ସିନେମାର କାହାଣୀ ଓ ଦୃଶ୍ୟ ବାସ୍ତବ ରୂପରେ ପରିଣତ ହୋଇଛି । ଅନେକ ଫିଲ୍ମରେ ଆପଣ ମଣିଷ ଗୋଟିଏ ଜାଗରୁ ଉଭାନ ହୋଇ ଆଉ ଏକ ଜାଗାରେ ଉଭା ହେବାର ଦୃଶ୍ୟ ଦେଖିଥିବେ ଓ ଏନେଇ ଅନେକ କାହାଣୀ ଶୁଣିଥିବେ । ଏଇ ଯେମିତି ସୁପରଷ୍ଟାର ଅନିଲ କପୁରଙ୍କ ଫିଲ୍ମ ମିଷ୍ଟର ଇଣ୍ଡିଆର କାହାଣୀ । ଆମର ଟେକ୍ନୋଲୋଜି ଭରା ଦୁନିଆରେ ସବୁକିଛି ବଦଳିବାରେ ଲାଗିଛି ଓ ଅନେକ କାଳ୍ପନିକ ଘଟଣା ସତ ହେବାକୁ ଲାଗୁଛି । ତେବେ ଏହା କେମିତି ସମ୍ଭବ ହେଉଛି ଆସନ୍ତୁ ଜାଣିବା ।
ଉଭାନ ହେବା ବା ଅଦୃଶ୍ୟ ହେବା ଏକ କଳ୍ପନା ମାତ୍ର ଥିଲା । କିନ୍ତୁ ବୈଜ୍ଞାନିକଙ୍କ ଏହି ନୂଆ ଉଦ୍ଭାବନ ଯୋଗୁଁ ମନୁଷ୍ୟ ବାସ୍ତବରେ ଅଦୃଶ୍ୟ ହୋଇପାରିବ । ଏହି ଅଦୃଶ୍ୟ କଳା (Invisible Shield) କୁ ତିଆରି କରିଛନ୍ତି ଜଣେ ବ୍ରିଟିଶ ବୈଜ୍ଞାନିକ । ଲଣ୍ଡନର ଏକ ଷ୍ଟାର୍ଟ ଅଫ କମ୍ପାନୀ ପକ୍ଷରୁ ଏଭଳି ଏକ ମେସିନ ତିଆରି ହୋଇଛି ।
ଏହି ମେସିନରେ ଲାଇଟ ପଡିବା ମାତ୍ରେ ଏହା ଏକ ଭିନ୍ନ ଇଫେକ୍ଟ ଦେଉଛି, ଯାହାଫଳରେ ଏହା ପଛରେ ଥିବା ମଣିଷ ଓ ବସ୍ତୁ ସବୁ କିଛି ଅଦୃଶ୍ୟ ହୋଇ ଯାଉଛନ୍ତି । ଡେଲିମେଲ୍ ର ରିପୋର୍ଟ ଅନୁଯାୟୀ ଏହି କମ୍ପାନୀ ପକ୍ଷରୁ ଏବେ ଯାଏଁ ୨୫ଟି ଇନଭିଯିବଲ ଶିଲ୍ଡ ପ୍ରସ୍ତୁତ ହୋଇଛି ଯାହା ଭଲ କାମ ମଧ୍ୟ କରୁଛି ।
ଏହି କାମ ପାଇଁ ଅନେକ କାମ କରିବାକୁ ପଡିଛି ବୋଲି କମ୍ପାନୀ କହିଛି । ଭିନ୍ନ ଭିନ୍ନ ପ୍ରକାରର ପଦାର୍ଥ ବ୍ୟବହାର କରି କମ୍ପାନୀ ବିଫଳ ହେବା ପରେ ଶେଷରେ ଏହି ଶିଲ୍ଡ ତିଆରି କରିବାରେ ସଫଳ ହୋଇଛି । ଏହାର ଏକ ଛୋଟ ଶିଲ୍ଡ ୧୨*୮ ଇଞ୍ଚ ର ରହିଛି, ଯାହାର, ମୂଲ୍ୟ ୫ ହଜାର ଟଙ୍କା ।
ଅନ୍ୟ ଏକ ଶିଲ୍ଡ ୩୭*୨୫ ଇଞ୍ଚ ର ରହିଛି । ଯାହାର ଦାମ ୩୦ ହଜାର ଟଙ୍କା । ଏହି ଶିଲ୍ଡରେ ଏକ ସ୍ଵତନ୍ତ୍ର ଲେନ୍ସ ଲଗାଯାଇଛି ଯାହା ବସ୍ତୁ ଗୁଡିକୁ ଅଦୃଶ୍ୟ କରି ଦେଇଥାଏ । ଯେତେବେଳେ ଶକ୍ତିଶାଳୀ ଲାଇଟ ଶିଲ୍ଡ ପଛରେ ପଡେ ଏହା ଫୋକାଳ ପଏଣ୍ଟରେ ପ୍ରତ୍ୟାବର୍ତ୍ତନ କରେ ଓ ଚାରିଆଡେ ବିସ୍ତାରିତ ହୁଏ ।
ଏହାପରେ ଲାଇଟ ରିଫ୍ଲେକ୍ଟ ହୁଏ ଓ ଶିଲ୍ଡ ପଛରେ ଥିବା ବ୍ୟକ୍ତି ଅଦୃଶ୍ୟ ହୋଇଯାନ୍ତି । ସତରେ ବୈଜ୍ଞାନିକଙ୍କ ଉଦ୍ଭାବନ ବଡ ଚମତ୍କାର । ଏହି ଇନଭିଯିବଲ ଶିଲ୍ଡ ପଛରେ ଥିବା ମଣିଷ ଗାୟବ ହୋଇଯିବ । କିନ୍ତୁ ଏହି ଶିଲ୍ଡକୁ ମାର୍କେଟରୁ କିଣିବାକୁ ହେଲେ ଅନେକ ଫର୍ମାଲିଟି ପୂରଣ କରିବାକୁ ମଧ୍ୟ ପଡିବ ।
କାହିଁକି ନା ଅନେକ ଲୋକ ଏହି ଶିଲ୍ଡର ଅପବ୍ଯବହାର କରିବାର ଆଶଙ୍କା ରହିଛି । ଏବେ ଦେଖିଲେ ତ କେମିତି ଆଗକୁ ଆଗକୁ କଳ୍ପନାକୁ ବାସ୍ତବ ରୂପ ଦେଉଛି ବିଜ୍ଞାନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।