ଆମ ଗହଣରେ ଆଉ ନାହାନ୍ତି ବର୍ଷିୟାନ ଅଭିନେତା ମିହିର ଦାସ । ସମସ୍ତଙ୍କ ଆଖି ଭିଜାଇ ଦେଇ ଚିରଦିନ ପାଇଁ ସଂସାରରୁ ବିଦାୟ ନେଇଛନ୍ତି । ତାଙ୍କ ଦେହାନ୍ତ ଖବରରେ ଓଲିଉଡ ଇଣ୍ଡଷ୍ଟ୍ରି ସହ ସାରା ଓଡିଶାବାସୀଙ୍କ ମନରେ ଦୁଃଖର ଛାୟା ଘୋଟି ଯାଇଛି । ଅନେକ ଦଶନ୍ଧି ଧରି ଓଡିଆ ଫିଲ୍ମ ଏବଂ ଟେଲିଭିଜନ ଇଣ୍ଡଷ୍ଟ୍ରିରେ କାମ କରି ଅଗଣିତ ଲୋକଙ୍କ ମନକୁ ଛୁଇଁ ଯାଇଛନ୍ତି ମିହିର ଦାସ । ତାଙ୍କ ହସ ହସ ମୁହଁ ଏବଂ ସୁମଧୁର ଆଚରଣ ପାଇଁ ସମସ୍ତେ ତାଙ୍କୁ ଭଲ ପାଆନ୍ତି ।
ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ଭେଣ୍ଟିଲେଟରରେ ରହିଥିଲେ । ଏକାଧିକ ରୋଗରେ ପୀଡିତ ହେବା ସହ ତାଙ୍କର ଏକାଧିକ ଅଙ୍ଗ ମଧ୍ୟ କାର୍ଯ୍ୟ କରିବା ବନ୍ଦ କରି ଦେଇଥିଲା । ଆଉ ଗତକାଲି ଆମ ସମସ୍ତଙ୍କୁ ଛାଡି ସେ ବିଦାୟ ନେଇଛନ୍ତି । ତେବେ ବର୍ତ୍ତମାନ ସେ ମୃତ୍ୟୁ ପୂର୍ବରୁ ଜାରି କରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକି ମୃତ୍ୟୁ ପୂର୍ବରୁ ତାଙ୍କର ଶେଷ ଭିଡିଓ ବୋଲି କୁହାଯାଉଛି ।
ଏହି ଭିଡିଓରେ ମିହିର ଦାସ କହୁଛନ୍ତି କି, “ମୋ ଆଚରଣ ଯଦି କାହା ଭାବନାକୁ ଆଘାତ ଦେଇଛି ତେବେ ମୁଁ ବିନମ୍ରତାର ସହ କ୍ଷମା ପ୍ରାର୍ଥନା କରୁଛି । କିନ୍ତୁ ଏଭଳି ପାଗଳାମି ଏବଂ ଭୟଙ୍କର ମୁର୍ଖାମି ମୁଁ କରିନାହିଁ । ଯଦି ଦର୍ଶକେ, ଲୋକେ, ଯେଉଁମାନଙ୍କୁ ମୁଁ ଚଳନ୍ତି ଠାକୁର ସଦୃଶ ଭାବେ ସେମାନଙ୍କୁ ଯଦି ଆଘାତ ଦେଇଛି ସେମାନେ ଯଦି ମୋ ଉପରକୁ ଅଣ୍ଡା ଫୋପାଡିବେ ବା ଗାଳି ମାଡ କରିବେ ତେବେ ମୁଁ ନତ ମସ୍ତକ ହୋଇ ସେସବୁକୁ ସ୍ଵୀକାର କରିବି ଏବଂ ନିଜକୁ ସୁଧାରିବା ପାଇଁ ବା ସାବାଡ କରିବା ପାଇଁ ପ୍ରୟାସ ନିଶ୍ଚୟ କରିବି ।
ତାଙ୍କରି ପାଇଁ ମୋ ଜୀବନ, ମୋ ହାଣ୍ଡିଶାଳ, ମୋ ହାଣ୍ଡିରେ ଚାଉଳ । ତେଣୁ କ୍ଷମା ମାଗିବା ମୋ ପାଇଁ ଗୌରବ ହେବ ।” ଏହା କେଉଁ ଘଟଣାର ଭିଡିଓ ତାହା ଯଦି ହୁଏତ ଆମକୁ ଠିକ ଭାବେ ଜଣାନାହିଁ । କିନ୍ତୁ ଏହି ଭିଡିଓ ଦେଖିବା ପରେ ଆପଣ ବି ବୁଝି ପାରୁଥିବେ କି ମିହିର ଦାସ କେତେ ନମ୍ର ମଣିଷ ଥିଲେ ।
ଓଡିଶାବାସୀଙ୍କୁ ଅନେକ ବର୍ଷ ଧରି ମନୋରଞ୍ଜନ କରାଇବା ସହ ସବୁବେଳେ ସମସ୍ତଙ୍କୁ ସମ୍ମାନ ମଧ୍ୟ କରୁଥିଲେ । ତାଙ୍କ ଦେହାନ୍ତରେ ସାରା ଓଡିଶାବାସୀଙ୍କ ଆଖିରୁ ଲୁହ ବୋହୁଛି କହିଲେ ଭୁଲ ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।