ବାବୁ ହେବ ତ ଏମିତି ! ରାସ୍ତା କଡରେ ବସି ବୃଦ୍ଧଙ୍କ ଦୁଃଖ ଶୁଣିଲେ IAS ଅଫିସର Ramesh Gholap, ଏବେ viral ହେବାରେ ଲାଗିଛି video

ଆଇଏଏସ କୁ ଦେଶର ସବୁଠୁ ସମ୍ମାନଜଣକ ଚାକିରି ବୋଲି କୁହାଯାଏ । ଅକ୍ଲାନ୍ତ ପରିଶ୍ରମ କରିବା ପରେ ହିଁ ଏହି ଚାକିରି ମିଳିଥାଏ । କିନ୍ତୁ ଠାରେ ଚିନ୍ତା କରନ୍ତୁ ଯେତେବେଳେ ଜଣେ ଆଇଏଏସ ଅଫିସର ରାସ୍ତା ଉପରେ ବସି ଲୋକଙ୍କ ଦୁଃଖ କଥା ଶୁଣିବେ ତେବେ ନିଶ୍ଚିତ ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଅଫିସର ରହିଲେ ଲୋକଙ୍କ ବୋଧ ହୁଏ ଆଉ କିଛି ଅସୁବିଧା ରହିବ ନାହିଁ ବୋଲି ଆପଣ ଭାବିବେ ।

ଜଣେ ଆଇଏଏସ ଅଫିସରଙ୍କ କିଛି ଫଟୋ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଫଟୋରେ ଦେଖିବାକୁ ମିଳୁଛି ଜଣେ ଆଇଏଏସ ଅଫିସର ରାସ୍ତା କଡରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ସହ ବସି କୌଣସି ଏକ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି । ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏହି ଫଟୋକୁ ଆଇଏଏସ ରମେଶ ଘୋଲାପ ନିଜେ ନିଜ ଟ୍ବିଟର ଆ-କା-ଉ-ଣ୍ଟରେ ପୋ-ଷ୍ଟ କରିଛନ୍ତି । ଆଉ ଫଟୋକୁ ୟୁଜର୍ସ ମାନେ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି ।

ସବୁଠୁ ଖାସ କଥା ହେଲା ଯେଉଁ ସମୟରେ ଆଇଏଏସ ଅଫିସର ବୃଦ୍ଧ ବ୍ୟକ୍ତିଙ୍କ ସହ ବସି କଥା ହେଉଥିଲେ ସେହି ସମୟରେ ଘୋଲାପ ଙ୍କର କୌଣସି ସୁରକ୍ଷାକର୍ମୀ ମଧ୍ୟ ପାଖରେ ନଥିଲେ । ସେମାନେ ପାଖରେ ଥିବା ଇନୋଭା କାରରେ ବସି କଥା ହେଉଥିଲେ ଓ ଘୋଲାପ ବାହାରେ ବସି ବୃଦ୍ଧଙ୍କ ସହ ଆଲୋଚନା କରୁଥିଲେ ।

ଆଇଏଏସ ରମେଶ ଘୋଲାପ ଏହି ଫଟୋ ଶେ-ୟା-ର କରିବା ସହ କ୍ୟାପସନରେ ଲେଖିଛନ୍ତି, “ମୋର ଅଭିଜ୍ଞତା କୁହେ ଆମେ ଯେଉଁ ସମୟରେ ମାଟିରେ ପାଦ ରଖୁ ସେତେବେଳେ ପାଦ ଖସେ ନାହିଁ । କିନ୍ତୁ ମାର୍ବଲରେ ପାଦ ଖସିବାର ଭ-ୟ ଅଧିକ ଥାଏ ।” ତେବେ ଯାହା ବି ହେଉ ଆଇଏଏସ ଅଫିସରଙ୍କ ଏହି ଫଟୋ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଆଇଏଏସ ଅଫିସରଙ୍କ ଏଭଳି ସରଳ ଏବଂ ନମ୍ର ମନୋଭାବକୁ ସମସ୍ତେ ଖୁବ ପ୍ରଶଂସା କରୁଛନ୍ତି ।

ଆଉ କହୁଛନ୍ତି ଆମ ଦେଶରେ ଯଦି ଏମିତି ସବୁ ଅଫିସର ମାନେ ଦୁଃଖୀ ଲୋକଙ୍କ କଥା ଶୁଣିବେ ତେବେ ଆଉ କାହାର କୌଣସି ଅଭାବ ରହିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ପେଜ୍ କୁ ଲାଇକ କରନ୍ତୁ ।