କିଏ ଏହି ମହିଳା ଯିଏ ଆମେରିକାରୁ Rajveer ଙ୍କ ଦାନ ଟଙ୍କାକୁ କରୁଛନ୍ତି କଣ୍ଟ୍ରୋଲ, ଏହି ଭାଇରାଲ ଅଡିଓ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ରାଜବୀରଙ୍କ ମାମଲାକୁ ନେଇ ଆଉ ଏକ ବିସ୍ଫୋରକ ଖବର ସାମ୍ନାକୁ ଆସିଛି । ଆମେରିକାରୁ ରାଜବୀରଙ୍କ କ୍ରାଉଡ ଫଣ୍ଡିଙ୍ଗ କଣ୍ଟ୍ରୋଲ ହେଉଛି । ଆମେରିକାରେ ରହୁଥିବାର ଏହି ମହିଳାଙ୍କ ନାମ ହେଉଛି ଅନୁ । ରାଜବୀରଙ୍କ ମାଆ ଏବଂ ଏହି ଅନୁଙ୍କର ଏକ ଅଡିଓ କଲ୍ ଏବେ ଭାଇରାଲ ହେଉଛି । ଏହି ରେକର୍ଡରେ ଅନୁ କହୁଛନ୍ତି କି ଗୁପ୍ତା ସାରଙ୍କ ଛଡା ତୁମ ଆକାଉଣ୍ଟ ଡିଟେଲ୍ସ ଆଉ କାହାକୁ ଦେବନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି କିଏ ଏହି ଗୁପ୍ତା ସାର ଓ ରାଜବୀରଙ୍କ ପାଇଁ ଫଣ୍ଡ କଲେକ୍ସନରେ ତାଙ୍କ ଭୂମିକା କଣ ରହିଛି ?

ଆକାଉଣ୍ଟ ଡିଟେଲ୍ସକୁ ଗୋପନୀୟ ରଖିବାକୁ ଏବଂ ରାଜବୀରଙ୍କ ବାପାମାଙ୍କ ବ୍ଯତୀତ ତାଙ୍କ ଫୋନ ଯେମିତି ଆଉ କାହା ହାତରେ ନପଡେ ଏହି ସବୁ କଥା ଅନୁ ଆମେରିକାରେ ରହି ରାଜବୀରଙ୍କ ମାଆଙ୍କୁ ଶିଖାଉଛନ୍ତି । ରାଜବୀରଙ୍କ ପାଇଁ ଏପର୍ଯ୍ୟନ୍ତ ଓଡିଶା ଏବଂ ହରିୟାଣାରୁ ଫଣ୍ଡ କଲେକ୍ସନ ହେବା କଥା ରାଜବୀରଙ୍କ ମାଆ ନିଜେ ସ୍ଵୀକାର କରିଛନ୍ତି । ତେବେ ଏହି ଅନୁଙ୍କ ଉଦ୍ଦେଶ୍ୟ କଣ ରହିଛି ଓ କଣ ପାଇଁ ସେ ଏସବୁ ଗୋପନୀୟ ରଖିବାକୁ ଚାହୁଁଛନ୍ତି ତାହା ଏବେ ପ୍ରଶ୍ନ ଉଠୁଛି ।

ସେପଟେ ରାଜବୀରର ମା ଅଭିଯୋଗ କରିଛନ୍ତି କି, ହରିୟାଣାର କିଛି ଲୋକେ ତାଙ୍କଠୁ ଟଙ୍କା ଦାବି କରୁଛନ୍ତି ଓ ତାଙ୍କୁ ଗୋଟିଏ ରୁମ୍ ରେ ଭର୍ତ୍ତି କରି ତାଙ୍କଠୁ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରୁଛନ୍ତି । ଜାନୁୟାରୀ ୫ ତାରିଖ ଯାଏଁ କେତେବେ ଟଙ୍କା ସଂଗ୍ରହ ହୋଇଛି ଏହାର ଏକ ଆପିଡେବିଟ ବାହାର କରାଯାଇଛି । ଯେଉଁଥିରେ ଆଦାୟ ହୋଇଥିବା ସବୁ ଟଙ୍କାର ହିସାବ ରହିଥିବା ସହ ରାଜବୀରଙ୍କ ବାପାମା ମଧ୍ୟ ସତ୍ୟପାଠ କରିଛନ୍ତି କି ସେଥିରୁ ଗୋଟିଏ ହେଲେ ବି ଟଙ୍କା ସେମାନେ ନିଜ ବ୍ୟକ୍ତିଗତ ଖର୍ଚ୍ଚରେ ବ୍ୟବହାର କରି ନାହାନ୍ତି ।

ସେହିପରି ଅନୁଙ୍କ ଆଉ ଏକ ହ୍ଵାଟ୍ସଆପ୍ ଚାଟ୍ ରେ ମଧ୍ୟ ଦେଖିବାକୁ ମିଳିଛି କି ସେ ରାଜବୀରଙ୍କ ମା’ଙ୍କୁ ହାତରେ ନାଲି ଏବଂ ଧଳା ଶଙ୍ଖା ପିନ୍ଧିବାକୁ କହୁଛନ୍ତି । ଯାହାକି ନ୍ଯୁଜରେ ଲୋକେ ଦେଖିଲେ ସେମାନଙ୍କ ହୃଦୟ ତରଳିବ ଓ ସେମାନେ ରାଜବୀରଙ୍କ ପାଇଁ ଟଙ୍କା ଦାନ କରିବେ । ସେପଟେ ଗୁପ୍ତା ସାରଙ୍କ ବିଷୟରେ କିଛି କହୁଥିବାର ଆଉ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ସେପଟେ ଧରା ପଡିଯିବା ଭୟରେ ଓଡିଶା ଭାସ୍କର ନ୍ଯୁଜ ଟିମ୍ କୁ ମଧ୍ୟ ଧମକାଇ ମେସେଜ ପଠାଯାଉଛି । ତେବେ ଏହି ଅନୁଙ୍କ ଭୂମିକା ଏଥିରେ କଣ ଓ ରାଜବୀରଙ୍କ ମାଆ ତମଲିକା କଣ ସବୁ କଥା ଖୋଲି କହିବେ ନା ଅନେକ କିଛି ଲୁଚାଉଛନ୍ତି ଏହାକୁ ନେଇ ବଢୁଛି ସନ୍ଦେହ । ଏ ମାମଲାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।