ଚୈତ୍ର ନବରାତ୍ରିରେ ଘରକୁ ନେଇ ଆସନ୍ତୁ ଏହି 7 ଟି ମଧ୍ୟରୁ ଯେ କୌଣସି ଗୋଟିଏ ଜିନିଷ, ବର୍ଷ ସାରା ଘରେ ହେବ ଧନର ଆଗମନ

ଏହି ବର୍ଷ ଚୈତ୍ର ନବରାତ୍ରି ବହୁତ ଦୁର୍ଲଭ ସଂଯୋଗ ନେଇ ଆସିଛି । ଏହି ସମୟରେ ସଂପୂର୍ଣ୍ଣ ହୃଦୟ ଓ ନୀତି ନିୟମ ସହ ମା’ଙ୍କର ପୂଜା କଲେ ଅନେକ ଗୁଣା ପୂଣ୍ୟ ପ୍ରାପ୍ତ ହୋଇଥାଏ ଓ ମା ଆଦିଶକ୍ତି ଦୂର୍ଗା ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ନବରାତ୍ରିରେ ମା’ଙ୍କ କୃପାଲାଭ କରିବା ପାଇଁ ପୂଜା କରିବା ସହ ଘରକୁ କିଛି ଜିନିଷ ଅବଶ୍ୟ ଆଣିବା ଉଚିତ । ଶାସ୍ତ୍ରରେ ଏମିତି କିଛି ଜିନିଷ ଉଲ୍ଲେଖ ଅଛି ଯାହା ଦୂର୍ଗା ମା’ଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ ।

ପ୍ରଥମରେ ନବରାତ୍ରିରେ ମା’ଙ୍କୁ ଷୋଳ ଶୃଙ୍ଗାର ନିଶ୍ଚୟ ଅର୍ପଣ କରିବା ଉଚିତ । ଷୋଳ ଶୃଙ୍ଗାରରେ ଲାଲ ଚୁଡି, ଚୁନେରୀ, ବିନ୍ଦି, ସିନ୍ଦୁର, ମେହେନ୍ଦି, କାଜଲ, ନେଲ ପଲିସ, ମଙ୍ଗଳସୂତ୍ର କିମ୍ବା ଗଳାର ମାଳ, ପାଉଁଜି, କାନଫୁଲ, କେଶରେ ଲଗାଉଥିବା ରବର ଆଦି ଓ ଲାଲ ଶାଢୀ ମଧ୍ୟ ଅର୍ପଣ କରିପାରିବେ । ମା’ଙ୍କୁ ସ୍ଥାପନ କରିବା ପାଇଁ ଏକ ଚୌକି ରଖି ସେଥିରେ ଲାଲ କିମ୍ବା ହଳଦିଆ ରଙ୍ଗର କପଡା ବିଛାଇ ମା’ଙ୍କ ଫଟୋ ବା ମୂର୍ତ୍ତି ରଖିଦିଅନ୍ତୁ । ଏହାପରେ ମା’ଙ୍କୁ ଟିକା ଲଗାଇ ସବୁ ଶୃଙ୍ଗାର ଜିନିଷ ଅର୍ପଣ କରନ୍ତୁ ।

ନବରାତ୍ରିରେ ମା’ଙ୍କୁ ଶୃଙ୍ଗାର ଅର୍ପଣ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିଥାଏ ଓ ଅଖଣ୍ଡ ସୌଭାଗ୍ୟର ବରଦାନ ମଧ୍ୟ ପ୍ରାପ୍ତି ହୋଇଥାଏ । ଷୋଳ ଶୃଙ୍ଗାର ଅର୍ପଣ କରୁଥିବା ମହିଳା ନିଜେ ମଧ୍ୟ ଷୋଳ ଶୃଙ୍ଗାରରେ ସଜେଇ ହେଲେ ମା ଶୀଘ୍ର ପ୍ରସନ୍ନ ହୁଅନ୍ତି । ନବରାତ୍ରିରେ ସୁହାଗିନୀ ବ୍ରାହ୍ମଣ ଗରିବ ମହିଳାଙ୍କୁ ମଧ୍ୟ ଷୋଳ ଶୃଙ୍ଗାର ଦାନ କରିପାରିବେ ।

