2022 ରେ ଭାରତୀୟ ମାର୍କେଟରେ ଲଞ୍ଚ ହେବାକୁ ଯାଉଛି ଏହି ସବୁ ଦମଦାର କାର୍ ! CNG ଠାରୁ ନେଇ ଇଲେକ୍ଟ୍ରିକ କାର୍ ପର୍ଯ୍ୟନ୍ତ ରହିଛି ଏହି ଲିଷ୍ଟରେ, ଦେଖନ୍ତୁ ସଂପୂର୍ଣ୍ଣ ତାଲିକା

ବର୍ଷ ୨୦୨୨ ଆରମ୍ଭ ହୋଇଯାଇଛି ଆଉ ଏହି ନୂଆବର୍ଷରେ ଏଣ୍ଟ୍ରି କରିବାକୁ ଯାଉଛି କିଛି ନୂଆ କାର୍ । ଭାରତୀୟ ମାର୍କେଟରେ ଆଗକୁ କେଉଁ ସବୁ ଗାଡି ଦେଖିବାକୁ ମିଳିବ ତାହା ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛି । ଏଥିରେ ସିଏନଜି ଠାରୁ ନେଇ ଇଲେକ୍ଟ୍ରିକ ପର୍ଯ୍ୟନ୍ତ ଅନେକ କାର୍ ମଡେଲ ସାମିଲ ରହିଛି । ସର୍ବପ୍ରଥମେ ଟାଟା କମ୍ପାନୀ କିଛି ସିଏନଜି କାର୍ ଲଞ୍ଚ କରିବାକୁ ଯାଉଛି । ସିଏନଜି ସେଗମେଣ୍ଟରେ ମାରୁତି ଓ ହୁଣ୍ଡାଇକୁ ଟକ୍କର ଦେବା ପାଇଁ ଟାଟା ଜାନୁୟାରୀରେ ହିଁ ଟିଆଗୋ ଓ ଟିଗୋରର ସିଏନଜି ଭ୍ୟାରିଆଣ୍ଟ ଛାଡିବାକୁ ଯାଉଛି ।

କମ୍ପାନୀ ପରେ ପଞ୍ଚ ର ମଧ୍ୟ ସିଏନଜି ଭ୍ୟାରିଆଣ୍ଟ ଆଣିପରେ । ଜାନୁୟାରୀରେ ଅଡି କମ୍ପାନୀ ଅଡି କ୍ୟୁ୭ ର ଫେସଲିଫ୍ଟ ଭର୍ଜନ ଲଞ୍ଚ କରିବ ବୋଲି ଶୁଣିବାକୁ ମିଳୁଛି । ଏହାର ମୁଲୟେ ପ୍ରାୟ ୭୫ ଲକ୍ଷ ଟଙ୍କା ହେବ । ଏହା ତିନି ଲାଇନ ବିଶିଷ୍ଟ ଏକ ସାତ ସିଟର ଏସୟୁଭି ହେବ । ମାର୍କେଟରେ ପୂର୍ବରୁ ଉପଲବ୍ଧ ଥିବା ଏହି ମଡେଲରେ କିଛି ଅପଡେଟ କରାଯିବ । ସେହିପରି ମାର୍ଚ୍ଚରେ କିଆ ଇଣ୍ଡିଆ ଲଞ୍ଚ କରିପାରେ କିଆ କେରେନ୍ସ । ୨୦୨୧ ମସିହାରେ କିଆ ଇଣ୍ଡିଆ କୌଣସି ନୂଆ କାର୍ ଲଞ୍ଚ କରି ନଥିଲା ।

କିନ୍ତୁ ୨୦୨୨ର ପ୍ରଥମ କ୍ଵାର୍ଟରରେ କମ୍ପାନୀ ସାତ ସିଟରର ଏହି କାର୍ ଲଞ୍ଚ କରିବ । ନିକଟରେ କମ୍ପାନୀ ଏହି ଗାଡିର ଏକ ଆଡ୍ ମଧ୍ୟ ଦେଖାଇଛି । ୧୪ ଜାନୁୟାରୀ ୨୦୨୨ରୁ ଏହି ଗାଡିର ବୁକିଂ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି । କିଆ କେରେନ୍ସ ଏମପିଭି କୁ ଆନ୍ଧ୍ରପ୍ରଦେଶର ଅନନ୍ତପୁର ପ୍ଳାଣ୍ଟରେ ପ୍ରସ୍ତୁତ କରାଯାଉଛି । ଭାରତ ଏହି ଏମପିଭିକୁ ଲଞ୍ଚ କରୁଥିବା ଦୁନିଆର ପ୍ରଥମ ଦେଶ ହେବ । ଏଥିରେ ମଧ୍ୟ ଅନେକ ଅପଡେଟେଡ ସୁବିଧାମାନ ଉପଲବ୍ଧ ରହିଛି । ଏହାର ମୂଲ୍ୟ ପ୍ରାୟ ୧୫ ରୁ ୧୮ ଲକ୍ଷ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଉଛି ।

ସେହିପରି ସ୍କୋଡା ଅଟୋ ଇଣ୍ଡିଆ ମଧ୍ୟ ୨୦୨୨ରେ ସେଡାନ କାର୍ ସ୍ଲାଭିଆ ଲଞ୍ଚ କରିବ । କୁଶାକର ସଫଳତା ପରେ ଏହି ସେଗମେଣ୍ଟକୁ ନେଇ ମଧ୍ୟ କମ୍ପାନୀ ଆଶାବାଦୀ ରହିଛି । ୨୦୨୧ ନଭେମ୍ବରରେ କମ୍ପାନୀ ଏହାର ପ୍ରଥମ ଝଲକ ଦେଖାଇଥିଲା ଓ ସ୍ଲାଭିଆ ୨୦୨୨ ଏପ୍ରିଲରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ଜାନୁୟାରୀରେ କମ୍ପାନୀ ସ୍କୋଡା କୋଡିଆକର ନୂଆ ଅପଡେଟେଡ ଭର୍ଜନ ମଧ୍ୟ ଲଞ୍ଚ କରିପାରେ ।

୨୦୨୨ରେ ବିଏମଡବ୍ଲ୍ୟୁ ଇଣ୍ଡିଆ ନିଜର ପ୍ରଥମ ଇଲେକ୍ଟ୍ରିକ କାର୍ ମିନି କୁପର ଏସଇ ଲଞ୍ଚ କରିବ । ଏହି ଗାଡି ସିଙ୍ଗଳ ଚାର୍ଜରେ ପ୍ରାୟ ୨୭୦ କିମି ପର୍ଯ୍ୟନ୍ତ ଚାଲିବ । କମ୍ପାନୀ ଏକ ଲକ୍ଷ ଟଙ୍କାରୁ ଏହାର ବୁକିଂ ଆରମ୍ଭ କରିଥିଲା ଓ ଏବେ ପର୍ଯ୍ୟନ୍ତ ଏହାର ସମସ୍ତ ୟୁନିଟର ବୁକିଂ ହୋଇସାରିଛି । ଆପଣ ଏସବୁ ମଧ୍ୟରୁ କେଉଁ କାର୍ କୁ ନେଇ ଏକଦମ ଉତ୍ସାହିତ ଅଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।