ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ହେବା ପରେ ମନେ ପଡ଼ୁଛନ୍ତି ଦୁଇପୁଅ ଓ ସ୍ଵାମୀ, ଜୀବନର ସେହି 3 ଝଡକୁ କେବେବି ଭୁଲି ପାରିବେନି Draupadi Murmu

ଓଡିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଠିଆ କରିଛି ଏନଡ଼ିଏ । ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଟିଭିରୁ ତାଙ୍କ ନାଁ ଶୁଣିଲେ ବୋଲି କହିଛନ୍ତି ଦ୍ରୌପଦୀ ମୁର୍ମୁ । ସେ ନିଜ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦେଖି ଖୁବ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହୋଇଥିଲେ । ସେ ଯାହା କହି ନାହାନ୍ତି ତାହା ହୁଏତ ତାଙ୍କ ଆଖିରେ ସ୍ପଷ୍ଟ ଦେଖି ଦେଉଛି । ଆଜି ଖୁସିର ମୂହୁର୍ତ୍ତରେ ତାଙ୍କ ଜୀବନର ସେହି ତିନୋଟି ଝଡ ଆଜି ତାଙ୍କର ଯେମିତି ମନେ ପଡିଯାଉଛି ।

ଦ୍ରୌପଦୀ ମୁର୍ମୁ ଏକଥା ମୁହଁରେ ସିନା କହି ପାରୁନାହାନ୍ତି, କିନ୍ତୁ ମନ ଭିତରେ ସେ ସେମାନଙ୍କୁ ହିଁ ଖୋଜୁଥିବେ । ଯିଏ ଏହି ଖବର ଶୁଣିବା ମାତ୍ରେ ଖୁସିରେ ଅଧୀର ହୋଇ ଯାଇଥାନ୍ତେ ସେ ଆଉ କେହି ନୁହନ୍ତି ବରଂ ତାଙ୍କ ସ୍ଵାମୀ । ଯାହାଙ୍କ ହାତ ଧରି ସେ ସାରା ଜୀବନ ବାଟ ଚାଳିବେ ବୋଲି ନିଷ୍ପତ୍ତି ନେଇଥିଲେ, ସେ ଅଧାବାଟରେ ହାତ ଛାଡି ଅଫେରା ରାଇଜକୁ ଚାଲିଗଲେ । ଏନଡ଼ିଏ ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇପାରନ୍ତି । ଆଉ ଓଡିଶା ଏଥିପାଇଁ ଗର୍ବ ଅନୁଭବ କରିବ ।

କିନ୍ତୁ ଦ୍ରୌପଦୀ ମୁର୍ମୁଙ୍କ ଜୀବନରେ ଘଟି ଯାଇଥିବା ସେହି ୩ ଝଡକୁ ସେ କେବେବି ଭୁଲିପାରିବେ ନାହିଁ । ୨୦୦୯ ରେ ତାଙ୍କର ଗୋଟିଏ ପୁଅ ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଥିବା ବେଳେ ଆଉ ଗୋଟିଏ ପୁଅ ୨୦୧୨ରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସେହିପରି ନିକଟରେ ତାଙ୍କ ସ୍ବାମୀଙ୍କର ମଧ୍ୟ ହୃଦଘାତରେ ମୃତ୍ୟୁ ହୋଇଥିଲା ।

ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ତା’ର ନୀତି ସ୍ପଷ୍ଟ କରିଛି । କିନ୍ତୁ ରାଷ୍ଟ୍ରପତି ହେବା ଏକ ବଡ ଦାୟିତ୍ଵ ଯେଉଁଥି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଦ୍ରୌପଦୀ । ଏହାସହ ରାଷ୍ଟ୍ରପତି ଏକ ସାମ୍ବିଧାନିକ ପଦ ଏବଂ ସେ ଏହାର ଗାରିମା ରକ୍ଷା କରିବେ ବୋଲି ଦ୍ରୌପଦୀ କହିଛନ୍ତି । ଦ୍ରୌପଦୀ ବ୍ଯାଙ୍କ ମ୍ୟାନେଜର ଶ୍ୟାମଚରଣ ମୁର୍ମୁଙ୍କୁ ଦ୍ରୌପଦୀ ବିବାହ କରିଥିଲେ । କିନ୍ତୁ ପତ୍ନୀଙ୍କ ଏ ଖୁସି ଦେଖିବା ପାଇଁ ସେ ଆଜି ନାହାନ୍ତି ।

ମା’ର ଖୁସିରେ ଖୁସି ହୋଇ ମୟୂରଭଞ୍ଜ ସାରା ମିଠା ବାଣ୍ଟିବାକୁ ବି ତାଙ୍କର ଦୁଇ ପୁଅ ନାହାନ୍ତି । ଯାହାକୁ ନେଇ ଏତେ ଖୁସି ଭିତରେ ମନ ଦୁଃଖ କରୁଥିବେ ଦ୍ରୌପଦୀ । ଏବେ ତାଙ୍କର ଏକମାତ୍ର ସାହା ଭରସା ହେଉଛନ୍ତି ଝିଅ ଇତିଶ୍ରୀ ମୁର୍ମୁ । ଇତିଶ୍ରୀ ରଗବୀ ଖେଳାଳି ଗଣେଶ ହେମ୍ବ୍ରମଙ୍କୁ ବିବାହ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।