ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୭ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ଆଜି ଆପଣ ସାଙ୍ଗ ମାନଙ୍କ ସହ ତୀର୍ଥ ସ୍ଥଳକୁ ଯାତ୍ରା କରିବାକୁ ପଡିପାରେ । ଆପଣଙ୍କର ଅଧୁରା ପଡିଥିବା ସରକାରି କାମରେ ସଫଳତା ମିଳିବ । ଆଜି ଆପଣ କିଛି ନୂଆ କାମ କରିବା ପାଇଁ ବିଚାର କରିବେ । ଆପଣଙ୍କୁ ଭୌତିକ ସୁଖ ସୁବିଧା ରେ ବୃଦ୍ଧି ହେବ । ସମାଜରେ ଆପଣଙ୍କର ମାନ ସମାନ ବଢିବ । ପ୍ରତେକ ବ୍ୟକ୍ତି ଆପଣଙ୍କ ସହ ସାଥିରେ ରହିବେ । କୌଣସି ପୁରୁଣା କରଜରୁ ଆପଣ ମୁକ୍ତି ପାଇବେ । ଆର୍ଥିକ ପାଖ ମଜବୁତ ହେବ ।
ବୃଷ ରାଶି : ଆଜି ନୂଆ ପରିଯୋଜନା ଗତିଶୀଳ ହୋଇପାରେ । କୌଣସି ପାଖ ଲୋକଙ୍କ ସହ ମନାନ୍ତର ହୋଇପାରେ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ସହଯୋଗ ମିଳିପାରେ । କୌଣସି ବଡ ଯୋଜନା ଆପଣଙ୍କର ହୋଇପାରେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସଫଳତା ମିଳିପାରେ । ବିଦେଶ ଯାତ୍ରା କରିବାର ସମ୍ଭାବନା ରହିଛି । ଭାଇ ମାନଙ୍କ ସହଯୋଗ ପ୍ରାପ୍ତ ହେବ । ଚାକିରି ବା ବ୍ୟାପାର କ୍ଷେତ୍ରରେ ଆପଣଙ୍କ ପାଇଁ ଶୁଭ ରହିବ । ପାରିବାରିକ ଜୀବନ ସହ ଜଡିତ ସମସ୍ଯା ଦୂର ହେବ ।
ମିଥୁନ ରାଶି : ଚାକିରି ବା କାରୋବର ସହ ଜଡିତ ଆପଣଙ୍କର ସମସ୍ଯା ରହିବ ନାହି । କୌଣସି ପୁରୁଣା କାମ ସହ ଜଡିତ ସମସ୍ୟାକୁ ନେଇ ଆପଣ ଚିନ୍ତାରେ ରହିବେ । କାରୋବାରରେ ଚାଲିଥିବା ସମସ୍ୟାର ପାଇଁ ଆପଣ ଚିନ୍ତା କରିବେ । ମୂଲ୍ୟବାନ ବସ୍ତୁ ସମ୍ଭାଳିକରି ରଖନ୍ତୁ । ସ୍ୱାସ୍ଥ୍ୟ ରେ ସୁଧାର ଦେଖିବାକୁ ମିଳିବ । ତେଣୁ ଏଥିପାଇଁ ଆପଣଙ୍କୁ ଅଧିକ ଚିନ୍ତା କରିବାକୁ ପଡିବ ନାହି । ଭାଇ ମାନଙ୍କ ସହ ବିବାଦ ହୋଇପାରେ । ବ୍ୟବସାୟିକ କାର୍ଯ୍ୟ ରେ ହସ୍ତକ୍ଷେପ ବଢିପାରେ ।
କର୍କଟ ରାଶି : ପାରିବାରିକ ସୁଖରେ ମକି ଆସିପାରେ । କୌଣସି ନୂଆ କମ ଆରମ୍ଭ କରି ପାରନ୍ତି । ବୀତି ଯାଇଥିବା କାମରୁ ଆପଣଙ୍କୁ ବେହତର ପରିଣାମ ମିଳିବ । ଅଚାନକ କୌଣସି ମିତ୍ର ଙ୍କ ଠାରୁ ସାହାଜ୍ଯ ମିଳିପାରେ । ଆପଣ ନିଜର ବ୍ୟକ୍ତିଗତ ଜୀବନରୁ ବାହାରି ଏମିତି ଲୋକଙ୍କ ସହ ମିଳାମିଶା କରନ୍ତୁ ଯିଏ ଉଚ୍ଚ ସ୍ଥାନରେ ଅଛନ୍ତି । ଦରକାର ଠାରୁ ଅଧିକ ଖର୍ଚ୍ଚ ହେବ । ଆପଣଙ୍କୁ ଜମି ପୁଞ୍ଜି ରେ ଫାଇଦା ହୋଇପାରେ । ଯଦି ଆପଣ ସମୟ ଅନୁଯାୟୀ କାମ ପୁରା ନ କରିବେ ତେବେ ପାଇଥିବା ଦାୟିତ୍ଵ ନ ମିଳିପାରେ ।
