ଜୀବନକୁ ସହଜ, ସରଳ ଓ ସୁନ୍ଦର କରିବା ପାକିଛି ନୀତି ନିୟମାମାନ ରହିଛି, ଯାହାର ପାଳନ କରିବା ଦ୍ଵାରା ମଣିଷ ସୁଖୀ ହୋଇଥାଏ । ଚୋପା ଲଗା ଡାଲି କିମ୍ବା ଚୋପା ଥିବା ସବୁଜ ପନିପାରିବା ଖାଇବା ଦ୍ଵାରା ରକ୍ତରେ କୋଲେଷ୍ଟ୍ରୋଲ କମ୍ ହୋଇଥାଏ । ଯେଉଁ ଲୋକମାନେ ମାଛ ମାଂସ ଅଧିକ ମାତ୍ରାରେ ଖାଉଥାନ୍ତି ସେମାନଙ୍କ ଶରୀରରେ ଅମ୍ଳସ୍ରାବ ପ୍ରବାହିତ ହୋଇଥାଏ । ରକ୍ତରେ କୋଲେଷ୍ଟ୍ରୋଲ ସ୍ତର ବୃଦ୍ଧି ପାଇଲେ ଇନସୁଲିନ ରକ୍ତରେ ମିଶିପାରେ ନାହିଁ, ଯାହାଫଳରେ ବ୍ଲଡ଼ସୁଗାର ବୃଦ୍ଧି ହୋଇଥାଏ ।

ଯଦି ମୁଣ୍ଡ ବିନ୍ଧା ହେଉଥାଏ ତେବେ ଅଦାରସକୁ ସୁଙ୍ଘିବା ଦ୍ଵାରା ତାହା ଧୀରେ ଧୀରେ କମ୍ ହୋଇଥାଏ । ଅବସାଦ ସମୟରେ ଶରୀରରେ ଆଇରନ, କ୍ୟାଲସିୟମ ଏବଂ ଫସଫରସର ମାତ୍ରା କମ୍ ହୋଇଯାଏ । ପାନରେ ଖିଆ ଯାଉଥିବା ଚୂନ ବାଳ ମଜବୁତ କରିଥାଏ ଏବଂ ଦୃଷ୍ଟିଶକ୍ତି ଠିକ କରିଥାଏ । ଗାଈ ଘିଅ ସବୁଠୁ ଅଧିକ ପିତ, କଫ ଏବଂ ବାୟୁନାଶକ ହୋଇଥାଏ । ଯେଉଁ ଭୋଜନରେ ସୂର୍ଯ୍ୟଙ୍କ ପ୍ରକାଶ କିମ୍ବା ପବନର ସ୍ପର୍ଶ ହୋଇ ନଥାଏ ତାକୁ ଖାଇବା ଉଚିତ ନୁହେଁ ।
ଗାଈ କ୍ଷୀରରେ ଘିଅ ମିଶାଇ ପିଇବା ଦ୍ଵାରା କଫ କମ୍ ହୋଇଥାଏ କିନ୍ତୁ କ୍ଷୀରରେ ଚିନି ମିଶାଇ ପିଇବା ଦ୍ଵାରା କଫ ବୃଦ୍ଧି ହୋଇଥାଏ । ଖାଇ ସାରିବା ପରେ ଯଦି ମୁଣ୍ଡକୁ ପାନିଆରେ ଭଲ ଭାବେ କୁଣ୍ଡାଇବେ ତେବେ ବାଳ ଶୀଘ୍ର ଧଳା ହୋଇ ନଥାଏ । ଯଦି ପେଟ ଭିତରେ ଝାଡା ଟାଇଟ ହୋଇ ଯାଇଥାଏ ତେବେ ଅଦାରସ କିମ୍ବା ଶୁଣ୍ଠି ଚୂର୍ଣ୍ଣ ଖାଇବା ଦ୍ଵାରା ତାହା ଦୂର ହୋଇଥାଏ ।

ଯଦି ସକାଳୁ ଝାଡା ସଫା ହେଉ ନଥାଏ ତେବେ ପ୍ରଚୁର ପାଣି ପିଇବା ପରେ କିଛି ସମୟ ଗୋଇଠିରେ ଚାଲିଲେ ତାହା ସଫା ହୋଇଥାଏ । ବିନା କ୍ୟାଲସିୟମ ଉପସ୍ଥିତିରେ ଶରୀରରେ ଭିଟାମିନ ଏବଂ ଅନ୍ୟ ପୋଷକତାତତ୍ଵ କାର୍ଯ୍ୟରେ ଲାଗିପାରନ୍ତି ନାହିଁ । ଭୋଜନ କରିବା ପରେ ହାକୁଡି ଆସିଲେ ଏହା ଖାଦ୍ଯରେ ସନ୍ତୁଷ୍ଟି ଏବଂ ହଜମ ପ୍ରକ୍ରିୟାରେ ସହଜ ସାଧ୍ୟ ହେବାର ସଙ୍କେତ ଦେଇଥାଏ । ଶୌଚ ସମୟରେ ଏବଂ ଭୋଜନ କରିବା ସମୟରେ କଥା ହେବା ଅନୁଚିତ ।
ଏହିପରି ଖାଇବା ସମୟରେ ଟିଭି ଦେଖିବା ଉଚିତ ନୁହେଁ । ମହିଳାମାନେ ମାସିକ ଧର୍ମ ସମୟରେ ଥଣ୍ଡାପାଣିରେ ଗାଧୋଇବା ଉଚିତ ଏବଂ ନିଆଁ ଠାରୁ ଦୂରେଇ ରହିବା ଉଚିତ । ଯେଉଁ ରୋଗ ହେବ ପାଇଁ ଯେତେ ଅଧିକ ସମୟ ଲାଗିଥାଏ ତାହା ଭଲ ହେବା ପାଇଁ ସେହିପରି ଅଧିକ ସମୟ ଲାଗିଥାଏ ।

ଛୋଟପିଲାଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ପାଇଁ ଦେବା ଉଚିତ, ଏହା ସେମାନଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ । ସୂର୍ଯ୍ୟ ଉଦୟ ହେବା ପରେ ଉଠିବା ଦ୍ଵାରା ଭୟଙ୍କର ରୋଗ ହୋଇଥାଏ, କାରଣ ଅନ୍ତନଳୀ ଦ୍ଵାରା ମଳମୂତ୍ର ଶୋଷିତ ହୋଇଯାଏ ।
ଚିନ୍ତା, କ୍ରୋଧ, ଈର୍ଷା କରିବା ଦ୍ଵାରା ଶରୀରରେ ଖରାପ ହରମୋନ ସୃଷ୍ଟି ହୋଇ କୋଷ୍ଠକାଠିନ୍ୟ, ବଦହଜମୀ, ରକ୍ତଚାପ ଏବଂ ଥାଇରଏଡ ଭଳି ସମସ୍ଯା ଦେଖା ଦେଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।