ଗଣିତ ଶିକ୍ଷକଙ୍କୁ ଜଣାନାହିଁ ୪୯ ରୁ ୧୨ ଗଲେ କେତେ । ଗଣିତ ଶିକ୍ଷକଙ୍କୁ ଗଣିତ ଆସୁନି କି ଇଂରାଜୀ ଶିକ୍ଷକ ଠିକ ସ୍ପେଲିଙ୍ଗ କରି ପାରୁନାହାନ୍ତି । ଏପଟେ ଶିକ୍ଷିତ ଯୁବକ ଯୁବତୀ ପ୍ରତିବାଦ କରୁଛନ୍ତି ଆଉ ସେପଟେ ପାଠଶାଠ ଜଣା ନଥିବା ଲୋକମାନେ ଶିକ୍ଷକତା କରୁଛନ୍ତି । ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ଗୁଡିକର ନବ କଳେବର କରୁଛନ୍ତି । ସ୍ମାର୍ଟ କ୍ଳାସରୁମ୍ ସାଙ୍ଗକୁ ସ୍ମାର୍ଟ ଶିକ୍ଷା ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର ।

କିନ୍ତୁ ଗଣଶିକ୍ଷା ବିଭାଗର ପାଠ୍ୟ ଖସଡା ମଧ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ପାଠପଢା ଭୁଲି ଯାଇଛନ୍ତି । ଏହା ହେଉଛି ଢେଙ୍କାନାଳ ଜିଲ୍ଲା କରଜଙ୍ଗ ଜୟପୁରା କାଟେଣି ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଏଠି ସପ୍ତମ ଶ୍ରେଣୀର ଶ୍ରେଣୀ ଶିକ୍ଷକଙ୍କୁ ଓଡିଆ ବର୍ଣ୍ଣ କିମ୍ବା ସଂଖ୍ୟା ଠିକ ଭାବେ ଜଣାନାହିଁ । ଶିକ୍ଷକଙ୍କ ଅବସ୍ଥା ର ଏମିତି ଆଉ ଛାତ୍ରଛାତ୍ରୀଙ୍କ ଅବସ୍ଥା ନ କହିବା ଭଲ ।
ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ ମାତ୍ର ରାଜନୀତିର ପେଣ୍ଠସ୍ଥଳୀ ପାଲଟିଥିବା ଗାଁର ଶିକ୍ଷାର ଝଲକ । ଏହି ସ୍କୁଲର ସପ୍ତମ ଶ୍ରେଣୀର ଅଧିକାଂଶ ପିଲାଙ୍କୁ ସାଧାରଣ ପ୍ରଶ୍ନ ପଚରା ଯାଇଥିଲା । ଆଉ ସହଜ ପ୍ରଶ୍ନ ଗୁଡିକର ସବୁଠୁ ଆଶ୍ଚର୍ଯ୍ୟଜନକ ଉତ୍ତର ସବୁ ମିଳିଥିଲା । ସପ୍ତମ ଶ୍ରେଣୀର ପିଲାଙ୍କୁ ଓଡିଆ ସଂଖ୍ୟା, ଓଡିଆ ବର୍ଣ୍ଣମାଳା କିମ୍ବା ପନିକିଆ କିଛିବି ଜଣାନାହିଁ ।
ଏପରିକି କୌଣସି ସାଧାରଣ ଜ୍ଞାନ ମଧ୍ୟ ସେମାନଙ୍କୁ ଜଣାନାହିଁ । ଛାତ୍ରଛାତ୍ରୀ ମାନଙ୍କର ଏଭଳି ନୈରାଶ୍ୟଜନକ ଉତ୍ତର ଦେବାର କାରଣ କଣ ବୋଲି ଶିକ୍ଷକଙ୍କୁ ପଚରା ଯାଇଥିଲା । ସେ କହିଥିଲେ କି ସେମାନେ ଠିକ ଭାବେ ପାଠ ପଢାଉଛନ୍ତି କିନ୍ତୁ ପିଲାମାନେ ସେସବୁ ସହଜରେ ଶିଖି ପାରୁନାହାନ୍ତି । ଯାହାପରେ ଶିକ୍ଷକଙ୍କ ଶିକ୍ଷାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ଓ ତାଙ୍କୁ ମଧ୍ୟ କିଛି ସହଜ ପ୍ରଶ୍ନ ପଚରା ଯାଇଥିଲା ।

କିନ୍ତୁ ଶିକ୍ଷକ ୪୯ ରୁ ୧୨ ଫେଡିଲେ କେତେ ତାହା ବି କହିପାରି ନଥିଲେ । ଓଡିଆ ବର୍ଣ୍ଣ କେତେ କହିପାରି ନଥିଲେ କି ସାମାନ୍ଯ ଇଂରାଜୀ ଶବ୍ଦର ସ୍ପେଲିଙ୍ଗ ମଧ୍ୟ କହିପାରି ନଥିଲେ । ଏଥିରୁ ଜାଣି ପାରୁଥିବେ କି ଓଡିଶାର ଶିକ୍ଷା ବ୍ୟବସ୍ଥାର କଣ ହାଲ୍ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।