ହିନ୍ଦୁ ଧର୍ମରେ ଝିଅମାନଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ । ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ମହିଳାଙ୍କ ଦେହରେ ସ୍ଵୟଂ ମାତା ଲକ୍ଷ୍ମୀ ବାସ ହୋଇଥାଏ ବୋଲି ମାନ୍ୟତା ରହିଛି । ସେଥିପାଇଁ ଝିଅଙ୍କୁ ପୂଜା କରିବା ବିଧି ମଧ୍ୟ ରହିଛି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଝିଅମାନଙ୍କ ଜନ୍ମ ମାସ ମଧ୍ୟ ସେମାନଙ୍କୁ ଅଧିକ ଭାଗ୍ୟବତୀ ବନେଇ ଦେଇଥାଏ । ଏମାନେ ନିଜ ବାପଘର ସହ ଶାଶୁଘର ପାଇଁ ମଧ୍ୟ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ମାସଗୁଡ଼ିକ କଣ ।
ଫେବୃୟାରୀ
ଏହି ମାସରେ ଜନ୍ମ ହୋଇଥିବା ଝିଅ ଅତ୍ୟନ୍ତ ବିନମ୍ର ଓ ବୁଦ୍ଧିମତୀ ହୋଇଥାନ୍ତି । ଏହି ଝିଅମାନେ ବିବାହ ପରେ ଭଲ ଘର ଓ ପରିବାର ପାଇଥାନ୍ତି । ଏମାନେ ନିଜେ ଖୁସିରେ ରହିବା ସହ ସମସ୍ତଙ୍କୁ ମଧ୍ୟ ଖୁସି ଦେବାକୁ ଚେଷ୍ଟା କରିଥାନ୍ତି । ଏହି ଝିଅମାନେ ବାପଘର ଅଆଇନ ଯେତିକି ଭାଗ୍ୟଶାଳୀ ହୋଇଥାନ୍ତି ଶାଶୁଘର ଲୋକଙ୍କ ପାଇଁ ମଧ୍ୟ ତା’ ଠାରୁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଯୋଗୁଁ ଘରେ ସୁଖଶାନ୍ତି ଓ ସମୃଦ୍ଧି ଆସିଥାଏ ।
ଏପ୍ରିଲ
ଏହି ମାସରେ ଜନ୍ମ ହୋଇଥିବା ଝିଅଙ୍କୁ ସାକ୍ଷାତ ମା ଲକ୍ଷ୍ମୀ ବୋଲି କୁହା ଯାଇଥାଏ । ଏହି ଝିଅମାନେ ସବୁବେଳେ ଖୁସିରେ ରୁହନ୍ତି ଓ ସମସ୍ତ କ୍ଷେତ୍ରରେ ତାଙ୍କୁ ସଫଳତା ମିଳିଥାଏ । ଏମାନେ ଉଭୟ ବାପଘର ଓ ସଉସଘର ଲୋକଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି । ଏମାନେ କାହା ମନରେ କଷ୍ଟ ଦେବାକୁ ଭଲ ପାଆନ୍ତି ନାହିଁ । ସମସ୍ତଙ୍କ ଯତ୍ନ ନିଅନ୍ତି ଓ ସ୍ବାମୀଙ୍କ ପାଇଁ ବହୁତ ଲକି ହୋଇଥାନ୍ତି ।
ଜୁନ୍
ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଓ ନିଜର ସମସ୍ତ କାର୍ଯ୍ୟକୁ ଅତି ନିଷ୍ଠାର ସହ କରିଥାନ୍ତି । ଏମାନେ ସାକ୍ଷାତ ଲକ୍ଷ୍ମୀ ପ୍ରତିମା ହୋଇଥାନ୍ତି ଓ ବହୁତ ପରିଶ୍ରମୀ ମଧ୍ୟ ହୋଇଥାନ୍ତି । ଏମାନେ ଟିକେ ରାଗୀ ସ୍ଵଭାବର ହୋଇଥିଲେ ମଧ୍ୟ ଶୀଘ୍ର ରାଗ ଭୁଲି ପୁଣି ଥରେ ପୂର୍ବ ପରି ମିଶିଯାନ୍ତି । ଏମାନେ ସ୍ବାମୀଙ୍କ ସହ ତାଙ୍କ ପରିବାର ଲୋକଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି ।
ସେପ୍ଟେମ୍ବର
ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଓ ଏମାନେ ଘର ପାଇଁ ବହୁତ ଶୁଭ ହୋଇଥାନ୍ତି । ଏମାନନକ ଭାଗ୍ୟର ଗ୍ରହ ମାନେ ଅତ୍ୟନ୍ତ ଶୁଭ ସ୍ଥାନରେ ରହିଥାନ୍ତି । ଯାହାଫଳରେ ଏମାନେ ବହୁତ ଧନବାନ ମଧ୍ୟ ହୋଇଥାନ୍ତି । ଏମାନେ ନିଜ ଭାଗ୍ୟ ବଳରେ ସବୁକିଛି ହାସଲ କରିପାରନ୍ତି । ଏମାନଙ୍କ ମନରେ ବିଲକୁଲ ବି ଗର୍ବ ନଥାଏ । ଏମାନେ ନିଜ କଥା ଓ ବ୍ୟବହାରରେ ସମତାଙ୍କ ହୃଦୟ ଜିତି ନେଇଥାନ୍ତି ।
ନଭେମ୍ବର
ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହେବା ସହ ଏମାନଙ୍କ ସ୍ଵଭାବ ବେଶ ନମ୍ର ହୋଇଥାଏ । ଏମାନେ ଲକ୍ଷ୍ମୀଙ୍କ ସଦୃଶ ହେବା ସହ ବହୁତ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି । ଏମାନେ ନିଜ କଥାରେ କିମ୍ବା କାର୍ଯ୍ୟରେ ଅନ୍ୟକୁ କଷ୍ଟ ଦିଅନ୍ତି ନାହିଁ । ସମସ୍ତଙ୍କ ମନ କଥା ବୁଝିବାରେ ଓ ସମସ୍ତଙ୍କ ମନ ରଖିବାରେ ଏମାନେ ଖୁବ ମାହିର ହୋଇଥାନ୍ତି । ଏମାନଙ୍କ ଯୋଗୁଁ ଘରେ ସୁଖ ସମୃଦ୍ଧି ବଢିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।