ଭାରତକୁ ଧମକ ଦେଲା ଆମେରିକା ହେଲେ ଭାରତ ବି ଛାଡିନି, ଜାତିସଙ୍ଘରେ ଭାରତର ସ୍ଥାୟୀ ସଦସ୍ୟ Syed Akbaruddin ଦେଲେ କଡା ଜବାବ

ୟୁକ୍ରେନ-ଋଷ ଯୁଦ୍ଧରେ ଭାରତର ନୀରବତା ଓ ଋଷ ଠାରୁ ଭାରତ ତୈଳ କିଣିବାକୁ ନେଇ ଭାରତକୁ ପରୋକ୍ଷ ଧମକ ଦେଇଛି ଆମେରିକା । ଆମେରିକାର ଡେପୁଟି ଏନଏସଏ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଦଲିପ ସିଂ ଭାରତ ଗସ୍ତରେ ଆସିଥିବା ବେଳେ ଋଷ ସହ ଭାରତର ବାଣିଜ୍ୟିକ ସମ୍ପର୍କକୁ ନେଇ ଚେତାବନୀ ଦେଇଥିବା ଜଣାପଡିଛି । ମାସାଧିକ କାଳ ଧରି ୟୁକ୍ରେନ ଉପରେ ଯୁଦ୍ଧ ଅବ୍ଯାହତ ରଖିଥିବାରୁ ଆମେରିକା ନେତୃତ୍ଵାଧୀନ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକ ବିରୋଧରେ ଏକାଧିକ କଟକଣା ଲାଗୁ କରି ସାରିଛନ୍ତି ।

ଏହି ପରିପେକ୍ଷୀରେ ଯଦି କୌଣସି ରାଷ୍ଟ୍ର କଟକଣାକୁ ଖାତିର ନକରି ଋଷ ଠାରୁ ତୈଳ କିଣନ୍ତି ତେବେ ପରିଣାମ ଭଯାବହ ହୋଇପାରେ ବୋଲି ଦଲିପ କହିଛନ୍ତି । ଏପରିକି ଭାରତ ମଧ୍ୟ ଆମେରିକାର ଆକ୍ରୋଶ ଠାରୁ ବର୍ତ୍ତିବ ନାହିଁ ବୋଲି ସେ ରୋକଠୋକ ଶୁଣାଇଛନ୍ତି । ତେଲ କିଣା ପ୍ରସଙ୍ଗରେ ଋଷ ସହ ଟଙ୍କା ରୁବେଲ ମେକାନିଜିମକୁ କାର୍ଯ୍ୟକାରୀ କରାକଲେ ଏହା ଆମେରିକା ସହ ଶତ୍ରୁତା ଭାବେ ପରିଗଣିତ ହେବ ବୋଲି ମଧ୍ୟ ସେ କହିଛନ୍ତି ।

ଆମେରିକା ଲାଗୁ କରିଥିବା କଟକଣା କେତେ ଦୂର ଯଥାର୍ଥ ତାହା ପ୍ରତିପାଦନ କରିବାକୁ ସେ ଭାରତ ଗସ୍ତରେ ଆସିଥିବା କହିଛନ୍ତି । ଭାରତ ପରି ଏକ ବିକାଶଶୀଳ ରାଷ୍ଟ୍ର ସହ ସୁସମ୍ପର୍କ ରଖିବାକୁ ଆମେରିକା ସର୍ବଦା ଆଗ୍ରହୀ । ହେଲେ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଭାରତ ସମେତ ଅନ୍ୟ କୌଣସି ଦେଶ ଯଦି ଋଷ ନିକଟରୁ ତେଲ କିଣନ୍ତି ତେବେ ସେମାନେ ଏହି କଟକଣାର ଗୁରୁତ୍ଵକୁ ଅପମାନିତ କରୁଥିବା ବୁଝିବାକୁ ପଡିବ ।

ଅନ୍ୟ ଅର୍ଥରେ ଆମେରିକାର କଟକଣାକୁ ଭାଙ୍ଗିବାକୁ ଷଡଯନ୍ତ୍ର କରାଯାଉଛି ବୋଲି ଦଲିପ ସିଂ କହିଛନ୍ତି । ଚୀନର ନାଁ ନେଇ ମଧ୍ୟ ଭାରତକୁ ଧମକାଇଛନ୍ତି ଦଲିପ ସିଂ । ୟୁକ୍ରେନ-ଋଷ ଯୁଦ୍ଧ ମାମଲାରେ ଭାରତ ନୀରବ ରହିବା ଓ ୟୁକ୍ରେନର ସହଯୋଗ ପାଇଁ ଆମେରିକାକୁ ସହଯୋଗ କରୁ ନଥିବାରୁ ଭାରତ ଉପରେ ବର୍ଷିଛନ୍ତି ଦଲିପ । ସେ କହିଛନ୍ତି ଏବେ ଭାରତ ୟୁକ୍ରେନ କିମ୍ବା ଆମେରିକାକୁ ସିନା ସମର୍ଥନ କରୁନାହିଁ ଯଦି ଭବିଷ୍ୟତରେ ଚୀନ ଭାରତ ଉପରେ ଆକ୍ରମଣ କରେ ତେବେ ଋଷ ଭାରତକୁ ସାହାଯ୍ୟ କରିବ ତ ?

ସେତେବେଳେ ଭାରତର ରକ୍ଷା କିଏ କରିବ ବୋଲି ପ୍ରଶ୍ନ କରିଛନ୍ତି ଦଲିପ । ହେଲେ ଭାରତ ବି ଚୁପ୍ ରହିନି । ଦଲିପ ସିଂଙ୍କ ସବୁ ଚେତାବନୀର କଡା ଜବାବ ଦେଇଛନ୍ତି ଭାରତ ଜାତିସଂଘର ସ୍ଥାୟୀ ଅଧିକାରୀ । ଦଲିପ ଭାରତ ପ୍ରତି ଯେଉଁ ଭାଷା ଗ୍ରହଣ କରିଛନ୍ତି ତାହା କେତେ ଗ୍ରହଣୀୟ ? ଏହା କଣ ଭାରତ ପ୍ରତି ଆମେରିକାର ବନ୍ଧୁତ୍ଵ ?

ଏହା କୂଟନୀତିର ଭାଷା ନୁହେଁ ବରଂ ଜବରଦସ୍ତି ଚାପ ପ୍ରୟୋଗର ଭାଷା ବୋଲି ସେ ଜବାବ ଦେଇଛନ୍ତି । ଦଲିପ ଙ୍କର ହୁଏତ ଜ୍ଞାନରେ ନାହିଁ ଯେ ଏକ ତରଫା ଦଣ୍ଡତ୍ମାକ ପ୍ରତିବନ୍ଧକ ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଂଘନ ବୋଲି । ଏହିପରି କହିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟ ଥିବା ଅକବର ଉଦ୍ଦିନ । ତେବେ ଏଭଳି ସ୍ଥିତିରେ ଭାରତ କଣ ପଦକ୍ଷେପ ନେବେ ଏହା ଉପରେ ସଭିଙ୍କ ନଜର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।