ଓଡିଶାରେ ମିଳିଲା ସୁନାଖଣିର ସନ୍ଧାନ ! ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଆରମ୍ଭ କରି ଦେଇଛି କାର୍ଯ୍ୟ, ଶୁଣନ୍ତୁ ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା

ଜଙ୍ଗଲରୁ ମିଳିଛି ସୁନା ଖଣିର ସନ୍ଧାନ । ଓଡିଶାର କେନ୍ଦୁଝର ଜିଲ୍ଲା ବାସପାଳ ବ୍ଲକ ଜଳଡିହା ଗ୍ରାମର ସୁନାଖଣି ଜଙ୍ଗଲରୁ ମିଳିଛି ସୁନା । ଏଠାକୁ ୧୫ଦିନ ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗର ପାଞ୍ଚ ଜଣ ସଦସ୍ୟ ଆସି ସୁନାର ସନ୍ଧାନରେ ଲାଗି ପଡିଛନ୍ତି । ଆପଣ ଏହି ଭିଡିଓରେ ଏକ ବଡ ଡ୍ରିଲ ମେସିନ ଥିବା ଦେଖି ପାରୁଥିବେ । ଇଲେକ୍ଟ୍ରିକାଲ ସର୍ଭେ କରିବା ପରେ ଯେଉଁଠି କିଛି ଖଣିଜ ଧାତବ ଥିବା ଜଣାପଡୁଛି ସେ ସ୍ଥାନକୁ ଏହି ମେସିନ ସାହାଯ୍ୟରେ ଡ୍ରିଲ କରାଯାଉଛି ।

ଡ୍ରିଲ କରି ପ୍ରଥେମ ନମୂନା ସଂଗ୍ରହ କରାଯାଉଛି ଏବଂ ନମୂନାକୁ ଲାବ୍ରେଟୋରିକୁ ପରୀକ୍ଷା ନିମନ୍ତେ ପଠାଯାଉଛି । ଏସବୁ ପରି ସେହି ଅଞ୍ଚଳରେ କେତେ ସୁନା ଗଚ୍ଛିତ ଅଛି ତାହା ସଂପୂର୍ଣ୍ଣ ଭାବେ ଜଣାପଡିବ । ସର୍ଭେ ହେବା ପରେ ସଠିକ ଭାବେ କେତେ ପରିମାଣର ସୁନା ସେହି ସ୍ଥାନରେ ରହିଛି ବୋଲି ଜଣାପଡିବ । ତେବେ ଏଥିପାଇଁ ପ୍ରଥମେ ସର୍ଭେ କାର୍ଯ୍ୟ ଜାରି ରଖିଛନ୍ତି ପ୍ରତ୍ନତତ୍ତ୍ଵ ବିଭାଗର ସଦସ୍ୟମାନେ ।

ସ୍ଥାନୀୟ ବାସିନ୍ଦା ମଧ୍ୟ ଏହି ଖବର ପାଇବା ପରେ ବହୁତ ଖୁସି ହେଉଛନ୍ତି । ସେମାନଙ୍କ ଅଞ୍ଚଳରେ ଯଦି ସୁନାଖଣି ବାହାରେ ତେବେ ସ୍ଥାନୀୟ ଲୋକେ ରୋଜଗାରର ପନ୍ଥା ପାଇବେ । ଏହାସହ ସେମାନଙ୍କ ଅଞ୍ଚଳରେ ସୁନାଖଣି ବାହାରିଲେ ତାହା ସେମାନଙ୍କ ପାଇଁ ଗର୍ବ ଏବଂ ଗୌରବର କାରଣ ହେବ ବୋଲି ସେମାନେ କହିଛନ୍ତି । ଜଳଡିହ ଗ୍ରାମର ନାଁ ପୁରା ବ୍ଲକ ଏବଂ କେନ୍ଦୁଝର ଜିଲ୍ଲା ତଥା ଓଡିଶାରେ ସମସ୍ତେ ଜାଣିବେ ବୋଲି ଖୁସି ହେଉଛନ୍ତି ସ୍ଥାନୀୟ ବାସିନ୍ଦା ।

ଆଜିକାଲି ଟେକ୍ନୋଲୋଜି ବହୁତ ଆଗେଇଲାଣି । ଟେକ୍ନୋଲୋଜି ସାହାଯ୍ୟରେ କଠିନରୁ କଠିନ କାମ ମଧ୍ୟ ବହୁତ କମ୍ ସମୟ ମଧ୍ୟରେ ହୋଇପାରୁଛି ଓ କମ୍ ଖର୍ଚ୍ଚରେ ହୋଇପାରୁଛି । ପ୍ରତ୍ନତତ୍ତ୍ଵ ବିଭାଗ ସମସ୍ତ ଉପକରଣ ସହ ଜଳଡିହ ଗ୍ରାମର ସୁନଖଣି ଜଙ୍ଗଲରେ କ୍ୟାମ୍ପ ଲଗାଇ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ ସେମାନଙ୍କ କାର୍ଯ୍ୟ ଦେଖିବା ପାଇଁ କାର୍ଯ୍ୟସ୍ଥଳରେ ଆଗ୍ରହର ସହ ଅନେଇ ରହୁଛନ୍ତି ।

ଏହି ସମସ୍ତ ପରୀକ୍ଷା ନିରୀକ୍ଷା ପରେ ସେଠାରେ ଯଦି ସୁନା ଖଣି ହୁଏ ତେବେ ନିଶ୍ଚୟ ସାରା ଓଡିଶା ପାଇଁ ଏହା ଗର୍ବର ବିଷୟ ହେବ ଓ ଅନେକ ଲୋକ ଏହା ମାଧ୍ୟମରେ ରୋଜଗାର ପାଇ ଉପକୃତ ମଧ୍ୟ ହେବେ । ଏହାସହ ରାଜ୍ୟର ତଥା ଦେଶର ମଧ୍ୟ ଅର୍ଥନୀତିରେ ଏହା ବିଶେଷ ସହାୟକ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।