ଦୀପାବଳୀ(Diwali) ଦିନ ସକାଳୁ ଉଠି କରନ୍ତୁ ଏହି କାମ, ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଦୌଡି ଚାଲି ଆସିବେ 

ନମସ୍କାର ବନ୍ଧୁଗଣ, ପ୍ରଥମେ ଆପଣଙ୍କୁ ଦୀପାବଳିର ହାର୍ଦ୍ଧିକ ଅଭିନନ୍ଦନ । ଦୀପାବଳି ହେଉଛି ଆଲୋକର ପର୍ବ । ଏହି ପର୍ବରେ ଆମେ ଆମ ଘରକୁ ଆଲୋକରେ ସୁସଜ୍ଜିତ କରିଥାଉ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଦୀପାବଳି ଦିନ ସକାଳୁ ଲୁଚି କରି କରନ୍ତୁ ଏମତି କିଛି କାମ ଯାହାଦ୍ଵାରା ମାତା ଲକ୍ଷ୍ମୀ ଘରକୁ ଆସିବା ପାଇଁ ବାଧ୍ୟ ହେବେ । ତେବେ ଆସନ୍ତୁ ଜାଣିବା ସେସବୁ ବିଷୟରେ ବିସ୍ତାରରେ । 

ଦୀପାବଳି ଦିନ ପୁରୁଣା ଝାଡୁ ଫୋପାଡି ନୂଆ ଝାଡୁରେ ଘର ସାଫା କରାଯାଏ । କିନ୍ତୁ ଭୋର ସମୟରେ ଘରର ମହିଳାମାନେ ପୁରୁଣା ଝାଡୁରେ ଝାଡୁ କରି ଅଳିଆ ସହ ହିଁ ଝାଡୁକୁ ଘର ବାହାରକୁ ଫୋପାଡି ଦିଅନ୍ତୁ । ଏବଂ ମାନେ ରଖନ୍ତୁ ଭୋର ସମୟରେ ଚୁପ ଚାପ ଏହି କାର୍ଯ୍ୟ କରିବେ । ଏହି ସମୟରେ କାହା ସହ କଥା ବାର୍ତା କରିବା ଉଚିତ ନୁହେଁ । ଏବଂ ଧ୍ୟାନ ରଖିବେ ଯେମିତି କେହି ଆପଣଙ୍କୁ ଅଟକାନ୍ତି ନାହିଁ ଯେମିତି ।

କାରଣ ସେହି ସମୟରେ ଆପଣ ମା ଲକ୍ଷ୍ମୀଙ୍କୁ ଭିତରକୁ ଆଣନ୍ତି ଏବଂ ଦରିଦ୍ରତାକୁ ବାହାର କରିଦିଅନ୍ତି । ସର୍ବ ପ୍ରଥମେ ପୁରୁଣା ଝାଡୁ ସହ ବାହାରକୁ ନେଇଯାଅନ୍ତୁ । ଏହାପରେ ଯେତେବେଳେ ଘରକୁ ଆସିବେ ଖାଲି ହାତରେ ନ ଆସି କୌଣସି ଗଛର ଗୋଟିଏ ପତ୍ରକୁ ହାତରେ ନେଇ ଆସନ୍ତୁ । ଚାହିଁଲେ ଆପଣ ପୂର୍ବ ଦିନ ଘର ବାହାରେ କିଛି ଜିନିଷ ରାଖି ସକାଳୁ ତାକୁ ହାତରେ ରାଖୀ ଘରକୁ ଆସିପାରିବେ । ଏହାଦ୍ବାର ଆପଣ ଦରିଦ୍ରତାକୁ ବାହାର କରି ଲକ୍ଷ୍ମୀଙ୍କୁ ଘରକୁ ଆଣିଥାନ୍ତି ।    

ସର୍ବ ପ୍ରଥମେ ଜାଣନ୍ତୁ, ଘରକୁ ସକାଳୁ ସଫା କରିବା ପୂର୍ବରୁ ପ୍ରଥମେ ଗଙ୍ଗା ଜଳକୁ ମୁଖ୍ୟ ଦ୍ଵାରା ପାଖରେ ଅଳପ ଅଳପ କରି ଛିଞ୍ଚନ୍ତୁ । ଗଙ୍ଗା ଜଳରେ ଯଦି ଏହି ଦିନ ଆପଣ ଆପଣଙ୍କ ଘରକୁ ଶୁଦ୍ଧ କରୁଛନ୍ତି ତେବେ ଏହା ଅତ୍ୟନ୍ତ ଶାନ୍ତି ଦେଇଥାଏ ମନକୁ । ଏବଂ ଏହାପରେ ଘରର ମୁଖ୍ୟ ଦ୍ଵାର ଝାଡୁ ଲଗାଇବା ପୂର୍ବରୁ ଧୋଇ ଦିଅନ୍ତୁ । ତାପରେ ନୂଆ ଝାଡୁରେ ଝାଡୁ କରିବା ଆରମ୍ଭ କରନ୍ତୁ ।

ଦୀପାବଳି ସମୟରେ ଲୋକ ତନ୍ତ୍ର ସିଦ୍ଧି କରିଥାନ୍ତି । ନକରାତ୍ମକ ଶକ୍ତି ଏହି ସମୟରେ ବଢିଯାଏ । ତେଣୁ ଏହି ସମୟରେ ନିଜ ଘରର ଦ୍ଵାରାକୁ ଧୋଇ ଦିଅନ୍ତୁ । କାରଣ କେହି ଯଦି ତନ୍ତ୍ର ମନ୍ତ୍ର କରିଥାନ୍ତି ଆପଣଙ୍କ ଘର ଉପରେ ତେବେ ଏହାର ପ୍ରଭାବ ପଡିବ ନାହିଁ । ଏହିଦିନ ଘରର ଦ୍ଵାରାରେ ସ୍ଵସ୍ତିକ ଚିହ୍ନ ବନେଇଦିଅନ୍ତୁ । ଏବଂ ସନ୍ଧ୍ଯା  ସମୟରେ ଭଲ ଖିଆ ପିଆ କରି ଘରେ ଖୁସିର ମାହୋଲ ରଖନ୍ତୁ ।

 

ଏବଂ ନିଜ ଘର ଦୁଆର ବନ୍ଧରେ ମା ଲକ୍ଷ୍ମୀଙ୍କ ପାଦ କରନ୍ତୁ ଚିତାରେ । ଘରେ ଦୀପ ନିଶ୍ଚୟ ସବୁଆଡେ ଲଗାନ୍ତୁ । ସବୁ ଦୁଆର ବନ୍ଧରେ ଲଗାନ୍ତୁ ଦୀପ । ଦୀପର ଆଲୋକରେ ସାରା ଘରକୁ ଆଲୋକିତ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।