ଆଜି ଆମେ ଆପଣଙ୍କୁ ୨୦୨୨ ନୂତନ ବର୍ଷର ରାଶିଫଳ କହିବୁ । ଏହି ବର୍ଷ କେଉଁ ରାଶିମାନଙ୍କ ପାଇଁ ଭଲ ରହିବ ଓ କେଉଁମାନଙ୍କ ପାଇଁ ଖରାପ ତାହା ଆଜି ଆମେ ଆପଣଙ୍କୁ କହିବୁ । କହିବାକୁ ଗଲେ ଏହି ବର୍ଷ କିଛି ଲୋକମାନଙ୍କ ପାଇଁ ଉନ୍ନତିତ ନୂତନ ଅବସର ନେଇ ଆସିବ । ଏହା ସହିତ କିଛି ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ।
ମେଷ ରାଶି – ୨୦୨୨ ଆପଣଙ୍କ ପାଇଁ ଉନ୍ନତି ଓ ପ୍ରଗତିର ବର୍ଷ ହେବ । ଜୁନ ମାସରେ ଆପଣଙ୍କ ପତ୍ନୀ କିମ୍ବା ଅନ୍ୟ କେହି ଆପଣଙ୍କ ଜୀବନରେ ପ୍ରବେଶ କରିବେ ଯିଏକି ଆପଣଙ୍କ ଜୀବନକୁ ପୂରାପୂରି ପରିବର୍ତ୍ତନ କରିଦେବେ । ଅର୍ଥାତ ସୁନ୍ଦର କରିଦେବେ ।

ବୃଷ ରାଶି- ବର୍ଷର ଶେଷ ଆଡକୁ ଆପଣ ଅଫିସ କିମ୍ବା ଅନ୍ୟ କୌଣସି କାମ ପାଇଁ ବିଦେଶ ଯାଇ ପାରନ୍ତି । ଜୀବନସାଥିଙ୍କ ସହ କଥାବାର୍ତ୍ତା କରିବା ସମୟରେ ନିଜ ଉପରେ ସଂଜତ ରଖନ୍ତୁ । ଜୁନ ଓ ଜୁଲାଇ ମାସରେ ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ ।
ମିଥୁନ ରାଶି- ଏହି ବର୍ଷ ଆପଣଙ୍କ ବିବାହର ଯୋଗ ପ୍ରବଳ ଅଛି । ଛାତ୍ର ଛାତ୍ରୀମାନଙ୍କ ପାଇଁ ଏହି ବର୍ଷ ଭଲ ରହିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଆପଣ ସଫଳତା ଆଡକୁ ଆଗେଇ ଯିବେ । ଆପଣ ଯାହା ବି ସବୁ ଚିନ୍ତା କରିଛନ୍ତି ଓ ଯୋଜନା କରି ରଖିଛନ୍ତି ସେ ଗୁଡିକ ଆଜି ହିଁ ପୂର୍ଣ ହୋଇଯିବ ।
କର୍କଟ ରାଶି- ଏପ୍ରିଲ ରୁ ଅଗଷ୍ଟ ମାସ ମଧ୍ୟରେ ଆପଣ ବ୍ୟବସାୟରେ ଲାଭ କରିବେ । ଏହି ସମୟରେ ଚାକିରି କରୁଥିବା ଲୋକମାନଙ୍କ ସ୍ୟାଲେରୀ ବଢିବ । ବର୍ଷର ଆରମ୍ଭରେ ଆପଣ ପାରିବାରିକ ସମସ୍ୟା ମଧ୍ୟରେ ଘେରି ରହି ପାରନ୍ତି ।

