ସୌଭାଗ୍ୟବତୀ କେମିତି ରହିବେ ? ସ୍ଵାମୀଙ୍କ ସହ ସମ୍ପର୍କ ଦୃଢ ରଖିବାର ଉପାୟ ଜାଣନ୍ତୁ Astrologer Pragyan Tripathy ଙ୍କ ଠାରୁ

ଆଜି ଆମେ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ କି ଆପଣ ସୌଭାଗ୍ୟବତୀ କିପରି ରହିବେ । ଏହାସହ ମତରେ ସିନ୍ଦୂର କିଭଳି ଭାବେ ଲଗାଇବେ ଓ ସ୍ଵାମୀନ୍କାସ ଆଃ ଆପଣଙ୍କ ସମ୍ପର୍କ କିଭଳି ଭାବେ ମଧୁର ଏବଂ ମଜବୁତ ହେବ । ସିନ୍ଦୂର ତଥା ଲାଲ ରଙ୍ଗ ହେଉଛି ମଙ୍ଗଳ ଗ୍ରହଙ୍କର । ଆମ ଦାମ୍ପତ୍ୟ ଜୀବନ ଭାଙ୍ଗିବାର ପ୍ରଥମ କାରଣ ହେଉଛି ମଙ୍ଗଳ ଗ୍ରହଙ୍କ ପ୍ରଭାବ । ମଙ୍ଗଲ ବହୁତ ମଙ୍ଗଳ କରିଥାନ୍ତି ନହେଲେ ଅମଙ୍ଗଳ କରିଥାନ୍ତି ।

ସିନ୍ଦୂର ପିନ୍ଧିବା ବେଳେ କେହି କେହି ଆଙ୍ଗୁଳିରେ ପିନ୍ଧନ୍ତି ଆଉ କେହି କେହି ବଡ୍ କିମ୍ବା ଦିଆସିଲି କାଠିରେ ପିନ୍ଧନ୍ତି । କିନ୍ତୁ ଝିଙ୍କ କାଠିରେ ସିନ୍ଦୂର ପିନ୍ଧିବା ସବୁଠୁ ଅଧିକ ଶୁଭ ହୋଇଥାଏ । ସିନ୍ଦୂର ସବୁବେଳେ ବ୍ଲାକ ବଡ୍ ରେ ପିନ୍ଧିବେ ହ୍ଵାଇଟ ବଡ୍ ରେ ପିନ୍ଧିବେନି । ଯଦି ଆପଣଙ୍କ ପକ୍ଷେ ଝିଙ୍କ କାଠି ନାହିଁ କିମ୍ବା ଆପଣଙ୍କୁ ମିଳୁନି ତେବେ ନିଜ ଅନାମିକା ଆଙ୍ଗୁଳିରେ ସିନ୍ଦୂର ପିନ୍ଧନ୍ତୁ । ଏହି ଅନାମିକା ଆଙ୍ଗୁଳି ହେଉଛି ସୂର୍ଯ୍ୟଙ୍କର ।

ସିନ୍ଦୂର ପିନ୍ଧିବା ବେଳେ ଆପଣ ପୂର୍ବ ଦିଗକୁ ମୁହଁ କରି ମୁଣ୍ଡରେ ଏକ କପଡା ଦେବେ ଏବଂ ଏହାପରେ ଝିଙ୍କ କାଠି କିମ୍ବା ଅନାମିକା ଆଙ୍ଗୁଳିରେ ସିନ୍ଦୂର ନେଇ ଏକ ମନ୍ତ୍ର ପଢି ସିନ୍ଦୂର ପିନ୍ଧିବେ । ସେହି ମନ୍ତ୍ରଟି ହେଉଛି, “ଓଁ ହେ ଗୌରୀଶଙ୍କର ରାଧାଙ୍ଗୀ ଯଥାତୋ ଶଙ୍କର ପ୍ରିୟା ତଥା ମାଂ କୁରୁ କଲ୍ୟାଣୀ କାନ୍ତ କାନ୍ତ ସୁଦୁର୍ଲଭ୍ୟାଂ ଓଁ ନମଃ ଆଦି ପୁରୁଷାୟ ।”

ଏହାପରେ ଆସିବ ଆପଣଙ୍କ ସ୍ଵାମୀଙ୍କ ନାମ ଏବଂ ତାଙ୍କ ପରେ ଆପଣଙ୍କ ନିଜ ନାମ । ଶେଷରେ କହିବେ, “ଆକର୍ଷଣୀୟ କୁରୁ କୁରୁ ସ୍ଵାହା ।” ପ୍ରଥମେ ଆପଣଙ୍କୁ ଏହି ମନ୍ତ୍ର ମନେରଖିବାକୁ କଷ୍ଟ ହୋଇପାରେ । ତେଣୁ ଆପଣ ଏକ କାଗଜରେ ଏହି ମନ୍ତ୍ରକୁ ଲେଖି ଦେବେ ।

ଆଉ ମନ୍ତ୍ର ମଝିରେ ଯେଉଁଠି ଆପଣଙ୍କ ସ୍ଵାମୀଙ୍କ ନାମ ଓ ତା’ପରେ ଆପଣଙ୍କ ନାମ ରହିବ ସେଇଠି ସ୍ଵାମୀଙ୍କ ନାମ ଓ ନିଜ ନାମ ଲେଖିଦେବେ । ସମସ୍ତେ ଚାହାନ୍ତି ତାଙ୍କ ପ୍ରତି ସ୍ଵାମୀଙ୍କ ଆକର୍ଷଣ ବଢୁ ବୋଲି । ଆଉ ସିନ୍ଦୂର ମଧ୍ୟ ଆପଣ ନିଜ ସ୍ଵାମୀଙ୍କ ପାଇଁ ପିନ୍ଧୁଛନ୍ତି ।

ତେଣୁ ସ୍ଵାମୀଙ୍କ ସହ ସମ୍ପର୍କକୁ ମଜବୁତ କରିବା ପାଇଁ ଆପଣ ପୂର୍ବ ଦିଗକୁ ମୁଖ କରି ପ୍ରଥମେ ଏହି ମନ୍ତ୍ରକୁ ପଢନ୍ତୁ ଓ ତା’ପରେ ଯାଇ ମଠାରେ ସିନ୍ଦୂର ଲଗାନ୍ତୁ । ଏହି ମନ୍ତ୍ର ପଢିବା ବେଳେ ଆପଣ ବଡ ପାଟିରେ ନପଢି ଯେତେ ପାରୁଛନ୍ତି ଧୀରେ ପଢନ୍ତୁ । ନହେଲେ ଆପଣଙ୍କୁ ନଜର ଦୋଷ ଲାଗିବାର ସମ୍ଭାବନା ରହିଥାଏ । ଆପଣ ଏପରି କରୁଛନ୍ତି ବୋଲି କାହାକୁ ମଧ୍ୟ କହିବେ ନାହିଁ କି ଆପଣ ନିଜ ଶୁଭ ମଙ୍ଗଳ ପାଇଁ ଏହା ଲଗାଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।