ଓଲିଉଡର ପ୍ରଥମ ମେଗା ଷ୍ଟାର ଶ୍ରୀରାମ ପଣ୍ଡାଙ୍କୁ ତ ଆପଣ ମନେ ରଖିଥିବେ ? କିନ୍ତୁ ସେ ହଠାତ ଫିଲ୍ମ ଦୁନିଆରୁ ଗାୟବ ହୋଇ ଯାଇଥିଲେ ଓ ସନ୍ନ୍ୟାସୀ ହୋଇ ଯାଇଥିଲେ । ଏହା ପଛର କାରଣ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଓଲିଉଡ ଜଗତର ସୁପରଷ୍ଟାର ଶ୍ରୀରାମ ପଣ୍ଡା କେବଳ ଜଣେ ଅଭିନେତା ନୁହନ୍ତି ବରଂ ଜଣେ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ କାର୍ଯ୍ୟ ମଧ୍ୟ ସେ କରି ଯାଇଛନ୍ତି । ନିଜର ଅଭିନୟ ଦ୍ଵାରା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିଣି ନେଇଥିବା ଶ୍ରୀରାମ ପଣ୍ଡାଙ୍କ ପଣ୍ଡାଙ୍କ ବିଷୟରେ ଆମେ ଆଜି କିଛି ଜାଣିବା ।

ଶ୍ରୀରାମ ପଣ୍ଡା ୧୯୫୪ ମସିହା କୋରାପୁଟ ନବରଙ୍ଗପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଅ୯୭୨ ମସିହାରେ ଓଡିଆ ଚଳଚିତ୍ର ‘ଧରିତ୍ରୀ’ ରୁ ତାଙ୍କ ଅଭିନୟ ଜୀବନ ସେ ଆରମ୍ଭ କରିଥିଲେ । ଶରତ ପୂଜାରୀ ଓ ଧଳ ବିଶ୍ଵାଳ ତାଙ୍କ ପ୍ରତିଭାରେ ମୁଗ୍ଧ ହୋଇ ଆଗକୁ ବଢିବାକୁ ସୁଯୋଗ ଦେଇଥିଲେ । ଅଭିନୟ ବିଷୟରେ ବିଶେଷ ଜ୍ଞାନ ନଥାଇ ବି ଧରିତ୍ରୀ ଚଳଚ୍ଚିତ୍ରରେ ସୁନ୍ଦର ଅଭିନୟ କରିଥିଲେ ଶ୍ରୀରାମ ପଣ୍ଡା । ସୁନ୍ଦର ଅଭିନୟ ସାଙ୍ଗକୁ ସୁନ୍ଦର ଚେହେରାକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ ।
ଏହାପରେ ସେ ‘ଯାଯାବର’ ଚଳଚ୍ଚିତ୍ରରେ ତ୍ରିପୁରା ମିଶ୍ରଙ୍କ ସହ ଅଭିନୟ କରିଥିଲେ ଓ ଏହାପରେ ‘ସିନ୍ଦୁରବିନ୍ଦୁ’ ନାମକ ଆଉ ଏକ ଚଳଚ୍ଚିତ୍ରରେ ମଧ୍ୟ ତ୍ରିପୁରା ମିଶ୍ରଙ୍କ ସହ ଅଭିନୟ କରିଥିଲେ । ଏହି ସମଯରୁ ତ୍ରିପୁରା ମିଶ୍ରଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେମାନଙ୍କର ଆଉ ଏକ ଫିଲ୍ମ ‘ସୁବ୍ରର୍ଣ୍ଣସୀତା’ ରେ ଅଭିନୟ କରିବା ବେଳେ ଉଭୟ ଶ୍ରୀରାମ ପଣ୍ଡା ଓ ତ୍ରିପୁରା ମିଶ୍ର ବିବାହ କରିଥିଲେ ।

ଏହାପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ଓ ତାଙ୍କ ପତ୍ନୀ ମଧ୍ୟ ଅଭିନୟ ଛାଡି ଦେଇଥିଲେ । ନିଜ ଫିଲ୍ମ କ୍ଯାରିୟର ମଧ୍ୟରେ ପ୍ରାୟ ୬୦ରୁ ୭୦ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଶ୍ରୀରାମ ପଣ୍ଡା । ଜୋର ଯା’ର ମୁଲକ ତା’ର, ଚକାଆଖି ସବୁ ଦେଖୁଛି, ଯାଯାବର ଓ ମାନିନୀ ଆଦି ଅନେକ ଫିଲ୍ମରେ ଶ୍ରୀରାମଙ୍କ ଅଭିନୟକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ । କୁରୁକ୍ଷେତ୍ର, ଧୃତରାଜ ଓ ଝିଲମିଲ ପରି ଫିଲ୍ମରେ ଶ୍ରୀରାମ ପଣ୍ଡା ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।

ତାଙ୍କର ଅଭିନୟ ଓ ନୃତ୍ୟ ଦର୍ଶକଙ୍କୁ ଖୁବ ମୁଗ୍ଧ କରୁଥିଲା । କିନ୍ତୁ କୁରୁକ୍ଷେତ୍ର ପରେ ସେ ଆର୍ଥିକ ଓ ମାନସିକ ରୂପରେ ଖୁବ ଦୁର୍ବଳ ହୋଇ ଯାଇଥିଲେ । ସେହି ସମୟରେ ବହୁତ କଷ୍ଟ ଓ ଅଭାବ ମଧ୍ୟରେ ଶ୍ରୀରାମ ଗତି କରୁଥିଲେ । ଏତିକି ବେଳେ ୧୯୯୦ ମସିହାରେ ସ୍ଵାମୀ ନିରାଜନନ୍ଦ ସରସ୍ଵତୀଙ୍କ ସହ ତାଙ୍କର ଦେଖା ହୋଇଥିଲା । ତାଙ୍କ ଦ୍ଵାରା ପ୍ରଭାବିତ ହୋଇ ଶ୍ରୀରାମ ସନ୍ନ୍ୟାସୀ ଜୀବନକୁ ବାଛି ନେଇଥିଲେ ।

ସେ ଜଣେ ସରଳ ମଣିଷ ଥିଲେ କିନ୍ତୁ ଚକ୍ରାନ୍ତର ଶିକାର ହୋଇ ସେ ଭାଙ୍ଗି ପଡିଥିଲେ ବୋଲି ସେ ନିଜେ କୁହନ୍ତି । ଘର ମୋର ସ୍ଵର୍ଗ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶ୍ରୀରାମ ପଣ୍ଡା ବର୍ତ୍ତମାନ ସ୍ଵାମୀ ନିତ୍ୟ ଚୈତନ୍ୟ । ସେ ନିଜ ପରିବାର ପ୍ରତି ନିଜ କର୍ତ୍ତବ୍ୟ ନିଭାଇ ନାହାନ୍ତି ବୋଲି ଏକ ସାକ୍ଷାତକାରରେ ନିଜେ ସ୍ଵୀକାର କରିଥିଲେ ।
ପଛୁଆ ବର୍ଗର ପିଲାଙ୍କୁ ଶିକ୍ଷା ଦେବାରେ ସେ ସାହାଯ୍ୟ କରୁଥିଲେ । ଓଡିଶାର ଲୋକେ ଶ୍ରୀରାମ ପଣ୍ଡାଙ୍କୁ ଖୁବ ଭଲ ପାଆନ୍ତି । ତେଣୁ ସେ ଯୁବମାନଙ୍କ ମଧ୍ୟରେ ଆଥଯାତମିକ ଚେତନା ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି । ଆପଣଙ୍କୁ ଶ୍ରୀରାମ ପଣ୍ଡା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।