ଏକାଠି ଚାଲିଗଲା ତିନି ସାଙ୍ଗଙ୍କ ଜୀବନ, ଦୋସ୍ତି ଏମିତି ଯେ ମଲା ପରେ ବି ଗୋଟିଏ ଜୁଇରେ ଜଳିଲେ, ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ଛାତି ଫାଟିପଡିବ, ଦେଖନ୍ତୁ video

ଛାତିଫଟା ଚିତ୍କାର ସାଙ୍ଗକୁ ସମସ୍ତଙ୍କ ଆଖିରେ ଲୁହ ଓ ମନରେ କୋହ । ଗାଁ ସାରା କାନ୍ଦବୋବାଳି ଆଉ ସମସ୍ତେ ସ୍ତବ୍ଧ । କାରଣ ବଜ୍ରାଘାତରେ ଚାଲିଯାଇଛି ଗାଁର ତିନି ସାଙ୍ଗଙ୍କ ଜୀବନ । ସେମାନଙ୍କ ପରିବାର ସହ ପୁରା ଗାଁ କାନ୍ଦୁଛି । କାହା ଆଖିରୁ ଲୁହ ଶୁଖୁନି କି ଗାଁରୁ କାନ୍ଦବୋବାଳିର ଶବ୍ଦ କମୁନି । ଜୀବନ ଥିବାବେଳେ ଯେମିତି ସାଙ୍ଗ ହୋଇ ବୁଲୁଥିଲେ ମୃତ୍ୟୁ ବେଳେ ବି ସେମିତି ସାଙ୍ଗ ହୋଇ ଚାଲିଗଲେ । ବଜ୍ରାଘାତ ସିନା ଜୀବନ ନେଇଗଲା ହେଲେ ସେମାନଙ୍କ ଦୋସ୍ତି ଆଗରେ ମୃତ୍ୟୁ ବି ମୁଣ୍ଡ ନୂଆଁଇଲା ।

ଏମିତି ବନ୍ଧୁତା ଯେ ଏକାଠି ବୁଲୁଥିଲେ, ଏକାଠି ମଶାଣି ଗଲେ ଆଉ ଗୋଟିଏ ଜୁଇରେ ଏକାଠି ଜଳିଲେ । ବୟସର ତାରତମ୍ୟ ଥିଲେ ବି ସେମାନେ ସାଙ୍ଗ ହେଉଥିଲେ ପ୍ରଶାନ୍ତ, କାହ୍ନୁ ଏବଂ ଚନ୍ଦନ । କିନ୍ତୁ ସେମାନେ ଏକାଠି ସବୁଦିନ ପାଇଁ ଏ ଦୁନିଆ ଛାଡି ଚାଲିଯିବା ପରେ ଲୁହ କୋହରେ ବୁଡିଛି ବଲାଙ୍ଗୀର ଲୁଇଶିଙ୍ଗାର ଜଡାମୁଣ୍ଡା ଗାଁ । ଗତ ବୁଧବାର ଅପରାହ୍ନରେ ଗାଁ ପୋଖରୀ ଆଡେ ସାଙ୍ଗ ହୋଇ ଯାଇଥିଲେ ତିନି ସାଙ୍ଗ ।

ଆଉ ସେହି ସମୟରେ ବର୍ଷା ହେବାରୁ ସେମାନେ ନିକଟରେ ଥିବା ଏକ ଗଛ ତଳେ ଆଶ୍ରୟ ନେଇଥିଲେ । କିନ୍ତୁ ସେତେବେଳେ ହିଁ ଆକ୍ଷରୁ ବଜ୍ର ପଡିଥିଲା । ମୁଣ୍ଡ ଉପରୁ ମୃତ୍ଯୁ ଖସିବା ପରେ ସେହିଠାରେ ହିଁ ଉଡି ଯାଇଥିଲା ତିନି ସାଙ୍ଗଙ୍କ ପ୍ରାଣ ବାୟୁ । ସେମାନେ ନ ଫେରିବାରୁ ଆଉ ଜଣେ ସାଙ୍ଗ ଯାଇ ସେହି ତିନି ଜଣଙ୍କୁ ଗଛ ତଳେ ପଡିଥିବାର ଦେଖିବା ପରେ ଗାଁ ଲୋକଙ୍କୁ ଖବର ଦେଇଥିଲେ ।

ଯାହାପରେ ସେମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପୁରା ଗାଁରେ ଶୁଣିବାକୁ ମିଳୁଛି କାନ୍ଦବୋବାଳି । ଶବ ବ୍ୟବଚ୍ଛେଦ ପରେ ସେହି ତିନି ଜଣଙ୍କୁ ଏକାଠି ଗାଁ ଶ୍ମଶାନରେ ଗୋଟିଏ ଜୁଇରେ ହିଁ ସଂସ୍କାର କରା ଯାଇଥିଲା ।

ସେହି ତିନିଜନଙ୍କ ମଧ୍ୟରୁ କାହାର ବୟସ ୨୭ ବର୍ଷ ତ କାହାର ୨୦ ତ ପୁଣି କାହାର ୧୨ ବର୍ଷ ଥିଲା । କିଏ ଘରର ରୋଜଗାରିଆ ପୁଅ ଥିଲା ତ ଆଉ କିଏ ପରିବାରର ଏକମାତ୍ର ପୁଅ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।