ବଲିଉଡ ସୁପରଷ୍ଟାର Salman Khan ଓ ତାଙ୍କ ବାପା Salim Khan ଙ୍କୁ ହତ୍ୟା ଧମକ, ତାଙ୍କ ଆପାର୍ଟମେଣ୍ଟରୁ ମିଳିଲା ଧମକପୂର୍ଣ୍ଣ ଚିଠି…

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ମିଳିଛି ହତୟଆ ଧମକ । ତାଙ୍କ ବାପା ସଲିମ ଖାନଙ୍କୁ ମଧ୍ୟ ତାଙ୍କ ସହ ଏହି ହତୟଆ ଧମକ ମିଳିଛି । ଉଭୟ ବାପା ପୁଅଙ୍କୁ ଏକ ଚିଠି ମାଧ୍ୟମରେ ହତୟଆ ଧମକ ଦିଆଯାଇଛି । ସଲମାନଙ୍କର ମୁମ୍ବାଇ ବାନ୍ଦ୍ରାରେ ଥିବା ଆପାର୍ଟମେଣ୍ଟ ନିକଟରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ସିଦ୍ଧୁ ମୁସେବାଲାଙ୍କ ପରି ତୁମର ଅବସ୍ଥା ହେବ ବୋଲି ସେହି ଚିଠିରେ ଲେଖାଅଛି । ସଲମାନଙ୍କ ପିତା ସଲିମ ଖାନ ପ୍ରତ୍ଯେକ ଦିନ ମର୍ଣ୍ଣିଂ ୱାକ ପରେ ଯେଉଁ ସ୍ଥାନରେ ବସନ୍ତି, ସେହି ସ୍ଥାନରୁ ଏହି ଚିଠି ମିଳିଛି ।

ଏହି ଚିଠି ମିଳିବା ପାରେ ବାନ୍ଦ୍ରା ପୋଲିସ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଓ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । କିଛିଦିନ ପୂର୍ବେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲାଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତୟଆ କରା ଯାଇଥିଲା । ଏହା ପଛରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି । କାନାଡାରେ ଥିବା ଅନ୍ୟ ଏକ କୁଖ୍ୟାତ ଅପରାଧୀ ଗୋଲ୍ଦି ବ୍ରାରର ଜଣେ ସହଯୋଗୀଙ୍କୁ ସିଦ୍ଧୁ ମୁସେବାଲାଙ୍କ ଆସିଷ୍ଟାଣ୍ଟ ହତୟଆ କରିବା ପରେ ଅଷ୍ଟ୍ରେଲିଆ ପଳାଇଥିଲା ।

ଯେଉଁଥି ପାଇଁ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା ଗୋଲ୍ଦି ବ୍ରାର । ସିଦ୍ଧୁ ମୁସେବାଲାଙ୍କ ସିକ୍ଯୁରିଟି ହଟାଯିବା ପରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ସହାୟତାରେ ତାଙ୍କୁ ହତୟଆ କରା ଯାଇଥିଲା । ୨୦୧୮ ରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ ହିଁ ସଲମାନ ଖାନଙ୍କୁ ହତୟଆ ଧମକ ଦିଆ ଯାଇଥିଲା ।

ସଲମାନ ଖାନଙ୍କ ନାଁରେ କୋର୍ଟରେ କୃଷ୍ଣସାର ମୃଗ ଶିକାର ମାମଲା ଚାଲିଥିବା ବେଳେ ଲରେନ୍ସ ବିଶ୍ନୋଇ ତାଙ୍କୁ ଧମକ ଦେଇଥିଲା । କାରଣ ଲରେନ୍ସ ବିଶ୍ନୋଇଙ୍କ ସମ୍ପ୍ରଦାୟର ଲୋକେ କୃଷ୍ଣସାର ମୃଗକୁ ବହୁତ ପବିତ୍ର ବୋଲି ମାନନ୍ତି ଓ ପୂଜା କରନ୍ତି । ତେବେ ଲରେନ୍ସ ବିଶ୍ନୋଇ ବର୍ତ୍ତମାନ ଗିରଫ ହୋଇ ତିହାର ଜେଲ୍ ରେ ରହିଥିଲେ ସୁଦ୍ଧା ଉତ୍ତର ଭାରତରେ ତା’ର ଅନେକ ଗ୍ୟାଙ୍ଗ ସକ୍ରିୟ ରହିଛି ।

ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଲୋକେ ସିଦ୍ଧୁ ମୁସେବାଲାଙ୍କୁ ହତୟଆ କରିବା ପରେ ସଲମାନ ଖାନଙ୍କ ସିକ୍ଯୁରିଟି ବଢାଇ ଦିଆ ଯାଇଥିବା ସୂଚନା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।