ଏହା ହିଁ ପ୍ରକୃତ ପ୍ରେମ, ପ୍ରେମିକକୁ ବଞ୍ଚାଇବା ପାଇଁ ପ୍ରେମିକା ଯାହା କରିଛି ଜାଣି ବିଶ୍ଵାସ ହେବନି, ଏହି Video ଦେଖି ଆପଣ ନିଜ କୋହ ସମ୍ଭାଳି ପାରିବେନି

ପ୍ରେମ ଈଶ୍ବରଙ୍କ ବରଦାନ ମଧ୍ୟରୁ ଗୋଟିଏ, ଏଥିରେ ଦିବ୍ୟଶକ୍ତି ନିହିତ ଥାଏ । ପ୍ରେମିକର ଜୀବନ ବଞ୍ଚାଇବା ପାଇଁ ଯୁବତୀ ଜଣକ ନିଜର ମାନ ମହତ ଭୁଲିଗଲେ । ରାତି ଅଧରେ ଗଳିକନ୍ଦିରେ ନିଜ ଆହତ ପ୍ରେମିକଙ୍କୁ ଖୋଜି ବୁଲିଲେ । ତାଙ୍କ ମୁଣ୍ଡରେ କିଛି ଜୁଟୁ ନଥାଏ । ଏଠିସେଠି ଖୋଜିବା ପରେ ସେ ପ୍ରେମିକଙ୍କୁ ପାଇବା ବେଳକୁ ର କ୍ତାକ୍ତ ହୋଇ ରାସ୍ତା ମଝିଆରେ ପଡିଥାନ୍ତି ଯୁବକ ଜଣକ । ଜୀବନ ଓ ମୃତ୍ୟୁର ଦୋଛକି ମଧ୍ୟରେ ପ୍ରେମିକାର ମୁହଁ ଆଖି ଆଗକୁ ଆସିଗଲା ।

ଶେଷ ସମୟରେ ପ୍ରେମିକାଙ୍କୁ ଟିକେ ଦେଖିବାକୁ ତଥା ସାହାଯ୍ୟ ମାଗିବାକୁ ଯୁବକ ଜଣକ ପ୍ରେମିକାଙ୍କୁ କଲ୍ କରିଥିଲେ । ଆଉ ତାଙ୍କର ଗୋଟିଏ କଲ୍ ପାଇ ପାଗେଳି ପ୍ରାୟ ହୋଇ ଦଉଡି ଆସିଲେ ଯୁବତୀ । ଏହା ହିଁ ପ୍ରକୃତ ପ୍ରେମର ନିଦର୍ଶନ । ଘର ଲୋକ କଣ କହିବେ କିମ୍ବା ସାହି ପଡିଶା ଟାହି ଟାପରାକୁ ଖାତିର ନକରି ପ୍ରେମିକର ଜୀବନ ବଞ୍ଚାଇବା ପାଇଁ ଘରୁ ରାତିଅଧରେ ଗୋଡ କାଢିବା ସତରେ ବହୁତ ସାହସର ବିଷୟ ।

ର କ୍ତାକ୍ତ ପ୍ରେମିକଙ୍କୁ କୁଣ୍ଢାଇ ଭୋ ଭୋ ହୋଇ କାନ୍ଦୁଥିଲେ ଯୁବତୀ । ମଧ୍ୟପ୍ରଦେଶର ଦୋମହରରେ ଜଣେ ଜୁଆବନ୍ତି ପରିବାର ଲୋକଙ୍କୁ ନଜଣାଇ ରାତିଅଧରେ ନିଜ ପ୍ରେମିକଙ୍କୁ ବଞ୍ଚାଇବା ପାଇଁ ଘରୁ ପଳାଇ ଯାଇଥିବା ଘଟଣା ସାମ୍ନାକୁ ଆସିଛି । ଆଜିକୁ ପ୍ରାୟ ତିନିଦିନ ତଳେ ରାତି ପ୍ରାୟ ୧୧ଟା ସମୟରେ ଏହି ଯୁବକ ପ୍ରଫୁଲ କାଶ୍ଯପ ଏକ ବ୍ରିଜ ଉପରେ ବସିଥିଲେ ।

ଏହି ସମୟରେ ପ୍ରାୟ ୨୦ଜଣ ଲୋକ ଆସି ପ୍ରଫୁଲଙ୍କ ସହ ଯୁକ୍ତିତର୍କ ଆରମ୍ଭ କରି ଦେଇଥିଲେ । ଆଉ ଏହାପରେ ସେମାନେ ଉତ୍ତ୍ୟକ୍ତ ହୋଇ ପ୍ରଫୁଲଙ୍କୁ ପିଟିବା ଆରମ୍ଭ କରି ଦେଇଥିଲେ । ଇତିମଧ୍ୟରେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଛୁ ରୀରେ ଆକ୍ରମଣ କରିଥିଲା । ଛୁ ରିଟି ପ୍ରଫୁଲଙ୍କ ଜଙ୍ଘରେ ପଶି ଯାଇଥିଲା ଓ ପ୍ରବଳ ଜୋରରେ ରକ୍ତସ୍ରାବ ହେବାରେ ଲାଗିଥିଲା ।

ଆଉ ପ୍ରଫୁଲଙ୍କ ଏହି ଅବସ୍ଥା ଦେଖି ପୋଲିସ କେସ୍ ଭୟରେ ସମସ୍ତେ ସେ ସ୍ଥାନ ଛାଡି ପଳାଇଲେ । ଜଙ୍ଘରେ ଛୁ ରୀ ପଶି ଯାଇଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ପ୍ରଫୁଲ । ଯାହାକୁବ କଲ୍ କଲେ କେହି ଫୋନ ଉଠାଇଲେ ନାହିଁ ଶେଷରେ ପ୍ରେମିକାର ଚେହେରା ଆଖି ସାମ୍ନାକୁ ଆସିଗଲା ।

କୌଣସି ମତେ ସେ ପ୍ରେମିକା ରେଜିୟାଙ୍କୁ ଫୋନ କରି ଏ ସମ୍ପର୍କରେ ସୂଚନା ଦେଲେ । ଭଲ ପାଉଥିବା ମଣିଷର ଯନ୍ତ୍ରଣା ଜର୍ଜରିତ ସ୍ଵର ଶୁଣି ନିର୍ବାକ ରେଜିୟା ଘରେ କାହାକୁ କିଛି ନଜଣାଇ ପ୍ରେମିକଙ୍କୁ ଖୋଜିବାକୁ ଦଉଡି ଗଲେ । ଆଉ ତାଙ୍କୁ ରାଜରାସ୍ତାରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ।

ପ୍ରେମିକଙ୍କ କଷ୍ଟ ସହି ନପାରି ତାଙ୍କୁ ଜାବୁଡି ଧରି ଖୁବ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ପ୍ରଫୁଲଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଆଉ ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।