ବିଦ୍ୟୁତ ଉପଭୋକ୍ତା ମାନଙ୍କ ପାଇଁ ଆସିଲା ବଡ ଖବର । ଏଥର ଘରେ ଲାଗିବ ସ୍ମାର୍ଟ ମିଟର । ରିଚାର୍ଜ କଲେ ଘରକୁ ମିଳିବ ବିଦ୍ୟୁତ । ଆଉ ରିଚାର୍ଜ ନକଲେ ଅନ୍ଧାରରେ ରହିବେ । ଡିଜିଟାଲ ଯୁଗରେ ସବୁକିଛି ଡିଜିଟାଲ ହେଉଥିବା ବେଳେ ଏବେ ସ୍ମାର୍ଟ ମିଟର ମଧ୍ୟ ଆସିଯାଇଛି । ବର୍ତ୍ତମାନ କୋରାପୁଟ ଜିଲ୍ଲାର ଜୟପୁର ଅଞ୍ଚଳରେ ଏହି ସେବା ଆରମ୍ଭ କରାଯାଇଛି । ଯେମିତି ମୋବାଇଲରେ ସିମ୍ କାର୍ଡ ପଡେ ଏବଂ ବ୍ୟବହାର କରିବାକୁ ତାକୁ ରିଚାର୍ଜ କରିବାକୁ ପଡେ ।

ଠିକ ସେମିତି ଏହି ମିଟରରେ ମଧ୍ୟ ଏକ ସିମ୍ କାର୍ଡ ଭଳି ରହିବ ଏବଂ ରିଚାର୍ଜ କରିବା ଦ୍ଵାରା ଏହା ବିଦ୍ୟୁତ ସେବା ଯୋଗାଇବ । କେବଳ ଏତିକି ନୁହେଁ ବରଂ ଏହି ମିଟରରେ ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ସେବା ମଧ୍ୟ ଉପଲବ୍ଧ ରହିଛି । ଅର୍ଥାତ ଆପଣ ଚାହିଁଲେ ରିଚାର୍ଜ କରି ବିଦ୍ୟୁତ ଜାଳିପାରିବେ ନଚେତ ଯେତେ ପରିମାଣର ବିଦ୍ୟୁତ ଜାଳିଥିବେ ସେହି ଅନୁସାରେ ପରେ ଟଙ୍କା ପଇଠ କରିପାରିବେ ।
ପ୍ରଥମ ପର୍ଯ୍ୟାୟରେ କିଛିଟା ଘରେ ଏହି ସ୍ମାର୍ଟ ମିଟର ଲଗାଯାଇଛି । ଟାଟା ପାୱାର ପକ୍ଷରୁ ସବୁ ସ୍ଥାନରେ ଏହି ମିଟର ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି । ଏହି ମିଟରରେ ଥିବା ଚିପ୍ ମାଧ୍ୟମରେ ମୋବାଇଲ ସାହାଯ୍ୟରେ ଆପଣ ଜାଣିପାରିବେ କେତେ ପରିମାଣର ଏବଂ କେତେ ମୂଲ୍ୟର ବିଦ୍ୟୁତ ଆପଣ ବ୍ୟବହାର କରିଛନ୍ତି ।

ବର୍ତ୍ତମାନ ପାଇଁ ପ୍ରଥମ ଥର ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ସେବା ଉପଲବ୍ଧ କରାଯାଉଛି । ପରବର୍ତ୍ତୀ ସମୟରେ ଗ୍ରାହକଙ୍କ ପସନ୍ଦ ଅନୁସାରେ ପ୍ରିପେଡ୍ କିମ୍ବା ପୋଷ୍ଟପେଡ୍ ରେ ଏହାକୁ ପରିବର୍ତ୍ତନ କରାଯିବ । ତେବେ ଜୟପୁରର ଉପଭୋକ୍ତା ମଧ୍ୟ ଏହି ମିଟରକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ପୂର୍ବରୁ ବୁଦ୍ୟୁତ ବିଲ୍ ଭରିବା କ୍ଷେତ୍ରରେ ଅନେକ ଅସୁବିଧା ହେଉଥିବା ବେଳେ ବର୍ତ୍ତମାନ ଆଉ ସେହିଭଳି ଅସୁବିଧାର ସମୁଖୀନ ହେବାକୁ ପଡିବ ନାହିଁ ବୋଲି ଉପଭୋକ୍ତା ଆଶା ରଖିଛନ୍ତି ।
ଏପରି ସ୍ମାର୍ଟ ମିଟର ସିଷ୍ଟମ କରିବା ଦ୍ଵାରା ଇଲେକ୍ଟ୍ରି ଅଫିସ ଓ ଗ୍ରାହକଙ୍କ ମଧ୍ୟରେ ଏକ ଭଲ ଯୋଗାଯୋଗ ସମ୍ପର୍କ ମଧ୍ୟ ରହିବ ଓ ଉଭୟ ଏହାର ଫାଇଦା ପାଇବେ ବୋଲି ଉପଭୋକ୍ତା କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।