ଏହି 10 ଟି ଦେଶରେ ମିଳେ ବିଶ୍ଵର ସବୁଠୁ ଅଧିକ ଦରମା, ଏମାନଙ୍କ ଦରମା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ଆଜି ଆମେ ଆପଣଙ୍କୁ ଏପରି ଦଶଟି ଦେଶ ବିଷୟରେ କହିବୁ ଯେଉଁ ଦେଶମାନେ ବିଶ୍ଵର ସବୁଠୁ ଅଧିକ ଦରମା ଦେଇଥାନ୍ତି । ଏହି ଦେଶମାନଙ୍କ ଲିଷ୍ଟ ଆମେ ଆପଣଙ୍କୁ ଦଶମରୁ ପ୍ରଥମ କ୍ରମାନ୍ଵୟରେ ଜଣାଇବୁ । ଏହିସବୁ ତଥ୍ୟ ବିଶ୍ଵର ବଡ ବଡ ରିସର୍ଚ୍ଚ ସଂସ୍ଥା ମାନଙ୍କ ଦ୍ଵାରା ପ୍ରକାଶିତ କରାଯାଇଛି । ଏହା ସବୁ ସେହି ଦେଶର ସବୁ ଚାକିରିର ଆଭରେଜ ଦରମା ଅଟେ । ସେହି ସବୁ ମୁଦ୍ରା ଭାରତୀୟ ମୁଦ୍ରା ହିସାବରେ କେତେ ତାହା ଆମେ ଏଠାରେ କହୁଛୁ ।

ଦଶମରେ ହେଉଛି ନରୱେ । ନରୱେରେ ଗୋଟିଏ ଘଣ୍ଟା କାମ ପାଇଁ ୬୮୯-/ ଟଙ୍କା ମିଳିଥାଏ । ଯାହା ବର୍ଷକୁ ପ୍ରାୟ ୪୧ ଲକ୍ଷ ୨୦ ହଜାର ଟଙ୍କା ଦରମା ହୋଇଥାଏ । ନବମ ସ୍ଥାନରେ ଅଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆରେ ଗୋଟିଏ ଘଣ୍ଟା କାମ ପାଇଁ ମିଳେ ୭୦୦ ଟଙ୍କା । ତେଣୁ ସେଠାକାର ଲୋକଙ୍କୁ ବର୍ଷକୁ ପ୍ରାୟ ୪୧ ଲକ୍ଷ ୪୯ ହଜାର ଟଙ୍କା ଦରମା ମିଳିଥାଏ ।

ଅଷ୍ଟମ ସ୍ଥାନରେ ରହିଛି ବେଲଜିୟମ । ସେଠାରେ ଗୋଟିଏ ଘଣ୍ଟା କାମ ପାଇଁ ଲୋକଙ୍କୁ ୭୦୭/- ଟଙ୍କା ମିଳିଥାଏ । ଯାହାଦ୍ଵାରା ବର୍ଷକୁ ପ୍ରାୟ ୪୨ ଲକ୍ଷ ୪୦ ହଜାର ଟଙ୍କା ଦରମା ମିଳିଥାଏ । ସପ୍ତମ ସ୍ଥାନରେ ଅଛି ଜର୍ମାନୀ । ସେଠାରେ ଗୋଟିଏ ଘଣ୍ଟା କାମ ପାଇଁ ମିଳେ ୮୦୦/- ଟଙ୍କା । ଯାହା ବର୍ଷକୁ ୪୨ ଲକ୍ଷ ୭୧ ହଜାର ଟଙ୍କା ଦରମା ହୋଇଥାଏ ।

ଷଷ୍ଠ ସ୍ଥାନରେ ଅଛି ନେଦରଲାଣ୍ଡ । ସେଠାରେ ଗୋଟିଏ ଘଣ୍ଟା କାମ ପାଇଁ ମିଳେ ୭୦୦/- ଟଙ୍କା । ଯାହା ବର୍ଷକୁ ୪୩ ଲକ୍ଷ ୧୩ ହଜାର ଟଙ୍କା ଦରମା ଅଟେ । ପଞ୍ଚମ ସ୍ଥାନରେ ଅଛି ଡେନମାର୍କ । ସେଠାରେ ଗୋଟିଏ ଘଣ୍ଟା କାମ ପାଇଁ ମିଳେ ୬୫୦ ଟଙ୍କା । ଏହା ବର୍ଷକୁ ପ୍ରାୟ ୪୩ ଲକ୍ଷ ୫୯ ହଜାର ଟଙ୍କା ଦରମା ହୋଇଥାଏ ।

ଚତୁର୍ଥ ସ୍ଥାନରେ ରହିଛି ଯେଉଁଠି ବିଶ୍ଵରେ ଚତୁର୍ଥ ଅଧିକ ଦରମା ମିଳିଥାଏ । ଆମେରିକାରେ ଗୋଟିଏ ଘଣ୍ଟା କାମ ପାଇଁ ମିଳିଥାଏ ୫୦୭/- ଟଙ୍କା । ଯାହା ବର୍ଷକୁ ପ୍ରାୟ ୫୦ ଲକ୍ଷ ୨୧ ହଜାର ଟଙ୍କା ଦରମା ମିଳିଥାଏ ।

ବିଶ୍ଵର ସବୁଠୁ ଅଧିକ ଦରମା ଦେଉଥିବା ଦେଶଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛି ସୁଇଜରଲ୍ୟାଣ୍ଡ । ସେଠାରେ ଗୋଟିଏ ଘଣ୍ଟା କାମ ପାଇଁ ମିଳେ ୭୦୧/- ଟଙ୍କା । ଏହି ଦେଶ ବର୍ଷକୁ ପ୍ରାୟ ୫୦ ଲକ୍ଷ ୭୭ ହଜାର ଟଙ୍କା ଦରମା ଦେଇଥାଏ । ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛି ଆଇସଲ୍ୟାଣ୍ଡ । ସେଠାରେ ଗୋଟିଏ ଘଣ୍ଟା କାମ ପାଇଁ ମିଳିଥୱେ ପ୍ରାୟ ୭୦୦/- ଟଙ୍କା ।

ଏହା ବର୍ଷକୁ ସର୍ବାଧିକ ପ୍ରାୟ ୫୧ ଲକ୍ଷ ୮୭ ହଜାର ଟଙ୍କା ଦରମା ଦେଇଥାଏ । ତେବେ ବିଶ୍ବରେ ସବୁଠୁ ଅଧିକ ଦରମା ଦେଉଥିବା ଦେଶଙ୍କ ତାଲିକାରେ ସବୁଠୁ ପ୍ରଥମେ ଆସୁଛି ଲେକ୍ସାମ୍ୱୋର୍ଗ । ଯାହା ଗୋଟିଏ ଘଣ୍ଟା କାମ ପାଇଁ ୧୦୦୦/- ଟଙ୍କା ଦେଇଥାଏ । ଏହା ବର୍ଷକୁ ପ୍ରାୟ ୫୨ ଲକ୍ଷ ୩୮ ହଜାର ଟଙ୍କା ଦରମା ଦେଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।