ଖାକି ବର୍ଦ୍ଦିରେ ପୁଣି ଲାଗିଛି ଦାଗ । ଜଣେ ପୋଲିସ ଡ୍ରାଇଭର ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗରେ ଜେଲ ଯାଇଛନ୍ତି । ଜଣେ ପୋଲିସ କର୍ମୀଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ପରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଞ୍ଜିତ ପ୍ରଧାନ । ଏହି ବାବୁ ଜଣକ ଜଣେ ପୋଲିସ ସିନା ହେଲେ ତାଙ୍କ ମନ ପୁରା କଳଙ୍କିତ । ଏହା ତାଙ୍କ ନାଁରେ ପ୍ରଥମ ଅଭିଯୋଗ ନୁହେଁ । ବରଂ ଏହା ପୂର୍ବରୁ ମଧ୍ୟ ତାଙ୍କ ନାଁରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆସିଥିଲା ।

ଯେଉଁଥି ପାଇଁ ତାଙ୍କୁ ସୁବର୍ଣ୍ଣପୁର ସୁବଳୟା ଥାନାକୁ ଟ୍ରାନ୍ସଫର କରା ଯାଇଥିଲା । ଏହି ପୋଲିସ ବାବୁଙ୍କ ବଦଳି ସିନା ହୋଇଗଲା ହେଲେ ତାଙ୍କ ଚରିତ୍ର ଏବଂ ସ୍ଵଭାବରେ କୌଣସି ପରିବର୍ତ୍ତନ ହେଲା ନାହିଁ । ଏବେ ପୁଣି ଥରେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ଏହି ରଞ୍ଜିତ ପ୍ରଧାନଙ୍କ ନାଁରେ । ଗତ ଗୁରବାର ଦିନ ପୀଡ଼ିତା ଯୁବତୀ ରଞ୍ଜିତଙ୍କ ନାଁରେ ସୁବର୍ଣ୍ଣପୁରର ସୁବଳୟା ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।
ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସରେ କାର୍ଯ୍ୟରତ ରଞ୍ଜିତ ପ୍ରଧାନ ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇଏ ସୁବଳୟା ଥାନାରେ ଏକ ମାମଲା ଦାୟର ହୋଇଛି । ଯାହାପରେ ସୁବଳୟା ଥାନା ପୋଲିସ ରଞ୍ଜିତଙ୍କୁ ସୁବର୍ଣ୍ଣପୁରରୁ ଉଠାଇ ଆଣି ଘଟଣାର ସତ୍ୟାସତ୍ୟ ତଦନ୍ତ କରୁଛି । ବର୍ତ୍ତମାନ ଜେଲ ହାଜତରେ ରହିଛନ୍ତି ରଞ୍ଜିତ ।

ଏହି ପୋଲିସ ଡ୍ରାଇଭର ରଞ୍ଜିତ ପ୍ରଧାନ ପୂର୍ବରୁ ନବରଙ୍ଗପୁରରେ ଚାକିରି କରୁଥିଲେ । ସେହି ସମୟରେ ମଧ୍ୟ ସେଠାକାର ଜଣେ ଯୁବତୀ ରଞ୍ଜିତଙ୍କ ନାଁରେ ଅଭିଯୋଗ ଆଣିଥିଲେ । ସେତେବେଳେ ପୋଲିସ ଘଟଣାର ରଫାଦଫା କରିବା ସହ ରଞ୍ଜିତଙ୍କୁ ମାଲକାନଗିରି ବଦଳି କରି ଦେଇଥିଲେ । ଏହାପରେ ବି ବାବୁ ରଞ୍ଜିତଙ୍କ ସ୍ଵଭାବରେ ପରିବର୍ତ୍ତନ ହେଲା ନାହିଁ । ତାଙ୍କ ନାଁରେ ଏବେ ପୁଣି ଏକ ଅଭିଯୋଗ ଆସିଛି ।
ତେବେ ଦେଖିବାକୁ ବାକି ରହିଲା ପୋଲିସ ରଞ୍ଜିତଙ୍କ ନାଁରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନା ଏଥର ବି ମାମଲାର ରଫାଦଫା କରି ରଞ୍ଜିତଙ୍କ ବଦଳି କରାଇ ଦେଉଛି । ଜଣେ ପୋଲିସ କର୍ମୀ ହୋଇ ଏଭଳି ଘୃଣ୍ୟ କାର୍ଯ୍ୟ କରିବା ନିହାତି ଭାବେ ତାଙ୍କୁ ସୋଭା ଦେଉନାହିଁ ଏବଂ ଦୋଷୀକୁ ଦଣ୍ଡ ମିଳିବ ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।