ବର୍ତ୍ତମାନ ସମୟର ଏକ ବଡ ଖବର ସାମ୍ନାକୁ ଆସିଛି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ମିହିର ଦାସଙ୍କ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ୫୫ ବର୍ଷ ବୟସରେ ଦିଗଜ ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଛି । ଅନେକ ଦିନ ଧରି ସେ ଅସୁସ୍ଥ ଥିଲେ । କିନ୍ତୁ ତାଙ୍କ ସ୍ଵାସ୍ଥାବସ୍ଥା ଧୀରେ ଧୀରେ ସୁଧୁରିବାକୁ ଲାଗିଥିଲା । ସମସ୍ତେ ଆଶା କରୁଥିଲେ କି ମିହିର ଦାସ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସିବେ ।

ପ୍ରାୟ ଏକ ମାସ ତଳେ ମିହିର ଦାସଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା । ଯାହାଫଳରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଗତ ତିନି ବର୍ଷ ହେବ ସେ କିଡନୀ ରୋଗରେ ପୀଡିତ ଥିଲେ । ଆଉ ସେଥିପାଇଁ ତାଙ୍କର ଧାରାବାହିକ ଭାବେ ଡାଏଲିସିସ ମଧ୍ୟ ଚାଲିଥିଲା । ଏହା ପୂର୍ବରୁ ତାଙ୍କର ମଧୁମେହ ରୋଗ ମଧ୍ୟ ଥିଲା । ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରା ଯାଉଥିଲା । ଏକାଧିକ ରୋଗରେ ପୀଡିତ ଥିବା ସହ ଦୀର୍ଘଦିନ ଧରି ସେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ ।
ଏହାସହ ତାବଙ୍କର ଅନେକ ଅଙ୍ଗ ମଧ୍ୟ ଧୀରେ ଧୀରେ କାର୍ଯ୍ୟ କରିବା ବନ୍ଦ କରି ଦେଇଥିଲା । କିନ୍ତୁ ତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉତ୍ଥାନ ଓ ପତନ ଦେଖିବାକୁ ମିଳୁଥିଲା । ତେବେ କିଛି ସମୟ ପୂର୍ବରୁ ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ ଖବର ପ୍ରକାଶ ପାଇଛି । ବହୁଦିନ ଧରି ସେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ ।

ଯାହାଫଳରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ତଥା ଶୁଭ ଚିନ୍ତକ ମାନେ ଆଶା କରୁଥିଲେ କି ନିଶ୍ଚିତ ଭାବେ ମିହିର ଦାସ ଆମ ଗହଣରେ ଆଉ କିଛି ଦିନ ନିଶ୍ଚୟ ରହିବେ । କିନ୍ତୁ ସେହି ସମସ୍ତ ଆଶା ମଳିନ ହୋଇଯାଇଛି । ଗତ ଅନେକ ଦଶନ୍ଧି ଧରି ମିହିର ଦାସ ବିଭିନ୍ନ ଚଳଚ୍ଚିତ୍ର ଏବଂ ଟେଲିଭିଜନ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଥିଲେ । ତାଙ୍କ ମନଛୁଆଁ ଅଭିନୟ ମାଧ୍ୟମରେ ସେ ଲୋକଙ୍କ ମନ ଜିଣି ପାରିଥିଲେ ।
ଗତ କିଛି ବର୍ଷ ଧରି ଚଳଚ୍ଚିତ୍ର ଏବଂ ଟେଲିଭିଜନ ଦୁନିଆରେ ସେ ଅନେକ ନାମ କମାଇଥିଲେ । ତାଙ୍କ ମିଶାଣିଆ ସ୍ଵଭାବ ଏବଂ ହସ ହସ ମୁହଁ ପାଇଁ ସମସ୍ତେ ତାଙ୍କୁ ଭଲ ପାଉଥିଲେ । ବରିଷ୍ଠ ଅଭିନେତା ମିହିର ଦାସଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ଆମେ ପ୍ରାର୍ଥନା କରୁଛୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।