ସିଂହ ରାଶି : ଭାଗ୍ୟ ର ପ୍ରବଳ ରୁ କାମ ଅଟକିପାରେ । ଧର୍ମ ସଂସ୍କାରରେ ରୁଚି ବଢିବ । ତରବର ନ ହୋଇ ନିବେଶ କରନ୍ତୁ ନାହି । ସମ୍ପର୍କୀୟ ଓ ମିତ୍ର ଙ୍କ ଠାରୁ ଅଚାନକ ଗିଫ୍ଟ ମିଳିପାରେ । ଅଫିସରେ ନୂଆ ଅଧିକାରୀ ମିଳିବେ । ଯଦି ଆପଣ ଗୁରୁଜନଙ୍କ କଥା ମାଣିବେ ତେବେ ଆପଣଙ୍କୁ ଲାଭ ମିଳିବ । ଆର୍ଥିକ ରୂପରେ ଆପଣଙ୍କୁ ଶୁଭ ପରିଣାମ ମିଳିବ । ଆପଣଙ୍କର ଆମଦାନୀ ରେ ବୃଦ୍ଧି ହେବାର ପ୍ରବଳ ଯୋଗ ରହିଛି । କିନ୍ତୁ ନ ଚାହିଁ ମଧ୍ୟ ଆପଣଙ୍କୁ ବଡ ଖର୍ଚ୍ଚ କରିବାକୁ ପଡିପାରେ ।
କନ୍ୟା ରାଶି : କାର୍ଯ୍ୟ କ୍ଷେତ୍ର ରେ କିଛି ସମସ୍ଯା ଆସିପାରେ । ନିଜର ପ୍ରିୟଜନଙ୍କ ପାଖରୁ କମି ବାହାର କରିବାରେ ସମୟ ବରବାତ କରନ୍ତୁ ନାହି । ଜୀବନ ସାଥିଙ୍କ ସହ ସମ୍ପର୍କରେ ଦୃଢତା ରଖିଲେ ଆପଣଙ୍କର କିଛି ସମସ୍ଯା ହେବ ନାହି । ପ୍ରଭାବଶାଳି ଲୋକଙ୍କ ସହ ସମ୍ପର୍କ ରଖିଲେ ଆପଣଙ୍କୁ ଭଲ ପରିଣାମ ମିଳିବ । ଆପଣ ନିଜର ସମ୍ପର୍କ କାରଣରୁ ବ୍ଯବସାୟିକ କ୍ଷେତ୍ର ରେ ମହତ୍ଵ ପୂର୍ଣ୍ଣ ନିସ୍ପତି ନେବେ । ଅଧିକ ଦୌଡ ଧପଡ କରିବାରୁ ବଞ୍ଚିତ ହୁଅନ୍ତୁ । ଗପସପ କରିବାରେ ସମୟ ନଷ୍ଟ କରନ୍ତୁ ନାହି ।
ତୁଳା ରାଶି : ଆଜି ଆପଣ ଯାତ୍ରା କରିବା ସମୟରେ ସାବଧାନ ରୁହନ୍ତୁ । ଯଥା ସମ୍ଭବ ନିଜ ଲୋକଙ୍କୁ ସାଥିରେ ନେଇ ଚାଲନ୍ତୁ । ବେହତର ସଫଳତା ପାଇଁ ଯୋଜନାରେ ପରିବର୍ତ୍ତନ ଆଣନ୍ତୁ । ନିଜର ଆଚାର ବ୍ୟଭର ରେ ପରିବର୍ତ୍ତନ କରନ୍ତୁ । ପରିବାରରେ ଭଉଣୀ ମାନଙ୍କର ବିବାହକୁ ନେଇ ଚିନ୍ତାରେ ରହିବେ । କୌଣସି ଯାତ୍ରାର ଭରପୁର ମଜା ଉଠାଇବେ । ପରିବାରରେ କୌଣସି ସମସ୍ୟାକୁ ନେଇ ମନ ଅଶାନ୍ତ ରହିବ । ଚାକିରି ଓ ବେପାର ସହ ଜଡିତ ଲୋକ ନୂଆ ସମ୍ପର୍କର ସନ୍ଧାନ କରିବେ ।
ବିଛା ରାଶି : ଛାତ୍ରଙ୍କୁ ପଢା ରେ ବିଶେଷ ଧ୍ୟାନ ଦେବାର ଜରୁରତ ରହିଛି । ବଡ ମନକର ଅନୁଭବ ଆପଣଙ୍କୁ ଲାଭପ୍ରଦ ରହିବ । ନିଜର ମନ କଥା ଓ ବ୍ଯବସାୟିକ ଯୋଜନା ଖକୁ କୁହନ୍ତୁ ନାହି ନଚେତ କ୍ଷତି ହୋଇପାରେ । ଆପଣଙ୍କ ମଧ୍ୟରୁ କେହି ପାଖ ସହଯୋଗୀ ମାନଙ୍କ ପାଇଁ ସମସ୍ଯା ହୋଇପାରେ । ସଫଳତା ପାଇବା ପାଇଁ ସିଦ୍ଧାନ୍ତ ପାଳନ ନ କରିବାକୁ ଭୁଲନ୍ତୁ ନାହି । ଚାକିରିରେ ନୂଆ କାମ ସହ ଯୋଡି ହେବାର ଅବସର ମିଳିବ ।
