Draupadi Murmu ଙ୍କୁ ସମର୍ଥନ କରିବା ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଂଗ୍ରେସ ବିଧାୟକ Suresh Routray, କହିଲେ “ମୁଁ Sonia Gandhi ଙ୍କୁ ଚିଠି ଲେଖି କହିବି ଦ୍ରୌପଦୀଙ୍କୁ…”

ଦେଶର ସର୍ବୋଚ୍ଚ ପଦ ରାଷ୍ଟ୍ରପତି ଆସନ ପାଇଁ ପ୍ରତିଯୋଗୀତା ଆରମ୍ଭ ହୋଇ ସାରିଥିବା ବେଳେ ଏହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏଥର ଆମ ଓଡିଶାର ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଛି । ଯାହା ଆମ ଓଡିଶା ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ ସାଜିଛି । ଏହାକୁ ନେଇ କିନ୍ତୁ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ବିଜେଡି ଦ୍ରୌପଦୀଙ୍କୁ ସମର୍ଥନ ଘୋଷଣା କରି ସାରିଛି ।

ଓଡିଶା ଝିଅ ରାଷ୍ଟ୍ରପତି ପଦବୀ ପାଇଁ ଚୟନ ହେବା ପରେ ରାଜ୍ୟରେ ସମସ୍ତେ ଖୁସି ହେଉଛନ୍ତି ଓ ଦ୍ରୌପଦୀଙ୍କ ବିଜୟ ହେଉ ବୋଲି ସମସ୍ତେ ଚାହାନ୍ତି । ରାଜ୍ୟ କଂଗ୍ରେସ ପାଇଁ କିନ୍ତୁ ଏହା ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । କାରଣ ଜାତୀୟ କଂଗ୍ରେସ ଦ୍ରୌପଦୀଙ୍କ ବିପକ୍ଷରେ ଠିଆ ହୋଇଥିବା ଯଶବନ୍ତ ସିହ୍ନାଙ୍କୁ ନିଜର ସମର୍ଥନ ଜଣାଇଛି ।

ଯେଉଁଥି ପାଇଁ ରାଜ୍ୟ କଂଗ୍ରେସ ମଧ୍ୟ ଯଶବନ୍ତଙ୍କୁ ସମର୍ଥନ ଜଣାଇବା ପାଇଁ ବାଧ୍ୟ ହେବ । ଏହାକୁ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପୂର୍ବରୁ ନିଜ ମନ୍ତବ୍ୟ ରଖିଥିଲେ । ସେ ଦ୍ରୌପଦୀଙ୍କୁ ଆଗରୁ ଜାଣିଛନ୍ତି ଓ ତାଙ୍କ ପାଇଁ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ । କିନ୍ତୁ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବେ କି ନାହିଁ ପଚରା ଯିବାରୁ ସେ କହିଥିଲେ କି ଦଳର ମୁଖିଆ ସୋନିଆ ଗାନ୍ଧୀ ଯାହା କହିବେ ସେମାନେ ତାହା ମାନିବାକୁ ବାଧ୍ୟ ।

ତେଣୁ ଦ୍ରୌପଦୀଙ୍କୁ ସମର୍ଥନ କରିବେ କି ନାହିଁ ସେ କହିପାରିବେ ନାହିଁ । ସେ ନିଜକୁ ପାର୍ଟିର ଜଣେ ଶୃଙ୍ଖଳିତ ସଦସ୍ୟ ବୋଲି କହିବା ସହ ଏହି ମାମଲାରେ ତାଙ୍କ ପାଇଁ ଆଗ ପାର୍ଟି ଓ ତା’ପରେ ଯାଇ ମାଟି ବୋଲି କହିଥିଲେ । ଏବେ କିନ୍ତୁ ତାଙ୍କ ମନ୍ତବ୍ୟରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି ।

କଂଗ୍ରେସ ଦ୍ରୌପଦୀଙ୍କୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ ହୋଇଥିବା ବେଳେ ସୁର ଭାଇ ଦଳକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ସେ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିବେ ବୋଲି କହିଛନ୍ତି । ଦ୍ରୌପଦୀ ମୁର୍ମୁ ଓଡିଆ ଝିଅ ହୋଇଥିବାରୁ ସେ ତାଙ୍କୁ ସମର୍ଥନ କରିବାକୁ ଚାହାନ୍ତି ବୋଲି କହିଛନ୍ତି ।

ନିଜ ବିବେକ ଅନୁଯାୟୀ ସେ ଭୋଟ ଦେବେ କହିଛନ୍ତି ଓ ଦଳ ପାଖରେ ଏହିପରି ଏକ ବିବାଦୀୟ ପ୍ରସ୍ତାବ ରଖିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯେଉଁଥି ପାଇଁ କଂଗ୍ରେସ ବର୍ତ୍ତମାନ ଦୁଇ ଫାଳ ସ୍ଥିତିରେ ଥିବା ଦେଖିବାକୁ ମିଳୁଛି । ତେବେ ଆଗକୁ ମାମଲା କଣ ହେବ ଏହା ଉପରେ ଏବେ ସମସ୍ତଙ୍କ ନଜର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।