ସିଂହ ରାଶି- ଏହି ବର୍ଷ ଆପଣ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ରଖନ୍ତୁ । ଏହି ବର୍ଷ ଆପଣଙ୍କ କ୍ୟାରିୟର ଓ ଅର୍ଥ ଉପାର୍ଜନ ମାମଲାରେ ଭଲ ରହିବ । ଯେଉଁମାନେ ଦୋକାନୀ ଅଟନ୍ତି ସେମାନଙ୍କୁ ବହୁତ ସଫଳତା ମିଳିବ ।
କନ୍ୟା ରାଶି- ୨୫ ରୁ ୩୦ ବର୍ଷର ଯୁବକ ଯୁବତୀ ଏହି ବର୍ଷ ବିବାହ କରି ପାରନ୍ତି । ଛାତ୍ର ଛାତ୍ରୀଙ୍କୁ ବର୍ଷର ଆରମ୍ଭରୁ ଅଧିକ ପରିଶ୍ରମ କରିବାକୁ ପଡିବ । ନଚେତ ଆପଣ ପଛରେ ରହି ଯିବେ । ଆପଣ କୌଣସି ରୋଗର ଶିକାର ହୋଇ ପାରନ୍ତି ।
ତୁଳା ରାଶି- ଅଳଙ୍କାର ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ । ଆପଣ ଯଦି କରଜ କରିଛନ୍ତି ତେବେ ଆପଣଙ୍କ ପାଇଁ ଭଲ ସମୟ ଆସିବ । ଏହି ବର୍ଷ ଚାକିରି ପଦୋନ୍ନତି ହେବ । ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଚାକିରିରେ ନୂତନ ସୁଯୋଗ ଅଛି ।

ବିଚ୍ଛା ରାଶି- ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ । ଅଗଷ୍ଟ ମାସରେ ଜୀବନରେ ସୁଖ ଓ ଶୋଭାଗ୍ୟରେ ଆସିବ । ଘରର ସମସ୍ତ ଅଶାନ୍ତି ଦୂର ହୋଇଯିବ । ପ୍ରେମିକ ଓ ପ୍ରେମିକାମାନଙ୍କ ପାଇଁ ଏହି ବର୍ଷ ଭଲ ରହିବ ।
ଧନୁ ରାଶି- ଏପ୍ରିଲ ଓ ସେପେଟେମ୍ବର ମାସରେ ଆପଣ ଚାକିରିରେ ଉନ୍ନତି କରିବେ । ସବୁବେଳେ ନିଜର ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ । ଖାଦ୍ୟ ଓ ପାନୀୟ ପ୍ରତି ସଜାଗ ରୁହନ୍ତୁ । ସ୍ୱାସ୍ଥ୍ୟ ଆପଣ ସବୁବେଳେ ସତରକ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ ।
ମକର ରାଶି- ଭାଇ ଭଉଣୀଙ୍କ ମଧ୍ୟରେ ଭଲ ବୁଝାମଣା ରହିବ । ଦାମ୍ପତ୍ୟ ଜୀବନରେ ବି ଖୁସିର ସମୟ ଆସିବ । ରାଜନୀତି କ୍ଷେତ୍ରରେ କାମ କରୁଥିବା ଲୋକମାନେ ବି ଲାଭ ପାଇବେ । ଆପଣ ଏହି ବର୍ଷ ବିଭିନ୍ନ ମାଧ୍ୟମରୁ ବହୁତ ଲାଭ ପାଇବେ ।

କୁମ୍ଭ ରାଶି- ଆପଣଙ୍କ ଆୟ ଦ୍ଵିଗୁଣିତ ହେବ । ଏପ୍ରିଲ ଓ ମେ ମାସରେ ଆପଣ ବିବାହ ପାଇଁ ନିଷ୍ପତି ନେଇ ପାରନ୍ତି । ଛାତ୍ର ଛାତ୍ରୀମାନଙ୍କ ପାଇଁ ଏହି ବର୍ଷ ଭଲ ରହିବ । ଡାକ୍ତରିଛାତ୍ର ଛାତ୍ରୀମାନେ ଭଲ କରିବେ ।
ମୀନ ରାଶି- ଏହି ବର୍ଷ ଆପଣଙ୍କ ପାଇଁ ସର୍ବୋତ୍ତମ ପ୍ରମାଣିତ ହେବ । ଆୟ ବୁଦ୍ଧି ହେବା ସହିତ ବୈଦେଶିକ ବ୍ୟାପାରରେ ବି ଆପଣ ଉନ୍ନତି କରିବେ । ସେପ୍ଟେମ୍ବର ଓ ଡିସେମ୍ବର ମାସ ମଧ୍ୟରେ ଆପଣ କୋର୍ଟ କଚେରୀ ମାମଲାରେ ସଫଳ ହେବେ ।