ଧନୁ ରାଶି : ଆପଣ ନିଜର ଦକ୍ଷତା ଅନୁଯାୟୀ କ୍ୟାରୟର ଦିଗରେ ଆଗକୁ ବଢିବେ । ବେରୋଜଗାର ମନଙ୍କୁ ନୂଆ ସ୍ରୋତ ମିଳିବ । କୌଣସି ବଡ ପ୍ରୋଜେକ୍ଟ ମିଳିପାରେ । ମନ କୀର୍ତ୍ତି ରେ ବୃଦ୍ଧି ହେବ । ଆଜି କାର୍ଯ୍ୟ ସ୍ଥଳରେ କର୍ମଚାରୀ ଙ୍କ ସହ ବିବାଦ ହୋଇପାରେ । ନିଜର ବ୍ୟବାହରରେ ପରିବର୍ତ୍ତନ ଆଣନ୍ତୁ । ଛାତ୍ର ଙ୍କୁ ଆଜି ପଢା ପ୍ରତି ଧ୍ୟାନ ଦେବାକୁ ପଡିବ । ଆପଣଙ୍କ ପାଖକୁ ନୂଆ ଦାୟିତ୍ଵ ଆସିବ ଯାହାକୁ ଆପଣ ସଫଳତା ପୂରଣ ନିଭାଇବେ । ସବୁ କ୍ଷେତ୍ରରେ ଅପାର ସଫଳତା ପ୍ରାପ୍ତ ହେବ ।
ମକର ରାଶି : ଆଜି ଅଚାନକ ବୁଲିବାର ପ୍ଳାନ କରିବେ । ପାରିବାରିକ ଅନୁଷ୍ଠାନ ବ କାର୍ଯ୍ୟକ୍ରମ ସମ୍ପନ୍ନ ହେବ । କାରୋବାରରେ ଉତ୍ଥାପନ ପତନ ସ୍ଥିତି ରହିବ । ଭବିଷ୍ୟକୁ ବେହତର କରିବା ପାଇଁ ନୂଆ ପଦକ୍ଷେପ ନେବେ । କୌଣସି ଖାସ ବ୍ୟକ୍ତିଙ୍କ ସହ ଭେଟ ଆପଣଙ୍କ କ୍ଯାରିୟର ରେ ଦିଶା ବଦଳାଇ ଦେବ । ସନ୍ତାନଙ୍କର କ୍ଯାରିୟର କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି । ସମାଜରେ ମାନ ସମାନ ବୃଦ୍ଧି ହେବ ।
କୁମ୍ଭ ରାଶି : ଆଜି ଆପଣଙ୍କୁ ମନ ପସନ୍ଦ କମ୍ପାନୀ ତରଫରୁ ଇଣ୍ଟରଭିୟୁ ପାଇଁ ଡକାଯାଇପାରେ । ଉଚ୍ଚ ଅଧିକାରୀଙ୍କ ସହ ତାଳମେଳ ଠିକ ରହିବ । ଘର ପରିବାରରେ ସହଯୋଗ ସମ୍ପର୍କକୁ ମଜବୁତ କରିବ । ଅଚାନକ ମିଳିଥିବା କୌଣସି ସୁଖଦ ଖବର ଆପଣଙ୍କ ମନକୁ ପ୍ରସନ୍ନ କରିପାରେ । ସମ୍ପର୍କୀୟ ଙ୍କ ଆଗମନରେ ଆପଣ ପ୍ରସନ୍ନ ନଜର ଆସିବେ । ସୌଦା କରିଲେ ଆପଣଙ୍କୁ ଭଲ ପରିଣାମ ମିଳିପାରେ ।
ମୀନ ରାଶି : ମନୋରଞ୍ଜନ ବା ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ସଫଳତା ହାସଲ କରିବେ । ଯଦି ଆପଣ ଅନ ଲାଇନ କୋର୍ସ କରିବାକୁ ଚାହୁଁଛନ୍ତି ତେବେ ସମୟ ଉତ୍ତମ ରହିବ । ଫାଇନାନ୍ସ ସହ ଜଡିତ ବିଜନେସ କରୁଥିବା ଲୋକଙ୍କୁ ଲାଭ ମିଳିବ । ଯୁବ ବରିଷ୍ଠଙ୍କର ସମ୍ମାନ କରନ୍ତୁ । ଆପଣ ଧନ ସମ୍ମାନ ର ଚାହତ ରଖୁଛନ୍ତି । ଆଗାମୀ ସମୟ ଆପଣଙ୍କର ମହତ୍ଵ ଆକାଂକ୍ଷା ବଢାଇବ । ନୂଆ ଦାୟିତ୍ଵ ଆପଣଙ୍କୁ ମିଳିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।