କେବଳ ଏହି ଲୋକଙ୍କ ପାଇଁ ଲିଟର ପିଛା 25 ଟଙ୍କା ବୃଦ୍ଧି ପାଇଲା ଅଶୌଧିତ ତୈଳ ଦର…

ଯୁଦ୍ଧ ବେଳେ ପେଟ୍ରୋଲ ଓ ଡିଜେଲ ଦର ବଢିବାକୁ ନେଇ ସମସ୍ତେ ଚିନ୍ତାରେ ଥିବାବେଳେ ଏହାକୁ ନେଇ ଆଉ ଖବର ସାମ୍ନାକୁ ଆସିଛି । କମ୍ପାନୀ ଗୁଡିକ ପାଇଁ ଡିଜେଲ ଦର ବଢି ଯାଇଛି । ଅବଶ୍ୟ ସାଧାରଣ ଗ୍ରାହକଙ୍କ ଉପରେ ବର୍ତ୍ତମାନର ବର୍ଦ୍ଧିତ ତେଲ ଦରର ବୋଝ ପଡିବ ନାହିଁ । କିନ୍ତୁ ସିଧାସଳଖ ବିପୁଳ ମାତ୍ରାରେ ଡିଜେଲ ତେଲ କିଣୁଥିବା ଦେଶର ବଡ ବଡ ଶିଳ୍ପ ସଂସ୍ଥା, ରେଳବାଇ ଓ ଠିକାଦାର ମାନଙ୍କୁ ଏଣିକି ଚଢା ଦରରେ ଡିଜେଲ କିଣିବା ପାଇଁ ପଡିବ ।

ଏହି ବଡ଼ ଧରଣର ଗ୍ରାହକଙ୍କ ପାଇଁ ଲିଟର ପିଛା ୨୫ ଟଙ୍କା ହୋଇଛି ଡିଜେଲ ଦର । ଋଷିଆ ୟୁକ୍ରେନ ଯୁଦ୍ଧ ଫଳରେ ଆନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ଦର ମହଙ୍ଗା ହୋଇଛି । ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ମାନେ ଋଷ ସହ ସମସ୍ତ ବୈଦେଶିକ କାରବାରରେ କଟକଣା ଲଗାଇଛନ୍ତି । ୟୁକ୍ରେନ ମଧ୍ୟ ଯୁଦ୍ଧ ଗ୍ରସ୍ତ ଅବସ୍ଥାରେ ରହିଛି ଓ ଏ ପର୍ଯ୍ୟନ୍ତ ତା’ର ଅନେକ କ୍ଷୟକ୍ଷତି ହୋଇ ସାରିଲାଣି । ତେଣୁ ଆନ୍ତର୍ଜାତୀୟ ମାର୍କେଟରେ ତେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି ।

ଏଥିପାଇଁ ସରକାରୀ ତେଲ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲ ବିକ୍ରିରେ କ୍ଷତି ସହୁଛନ୍ତି । ଏହି କ୍ଷତିକୁ ଭରଣ କରିବା ପାଇଁ ଡିଜେଲ ମୂଲ୍ଯରେ ବୃଦ୍ଧି ହୋଇଛି । ହେଲେ ସାଧାରଣ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରା ଯାଇନାହିଁ । ପୂର୍ବରୁ ସାଧାରଣ ଗ୍ରାହକଙ୍କୁ ଯେଉଁ ଦରରେ ଡିଜେଲ ବିକ୍ରି କରାଯାଏ ତା’ ଠାରୁ କମ୍ ଦରରେ ଡିଜେଲ କିଣିଥାନ୍ତି ବଡ ବଡ କମ୍ପାନୀ ଓ ଶିଳ୍ପ ସଂସ୍ଥା ।

ଏବେ କିନ୍ତୁ ସେମାନଙ୍କ ପାଇଁ ଦର ବୃଦ୍ଧି ପାଇଥିବାରୁ ଡିଜେଲ ଲିଟର ପିଛା ୧୧୫ ଟଙ୍କାରେ ସେମାନଙ୍କୁ ଏବେ କିଣିବା ପାଇଁ ପଡିବ । ହେଲେ ଦର ବୃଦ୍ଧି ବୋଝରୁ ରକ୍ଷା ପାଇବା ପାଇଁ କମ୍ପାନୀ ଗୁଡିକ ସିଧାସଳଖ ତେଲ କମ୍ପାନୀ ଠାରୁ ଡିଜେଲ ନ କିଣି ଏବେ ପେଟ୍ରୋଲ ପମ୍ପରୁ ଅଳ୍ପ ପରିମାଣର ଡିଜେଲ କିଣୁଥିବା ଦେଖିବାକୁ ମିଳିଛି । ତେବେ ହାର ପ୍ରଭାବ ବର୍ତ୍ତମାନ ସାଧାରଣ ଲୋକଙ୍କ ଉପରେ ପଡିବ ନାହିଁ ।

ଏହାସହ ଭାରତ ଶସ୍ତାରେ ଋଷ ଠାରୁ ତେଲ କିଣିବାକୁ ଚୁକ୍ତି ଚୁଡାନ୍ତ କରିଛି । ଯାହା ଫଳରେ ଭାରତର ଜନ ସାଧାରଣଙ୍କ ଉପରେ ତୈଳ ଦର ବୃଦ୍ଧିର ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ଅନୁମାନ କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।