ଇମ୍ରାନ ଖାନ ଗାଦି ଛାଡିବା ପୂର୍ବରୁ ଯେଉଁ ଖେଳ କରି ଯାଇଛନ୍ତି ତା’ର ପରିଣାମ ପାକିସ୍ତାନକୁ ଅନେକ ବର୍ଷ ଯାଏଁ ଭୋଗିବାକୁ ପଡିବ । ପାକିସ୍ତାନୀ ସେନା ମନା କରିବା ପରେ ବି ଇମ୍ରାନ ଖାନ ନିଜ ଭାଷଣରେ ସିଧା ଆମେରିକାର ନାମ ନେଇ ଯାଇଥିଲେ । ଯାହାପରେ ଏବେ ଖୋଦ ପାକିସ୍ତାନର ଆର୍ମି ଚିଫଙ୍କୁ ସାମ୍ନାକୁ ଆସି କ୍ଷମା ମାଗିବାକୁ ପଡୁଛି । ଆମେରିକା ପାକିସ୍ତାନ ବିରୁଦ୍ଧରେ କୌଣସି ବଡ ପଦକ୍ଷେପ ନେବା ପୂର୍ବରୁ ହିଁ ପାକିସ୍ତାନର ଆର୍ମି ଚିଫ ଏକ ବଡ ବୟାନ ଦେଇଛନ୍ତି ।

ଜେନେରାଲ ବାଜବା ଆମେରିକା ସହ ପାକିସ୍ତାନର ପୁରୁଣା ବନ୍ଧୁତାକୁ ଦର୍ଶାଇ କହିଛନ୍ତି କି ଆମେ ଆମେରିକା ସହ ଦୀର୍ଘ ସମୟ ଧରି ବେଶ ଭଲ ରଣନୈତିକ ସମ୍ବନ୍ଧ ରଖି ଆସିଛୁ ଓ ଏହି ସମ୍ବନ୍ଧକୁ ଆମେ ଆହୁରି ଆଗକୁ ନେଇ ଯିବା ପାଇଁ ଆଶା ରଖୁଛୁ । ପାକିସ୍ତାନର ଆର୍ମି ଚିଫ ବାଜବା ଏପରି ବୟାନ ଦେବା ଆଗରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୟାନ ଦେଇ କହିଥିଲେ କି, ତାଙ୍କ ସରକାରକୁ ଭାଙ୍ଗିବା ପାଇଁ ଆମେରିକା ଷଡଯନ୍ତ୍ର କରୁଛି ।
ତେବେ ଆମେରିକାର ନାମ ନେଇ ଇମ୍ରାନ ଖାନ ପାକିସ୍ତାନ ପାଇଁ ଯେଉଁ ଗାତ ଖୋଲିଥିଲେ ତାକୁ ଭରିବା ପାଇଁ ଆର୍ମି ଚିଫ ବାଜବା ମଧ୍ୟ ଏକ ବିରାଟ ବଡ ଭୁଲ କରି ପକାଇଛନ୍ତି । ଆମେରିକାର ମନ ରଖିବା ଚକ୍କରରେ ବାଜବା ଋଷ ବିରୋଧରେ କହିବା ଆରମ୍ଭ କରି ଦେଇଥିଲେ ।

ବାଜବା ଋଷର କଡା ପ୍ରତିବାଦ କରି କହିଥିଲେ ଋଷ ୟୁକ୍ରେନ ଉପରେ ଆକ୍ରମଣ ରୋକିଦେବା ଉଚିତ । ଜେନେରାଲ ବାଜବାଙ୍କୁ ଏକଥା କିଏ ବୁଝାଇବ ଯେ ସେ ଆମେରିକାକୁ ଖୁସି କରିବା ଆଳରେ ଋଷକୁ କ୍ରୋଧିତ କରାଇଛନ୍ତି । ବାଜବାଙ୍କ ଏହିଭଳି ବୟାନକୁ ଋଷ ବି ନିଶ୍ଚୟ ଶୁଣି ସାରିଥିବ । ବାଜବାଙ୍କ ଏହି ବୟାନରେ ଆମେରିକା କିଛି ସମୟ ପରେ ହୁଏତ ମାନିଯିବ କିନ୍ତୁ ଋଷ ପାକିସ୍ତାନକୁ ଏବେ ଆଉ ଛାଡିବ ନାହିଁ ।
ପାକିସ୍ତାନ ଆର୍ମି ଚିଫ ବାଜବା ଏହିସବୁ କଥା ଇସଲାମାବାଦ ସିକ୍ଯୁରିଟି ଡାଇଲଗ ନାମକ ଏକ କାର୍ଯ୍ୟକ୍ରମରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜେନେରାଲ ବାଜବା ଭାରତ ସହ ମଧ୍ୟ ସମ୍ପର୍କ ସୁଧାରିବା ପାଇଁ ଅପିଲ କରିଛନ୍ତି । ତେବେ ପାକିସ୍ତାନର କୂଟନୈତିକ ସ୍ଥିତି ଦେଖି ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।