ଭାରତରେ ପ୍ରଥମ ଥର ପାଇଁ ପାଣିରେ ଭାସୁଛି ପୋଲ, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି Video

ପାଣି ଉପରେ ପୋଲ ଥିବ କିନ୍ତୁ ପାଣି ସହ ପୋଲ ବି ନାଚୁଥିବ ଆଉ ତା ଉପରେ ଆପଣ ଠିଆ ହୋଇଥିବେ । ଥରେ ଭାବି ଦେଖନ୍ତୁ ଏଭଳି ନିଆରା ଅନୁଭୂତି ଆପଣଙ୍କୁ କେତେ ଭଲ ଲାଗିବ । ଏଭଳି ଏକ ପୋଲ କେରଳରେ ପ୍ରଥମ ଥର ପାଇଁ ତିଆରି କରାଯାଇଛି ଯାହାକୁ ଡାନ୍ସି॰ ପୋଲ ବା ଫ୍ଲୋଟିଙ୍ଗ ପୋଲ ବୋଲି କୁହାଯାଉଛି । ଆପଣ ଭିଜୁଆଲରେ ଦେଖି ପାରୁଥିବେ ଏହା ପାଣିରେ ନାଚିବା ଭଳି ଲାଗୁଛି । କେରଳ ପର୍ଯ୍ୟଟନ ବିଭାଗ ତରଫରୁ ଭାରତରେ ପ୍ରଥମ ଥର ପାଇଁ ପାଣିରେ ଏପରି ଏକ ଫ୍ଲୋଟିଙ୍ଗ ପୋଲ ନିର୍ମାଣ କରାଯାଇଛି ।

ଏହି ପୋଲା ବା ବ୍ରିଜ ଉପରେ ଏକା ସାଥିରେ ୫ ଶହ ଲୋକ ଏକା ସାଥିରେ ଠିଆ ହୋଇପାରିବେ । ଯେପରି ଏହି ସ୍ଥାନକୁ ପର୍ଯ୍ୟଟକ ମାନେ ଆସିବେ ସେଥିପାଇଁ ଏହି ପ୍ରକାର ବ୍ରିଜ ତିଆରି କରାଯାଇଛି । କେରଳରେ ୮ ବର୍ଷ ପୂର୍ବରୁ ଏହି ପ୍ରକାରର ଏକ ପୋଲ ତିଆରି କରିବା ପାଇଁ ଯୋଜନା ହୋଇଥିଲା କିନ୍ତୁ ସେହି ସମୟରେ ଏହା ହୋଇପାରି ନଥିଲା । ଅନେକ ଦେଶରେ ଏହିପରି ଫ୍ଲୋଟିଙ୍ଗ ରହିଛି ଯାହାକୁ ଦେଖିବା ପାଇଁ ବା ଏହାର ମଜା ଉଠାଇବା ପାଇଁ ଅନେକ ଲୋକଙ୍କ ଭିଡ ଜମିଥାଏ ।

ଏସିଆର ସିଙ୍ଗାପୁର ଏବଂ ଜାପାନରେ ମଧ୍ୟ ଏହିଭଳି ଫ୍ଲୋଟିଙ୍ଗ ବ୍ରିଜ ରହିଛି । ବର୍ତ୍ତମାନ ଭାରତରେ ଏକ ନୂଆ ଉପାଯରେ ଏହି ଫ୍ଲୋଟିଙ୍ଗ ବ୍ରିଜକୁ ତିଆରି କରାଯାଇଛି । ଆପଣ ଯଦି କେରଳର କୋଜିକୁଡି ଯାଆନ୍ତି ତେବେ ୧୦୦ ମିଟରର ତିଆରି ହୋଇଥିବା ଏହି ଭାସମାନ ବ୍ରିଜର ମଜା ଆପଣ ଉଠାଇ ପାରିବେ । ଏହି ବ୍ରିଜ ଉପରେ ଠିଆ ହେଲେ ପାଣିର ଗତି ଯେମିତି ଥିବ ସେହି ଅନୁସାରେ ବ୍ରିଜଟି ଆଗପଛ ହେଉଥିବାର ଦେଖିପାରିବେ ।

ପଲିଥିଲିନ ଓ ବ୍ଲକର ପ୍ରୟୋଗ କରି ଏହି ବ୍ରିଜକୁ ତିଆରି କରାଯାଇଛି । ତେବେ ଫ୍ଲୋଟିଙ୍ଗ ବ୍ରିଜ ଉପରତଳ ହେଉଥିବା ବେଳେ କେହି ପାଣିରେ ପଡିଯାଇ ପାରନ୍ତି ତେଣୁ ସେମାନଙ୍କୁ ସେଫଟି ଜ୍ୟାକେଟ ମଧ୍ୟ ପିନ୍ଧିବାକୁ ଦିଆଯାଇଛି । ଅନେକ ଲୋ ସମୁଦ୍ର ଭିତରକୁ ଯିବାକୁ ଇଚ୍ଛା କରନ୍ତି କିନ୍ତୁ ଭୟରେ ଯାଇ ପାରନ୍ତି ନାହିଁ । ଡଙ୍ଗାରେ ମଧ୍ୟ ଯିବାକୁ ସମସ୍ତଙ୍କ ଦେଇ ସମ୍ଭବ ହୋଇ ନଥାଏ । କିନ୍ତୁ ଏହି ଫ୍ଲୋଟିଙ୍ଗ ବ୍ରିଜ ସାହାଯ୍ୟରେ ଆପଣ ଚାଲି ଚାଲି ସମୁଦ୍ରର ମଧ୍ୟ ଭାଗକୁ ଯାଇ ଦୃଶ୍ୟ ଉପଭୋଗ କରିପାରିବେ ।

ଟେଷ୍ଟିଙ୍ଗ ବେଳେ ଏଥିରେ ମାତ୍ର ୫୦ ଜଣ ଲୋକଙ୍କୁ ଏହା ଉପରକୁ ଯିବାକୁ ଅନୁମତି ଦିଆ ଯାଇଥିଲା । ତେବେ ଏକା ସାଥିରେ ୫୦୦ ଲୋକଙ୍କ ପାଇଁ ଏହି ବ୍ରିଜ ତିଆରି କରାଯାଇଛି । ବର୍ତ୍ତମାନ ଏହି ସ୍ଥାନଟି ପର୍ଯ୍ୟଟକଙ୍କ ପାଇଁ ଖୋଲି ସାରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।