ନବରାତ୍ରିରେ ସୁନା କିମ୍ବା ରୂପାର କଏନ ମା’ଙ୍କୁ ଅର୍ପଣ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାକୁ ମା’ଙ୍କ ପାକଝାରେ ରଖି ନବରାତ୍ରିର ନଅଦିନ ପର୍ଯ୍ୟନ୍ତ ପୂଜା କରନ୍ତୁ ଓ ଏହାପରେ ଏହି କଏନକୁ ନେଇ ଆପଣ ଆଲମୀରା ବା ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ । ଏପରି କରିବା ଦ୍ଵାରା ମା’ କୃପାବର୍ଷା କରିଥାନ୍ତି ଓ ଘରେ ଧନ ସମ୍ପତ୍ତି ଭରି ରହିଥାଏ ।

ଧନର ଦେବୀ ମା ଲକ୍ଷ୍ମୀ ପଦ୍ମଫୁଲ ଖୁବ ଭଲପାନ୍ତି । ତେଣୁ ନବରାତ୍ରିରେ ପଦ୍ମଫୁଲ ଆଣି ମା’ଙ୍କ ପାଖରେ ରଖି ପୂଜା କରନ୍ତୁ । ଏହାଦ୍ବାରା ମଧ୍ୟ ଘରେ ଧନ ସମ୍ପତ୍ତି ବୃଦ୍ଧି ହେବା ସହ ପରିବାର ଲୋକଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥାଏ । ପଦ୍ମଫୁଲ ନ ମିଳିଲେ ଗୋଟିଏ ପଦ୍ମଫୁଲର ଚିତ୍ର ମଧ୍ୟ ଆଣିପାରିବେ ଓ ଏହାକୁ ଘରର ଉତ୍ତର ଦିଗରେ ଲଗାଇ ଦେବେ ।

ନବରାତ୍ରିରେ ଘରକୁ ଦକ୍ଷିଣାବର୍ତ୍ତୀ ଶଙ୍ଖ ନିଶ୍ଚୟ ଆଣନ୍ତୁ । ଶାସ୍ତ୍ରରେ ଏହାକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନାଯାଏ । ତେଣୁ ଏହି ଶଙ୍ଖ ଯାହା ଘରେ ଥାଏ ତାଙ୍କ ଘରେ କେବେ ଧନର ଅଭାବ ହୁଏ ନାହିଁ । ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ଏହି ଘରେ ବନିରୁହେ ଓ ଘରେ କୌଣସି ପ୍ରକାରର ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ । ଏହାର ପ୍ରଭାବରେ ରୋଗ, ଦରିଦ୍ରତା, ଦୁର୍ଘଟଣା ମୃତ୍ୟୁ ସବୁ ଦୂର ହୋଇଥାଏ ।

ଶାସ୍ତ୍ର ଅନୁସାରେ ମା ଦୂର୍ଗା ସମୁଦ୍ରରୁ ଉତ୍ପନ୍ନ ହୋଇଥିଲେ ଓ କଉଡି ମଧ୍ୟ ସମୁଦ୍ରରୁ ଉତ୍ପନ୍ନ ହୋଇଥିଲେ ତେଣୁ କଉଡିଙ୍କୁ ମା ଦୂର୍ଗାଙ୍କର ଭଉଣୀ ବୋଲି ମାନାଯାଏ । ନବରାତ୍ରିରେ ଘରକୁ କଉଡି ଆଣିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ସାତଟି କଉଡି ଆଣି ଏହାକୁ ହଳଦିଆ ରଙ୍ଗ କରି ମା ଦୂର୍ଗାଙ୍କ ଚୌକି ଉପରେ ରଖି ଦିଅନ୍ତି । ପ୍ରତିଦିନ ମା ଦୂର୍ଗାଙ୍କ ସହ କଉଡିର ମଧ୍ୟ ପୂଜା କରନ୍ତୁ ଓ ଏହାକୁ ହଳଦୀ ଓ କୁମକୁମରେ ତିଳକ କରନ୍ତୁ ।

ନବରତ୍ରି ଶେଷ ହେବା ପରେ ଏହି କଉଡି ଗୁଡିକୁ ଲାଲ କପଡାରେ ବାନ୍ଧି ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ ଘରେ ଧନ ସମ୍ପତ୍ତି ହୁହୁ ହୋଇ ବଢିବାକୁ ଲାଗିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।