ବହୁତ ଲୋକ ଅଛନ୍ତି ଯେଉଁମାନେ ରାତିରେ ଡେରି ଯାଏଁ ଜାଗିଥାନ୍ତି । ୧୨ଟା ୧ଟା ରାତି ନହେଲେ ସେମାନଙ୍କୁ ନିଦ ହୁଏନାହିଁ । ଡେରିରେ ଶୋଇବା ଦ୍ଵାରା ଆତ୍ମାକାରକ ଗ୍ରହ ରବି ସୁପ୍ତ ଅବସ୍ଥାକୁ ଆସିଯାନ୍ତି ଏବଂ ରାତିର ଦେବତା ଶନିଦେବ ଜାଗ୍ରତ ହୋଇଯାନ୍ତି । ଶନି ଯିଏକି ଦଣ୍ଡ ପ୍ରଦାନ କରନ୍ତି । ଡେରି ରାତି ଯାଏଁ ଜାଗିବା ଦ୍ଵାରା ମନରେ ଅନେକ ନକରାତ୍ମକ ସଚିନ୍ତ ମଧ୍ୟ ଆସିଥାଏ । ଏସବୁର ପ୍ରତିକାର ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ ।

ରାତିରେ ମନରେ ଦୁଃଖ, ଯନ୍ତ୍ରଣା ଏବଂ ପ୍ରତିଶୋଧ ଭାବ ମଧ୍ୟ ଆସିଥାଏ । ଅନେକ ଲୋକ ରାତିରେ ଭୁଲ କାମ ମଧ୍ୟ କରିଥାନ୍ତି । ଠିକ ସେହିଭଳି ରାତିରେ କୌଣସି ମନ୍ତ୍ର ଜପ କଲେ ଆମ ମନରେ ସକାରାତ୍ମକତା ଆସିଥାଏ । ତେବେ ମନରେ ଯେତେବେଳେ ଖରାପ ଚିନ୍ତା ଆସେ ଓ ଆମେ ତା’ପରେ ଶୋଇଯାଉ ଏହାଦ୍ବାରା ଦୁଃସ୍ଵପ୍ନ ଆସିଥାଏ । ଭୟଙ୍କର ସ୍ଵପ୍ନ ଦେଖିବା ଦ୍ଵାରା ରାତିରେ ନିଦ ବାଧାପ୍ରାପ୍ତ ହୁଏ ।
ଯଦି ଏଭଳି ସ୍ଵପ୍ନ ଦେଖୁଛନ୍ତି ତେବେ କଣ କରିବେ ଜାଣି ରଖିବା ଉଚିତ । ରବି ଜୀବନରେ ଆଲୋକ ଆଣିଥାନ୍ତି । ଡେରିରେ ଶୋଇବା ଦ୍ଵାରା ଆଲୋକ ବନ୍ଦ ହୋଇଯାନ୍ତି ଓ ଅନ୍ଧକାର ବା ଶନିଦେବ ସକ୍ରିୟ ହୋଇଯାନ୍ତି । ତେଣୁ ଡେରିରେ ଶୋଇବା ଅଭ୍ଯାସକୁ ପରିବର୍ତ୍ତନ କରିବା ନିହାତି ଜରୁରୀ ।

ଶୀଘ୍ର ଶୋଇବା ଦ୍ଵାରା ଦୁଃସ୍ଵପ୍ନ ଆସି ନଥାଏ । ତେବେ ଯଦି ଡେରିରେ ଶୋଇବା ଅଭ୍ଯାସ କରି ପାରୁନାହାନ୍ତି ଏବଂ ଦୁଃସ୍ଵପ୍ନ ଦେଖୁଛନ୍ତି ତେବେ ଏହି ପ୍ରତିକାରଟିକୁ କରନ୍ତୁ । ଆପଣଙ୍କ ଉଚ୍ଚତାରୁ ଟିକେ ଅଧିକ ଲମ୍ବର ଏକ ଲମ୍ବା କଳା ସୂତା ଆଣନ୍ତୁ ଓ ଆପଣଙ୍କ ବୟସ ଯେତିକି ସେହି କଳା ସୂତାରେ ସେତିକିଟି ଗଣ୍ଠି ପକେଇ ଦିଅନ୍ତୁ ।
ଏହାପରେ ସକାଳୁ ସ୍ନାନ ସାରି ଏହି ସୂତାକୁ ଆପଣଙ୍କ ଅଣ୍ଟାରେ ବାନ୍ଧି ଦିଅନ୍ତୁ ଓ ଗୋଟିଏ ରାତି ତାକୁ ଅଣ୍ଟାରେ ସେମିତି ପିନ୍ଧନ୍ତୁ । ତା’ ପରଦିନ ସ୍ନାନ କରିବା ପରେ ଏବଂ ପୂଜା କରିବା ପୂର୍ବରୁ ସେହି ସୂତାକୁ ଅଣ୍ଟାରୁ ଖୋଲି ପୂଜା ଘରେ ଜଳାଇଥିବା ଦୀପ ପାଖରେ ରଖିଦେବେ ।

ସନ୍ଧ୍ୟା ବେଳେ ମଧ୍ୟ ଯାଇ ଦୀପ ଲଗାଇବେ ଓ ସେହି କଳା ସୂତାକୁ ସେଠାରୁ ନେଇ ଆସିବେ ଏବଂ ଆପଣ ଶୋଉଥିବା ବିଛଣା ତଳେ କିମ୍ବା ତକିଆ ତଳେ ଏହାକୁ ରଖିଦିଅନ୍ତୁ । ତେବେ ୧୦-୧୨ ବର୍ଷର ପିଲା ପାଇଁ ଏମିତି କରୁଥିଲେ ତାଙ୍କ ମା ତାଙ୍କ ପାଇଁ ଏହା କରିପାରିବେ ନାହିଁ । ସେହି ପିଲାକୁ ନିଜେ ଏହା କରିବାକୁ ହେବ ।
ମା ତାଙ୍କୁ କେବଳ ଗଣ୍ଠି ପକାଇବାରେ ସାହାଯ୍ୟ କରିପାରିବେ । ଶ୍ରଦ୍ଧାର ସହ କରନ୍ତୁ ଦେଖିବେ ଧୀରେ ଧୀରେ ନିଶ୍ଚୟ ସୁଫଳ ମିଳିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।