧୨ ଘଣ୍ଟା ଫ୍ଲୋରିଡା ପାଇଁ ଆହୁରି ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । କାହିଁକି ଏହି ବାତ୍ୟା ପ୍ରଭାବରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।