ପୁଣି ମୁହାଁମୁହିଁ ହେଲେ Dhoni-Gambhir ଫ୍ୟାନ୍ସ, ଧୋନୀ ଲାଇଭ ଆସିବା ପରେ ଗମ୍ଭୀରଙ୍କ ଏହି ଭିଡିଓ ନିଆଁରେ ଢାଳିଲା ଘିଅ…!

ସୋସିଆଲ ମିଡିଆରେ ପୁଣି ମୁହାଁମୁହିଁ ହେଲେ ଧୋନୀ ଗମ୍ଭୀର ଫ୍ୟାନ୍ସ । ବିଶ୍ଵକପ ବିଜୟୀ ଏହି ଖେଳାଳିଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ କଥା କଟାକଟି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଗତ ୨୫ ସେପ୍ଟେମ୍ବରରେ ଧୋନୀ ନିଜ ଫେସବୁକ ଆକାଉଣ୍ଟରେ ଲାଇଭ ଆସି କିଛି ବଡ ଘୋଷଣା କରିବେ ବୋଲି ପୂର୍ବରୁ ଜଣାଇଥିଲେ । ଆଉ ଏହି ଲାଇଭରେ ଓରିଓ ବିସ୍କୁଟର ଲଞ୍ଚ କରିଥିଲେ ଧୋନୀ ।

ଖାଲି ଏତିକି ନୁହେଁ ବରଂ ଏହାର ଲଞ୍ଚକୁ ବିଶ୍ଵକପ ସହ ମଧ୍ୟ ଯୋଡିଥିଲେ ଧୋନୀ । ୨୦୧୧ରେ ଲଞ୍ଚ ହୋଇଥିଲା ଓରିଓ ବିସ୍କୁଟ ଏବଂ ସେହି ବର୍ଷ ଭରତ ବିଶ୍ଵକପ୍ ମଧ୍ୟ ଜିତିଥିଲା । ତେଣୁ ୨୦୨୨ରେ ପୁଣି ଥରେ ଓରିଓ ରିଲଞ୍ଚ ହୋଇଛି ଏବଂ ଭାରତ ମଧ୍ୟ ଚଳିତ ବର୍ଷ ପୁଣି ଥରେ ବିଶ୍ଵକପ୍ ଜିତିବ ବୋଲି ଧୋନୀ ଏହି ଲାଇଭରେ କହିଥିଲେ । ତେବେ ଧୋନୀଙ୍କର ଏହି ଭିଡିଓକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିଛି ଲୋକ ଏହାକୁ ପସନ୍ଦ କରି ନଥିବା ବେଳେ ଅନେକ ଏହି ପ୍ରେସ କନ୍ଫରେନ୍ସକୁ ନିନ୍ଦା ମଧ୍ୟ କରିଥିଲେ ।

ଆଉ ଏତିକି ବେଳେ ନିଜ ଇନଷ୍ଟାଗ୍ରାମ ଆଇଡିରେ ଏକ ଭିଡିଓ ଶେୟାର କରିଥିଲେ ଗମ୍ଭୀର । ଯାହା ଧୋନୀ ଓ ଗମ୍ଭୀରଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ବଢେଇ ଦେଇଥିଲା ତିକ୍ତତା । ଗମ୍ଭୀର ଶେୟାର କରିଥିବା ଏହି ଭିଡିଓରେ ନିଜ ଝିଅଙ୍କ ସହ ନଜର ଆସିଥିଲେ । ଆଉ ଏହି ଭିଡିଓରେ ତାଙ୍କ ଝିଅ କୁକୁରକୁ ଓରିଓ ଓରିଓ କହି ଡାକୁଥିଲା । ଯାହାକୁ ଫ୍ୟାନ୍ସମାନେ ଧୋନୀଙ୍କ ଓରିଓ ପ୍ରେସ କନ୍ଫରେନ୍ସ ସହ ଯୋଡି ମଜାକ ଉଡାଇବା ସହ ଧୋନୀଙ୍କୁ ଟ୍ରୋଲ କରିଥିଲେ ।

ସେହିପରି କିଛି ଲୋକ ଯୁବରାଜ ସିଂଙ୍କ ଫଟୋ ଶେୟାର କରି ବିଶ୍ଵକପ ଜିତିବା ପଛର ଅସଲି ଓରିଓ ଯୁବରାଜ ଥିଲେ ବୋଲି କହିଥିଲେ । ଯୁବରାଜ ହିଁ ୨୦୧୧ ବିଶ୍ଵକପ ଜିତିବାରେ ପ୍ରମୁଖ ଭୂମିକା ନେଇଥିଲେ ବୋଲି କହିବା ସହ ଧୋନୀଙ୍କୁ ଜୋରଦାର ଟାର୍ଗେଟ କରିଥିଲେ ଫ୍ୟାନ୍ସ । ୨୦୧୧ରେ ଭାରତ ଦ୍ଵିତୀୟ ଥର ପାଇଁ ଦିନିକିଆ ବିଶ୍ଵକପ ଜିତିଥିଲା । ନିର୍ଣ୍ଣାୟକ ମ୍ଯାଚରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ହରେଇବା ସହ ଦୀର୍ଘ ୨୮ ବର୍ଷ ପରେ ବିଶ୍ଵକପ ନିଜ ନାଁରେ କରିଥିଲା ।

ଏହି ଶେଷ ମ୍ଯାଚରେ ଗୌତମ ଗମ୍ଭୀର ୯୭ ରନ୍ ର ଗୁରୁତ୍ବପୂର୍ଣ୍ଣ ଇନିଂସ ଖେଳିବା ସହ ଭାରତକୁ ବିଜୟୀ ହେବାରେ ମୁଖ୍ୟ ଭୂମିକା ନେଇଥିଲେ । ସେହିପରି ଧୋନୀ ମଧ୍ୟ ଏହି ମ୍ଯାଚରେ ଅପରାଜିତ ୯୧ ରନ୍ ର ଇନିଂସ ଖେଳିଥିଲେ । ଯୁବରାଜ ମଧ୍ୟ ପୁରା ବିଶ୍ଵକପରେ ବେଶ ଭଲ ପ୍ରଦର୍ଶନ କରି ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।