ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ସ୍ଥିତି ଓ ଚଳନ ଅନୁସାରେ ବ୍ୟକ୍ତିଙ୍କ ଜୀବନ ଉପରେ ଏହାର ପ୍ରଭାବ ପଡିଥାଏ । ଗ୍ରହଙ୍କ ସ୍ଥିତିରୁ ସେହି ରାଶିମାନଙ୍କ ଜୀବନରେ କଣ ଘଟିବାକୁ ଯାଉଛି, ସେମାନଙ୍କ ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ମଧ୍ୟ ଜାଣି ହୁଏ । ଗ୍ରହଙ୍କ ସ୍ଥିତି କି ଚଳନକୁ ନଜରରେ ରଖି ଆଗାମୀ ଏପ୍ରିଲ ମାସଟି ମେଷ ରାଶିର ଲୋକଙ୍କ ପାଇଁ କିପରି ରହିବ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ । ଏହାସହ ମାସରେ କେଉଁ ସବୁ ବିଷୟ ପ୍ରତି ସାବଧାନ ରହିବେ ଓ ପ୍ରତିକାର କଣ ରହିଛି ତାହା ମଧ୍ୟ ଜାଣିବା ।

ମେଷ ରାଶିର ଅଧିପତି ଗ୍ରହ ହେଉଛନ୍ତି ମଙ୍ଗଳ ଗ୍ରହ । ସେଥିପାଇଁ ଏହି ରାଶିର ବ୍ୟକ୍ତିମାନେ ସ୍ପଷ୍ଟବାଦୀ, ପରାକ୍ରମୀ ତଥା ସାହାସୀ ସ୍ଵଭାବର ବ୍ୟକ୍ତିତ୍ବ ହୋଇଥାନ୍ତି । ମେଷ ରାଶିର ଅଗ୍ନି ତତ୍ତ୍ଵର ରାଶି ହୋଇଥିବାରୁ ଏମାନେ ବେଳେବେଳେ ସାମାନ୍ଯ କଥାରେ ଚିଡି ଯାଇଥାନ୍ତି । କିନ୍ତୁ ତାଙ୍କ ରୋକଠୋକ କଥାବାର୍ତ୍ତା ପାଇଁ ସେମାନେ ଅନେକଙ୍କ ପ୍ରଶଂସାର ପାତ୍ର ମଧ୍ୟ ହୋଇଥାନ୍ତି । ଏମାନେ ଉଚ୍ଚ ଆଶା ରଖିଥିବାରୁ ଜୀବନରେ ନିଶ୍ଚୟ ସଫଳ ହୁଅନ୍ତି ।
କେହି ଏମାନଙ୍କୁ ଟିକେ ମିଠା କଥା କହିଦେଲେ ଏମାନେ ତାଙ୍କୁ ଗୋଟାପଣେ ନିଜର କରି ନିଅନ୍ତି । ଏହି ରାଶିର ବ୍ୟକ୍ତିଙ୍କ ମତାମତକୁ ତାଙ୍କ ପରିବାରରେ ସମସ୍ତେ ଗ୍ରହଣ କରିଥାନ୍ତି । ଏହି ରାଶିର ଶୁଭ ରଙ୍ଗ ହେଉଛି ଲାଲ ରଙ୍ଗ । କୌଣସି ଶୁଭକାର୍ଯ୍ୟରେ ଏହି ରଙ୍ଗର ବ୍ୟବହାର କଲେ ଶୁଭଫଳ ମିଳିଥାଏ । ସୋମବାର, ମଙ୍ଗଳବାର ଓ ଗୁରୁବାର ହେଉଛି ଏମାନଙ୍କ ଶୁଭବାର ।

ଶୁଭଦେବତା ହେଉଛନ୍ତି ଭଗବାନ ଶିବ, ଭଇରବ ଏବଂ ହନୁମାନ ଓ ଶୁଭ ଦେଇ ହେଉଛନ୍ତି ମା ମଙ୍ଗଳା । ମଙ୍ଗଳବାର ଦିନ କୌଣସି ମାନସିକ ରଖି ବ୍ରତ ଉପବାସ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏପ୍ରିଲ ମାସଟି ମେଷ ରାଶିର ଲୋକଙ୍କ ପାଇଁ ବେଶ ଭଲ ରହିବ । କିଛି କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ମାସଟି ସକାରାତ୍ମକ ରହିବ । କ୍ଯାରିୟର ଦୃଷ୍ଟିରୁ ମାସଟି ମଧ୍ୟମ ଧରଣର ରହିବ ଓ ଆପଣଙ୍କୁ ଖୁବ ପରିଶ୍ରମ କରିବାକୁ ହେବ ।
କାର୍ଯ୍ୟକ୍ଷେତ୍ରରେ ପରିସ୍ଥିତି ସାମାନ୍ଯ ରହିବ ସେଥିପାଇଁ ଆଳସ୍ୟତା ପରିତ୍ୟାଗ କରି ପରିଶ୍ରମ କରିବାକୁ ଚେଷ୍ଟା କରନ୍ତୁ । ପରିଶ୍ରମ କଲେ ନିଶ୍ଚୟ ଆଶାତୀତ ଫଳ ପ୍ରାପ୍ତ ହେବେ । ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ମଧ୍ୟ ରହିଛି । ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

ବାଣିଜ୍ୟ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ମାସଟି ଅନୁକୂଳ ରହିବ ଓ ସର୍ବାଧିକ ଉନ୍ନତି ଦେଖିବାକୁ ମିଳିବ । ପରିବାରରେ ଆପଣଙ୍କ କଥାକୁ ନେଇ କଳହ ସୃଷ୍ଟି ହୋଇପାରେ । ତେଣୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ରଖନ୍ତୁ । ପ୍ରତିକାର କରିବା ପାଇଁ ଆପଣ ପ୍ରତ୍ଯେକ ଦିନ ହନୁମାନ ଚାଳିଶା ପଥ କରନ୍ତୁ ଓ ପ୍ରତ୍ଯେକ ମଙ୍ଗଳବାର ଦିନ ହନୁମାନଙ୍କୁ ସିନ୍ଦୂର ଅର୍ପଣ କରି ଖିରୀ କରି ଭୋଗ ଲଗାନ୍ତୁ ।
ସେହି ଭୋଗକୁ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ । ଦେଖିବେ ନିଶ୍ଚୟ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।