ସାଧାରଣତଃ ଦେଖାଯାଏ କି ଆମେ କିଛି ଜିନିଷ କିଣିବା ପରେ ଆମକୁ କିଛି ମୁଦ୍ରା ଫେରସ୍ତ ମିଳିଥାଏ । ଯାହା ବେଳେ ବେଳେ ଆମର ମନେ ନଥାଏ । ଏହା ବିଷୟରେ ସେତେବେଳେ ଜଣା ପଡେ ଯେତେବେଳେ ଆମେ କପଡା ବଦାଳି ଥାଉ କିମ୍ବା ଧୋଇବାକୁ ଦେଇଥାଉ । ସେହି ସମୟରେ ବେଳେ ବେଳ କିଛି ମୁଦ୍ରା ଆମ ପକେଟରୁ ବାହାରି ତଳେ ପଡିଯାଏ ।
କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହିଭଳି ପକେଟରୁ ମୁଦ୍ରା ପଡିବା ଆମକୁ କିଛି ସଂକେତ ଦେଇଥାଏ ।
ପକେଟରୁ ପଡିବା ମୁଦ୍ରା, ଦେଇଥାଏ ଏହି କଥାର ସଙ୍କେତ :
ଆମକୁ ଜୀବନରେ ଭିନ୍ନ ଭିନ୍ନ ପ୍ରକାରର ସଂକେତ ମିଳିଥାଏ । କିନ୍ତୁ ସେହି ସଂକେତ ବିଷୟରେ ବୁଝିବା ଓ ଜାଣିବାର ଆମକୁ ଆବଶ୍ୟକତା ଅଛି କି ଆଗକୁ ଆମ ସହିତ କଣ ହେବାର ଅଛି । କିନ୍ତୁ କିଛି ସଂକେତକୁ ଆମେ ନଜର ଅନ୍ଦାଜ କରିଦେଉ । ଏହିଭଳି ଆମେ ପକେଟରୁ ପଡିଥିବା ମୁଦ୍ରା ସହିତ ମଧ୍ୟ କରିଥାଉ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ସଂକେତ ବିଷୟରେ କହିବୁ ।
କହିବାକୁ ଗଲେ କପଡା ପିନ୍ଧିବା ସମୟରେ ପକେଟରୁ ମୁଦ୍ରା ପଡିବା ଏକ ବିଶେଷ ସଂକେତ ଦେଇଥାଏ । ଏହା ପଛରେ ବହୁତ ଶୁଭ ସଂକେତ ଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏହି ସଂକେତ ବିଷୟରେ କୁହାଯାଇଛି । ଯାହା ବିଷୟରେ ଆମେ ଅବଗତ ହେବା ଉଚିତ ।
ଏହା ଅଟେ ପକେଟରୁ ମୁଦ୍ରା ପଡିବାର ଅର୍ଥ :
ବିଦ୍ଵାନଙ୍କ ଅନୁସାରେ, ଯଦି କେହି କପଡା ପିନ୍ଧୁଥିବା ସମୟରେ ମୁଦ୍ରା ପଡିଯାଏ ତେବେ ଏହା ଏକ ଶୁଭ ସଂକେତ ଅଟେ । ଏହାର ଅର୍ଥ ଆସୁଥିବା ସମୟରେ ଆପଣଙ୍କ ସହିତ କିଛି ଭଲ ହେବାର ଅଛି । ଏହାକୁ ପ୍ରାୟତଃ ଲୋକମାନେ ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ଏହା ବେଳେ ବେଳେ ଆପଣଙ୍କ ପାଇଁ ବହୁତ ମହତ୍ଵ ରଖିଥାଏ ।
ଯଦି କପଡା ପିନ୍ଧୁଥିବା ସମୟରେ କିମ୍ବା ଘରୁ ବାହାରିବା ସମୟରେ ମୁଦ୍ରା ପଡିଯାଏ ତେବେ ଜଲ୍ଦି ଆପଣଙ୍କୁ ଧନ ଲାଭ ହେବାର ଅଛି । ଏହା ସହିତ କିଛି ନେବା ଦେବା ସମୟରେ ହାତରୁ ଯଦି କିଛି ମୁଦ୍ରା ଖସି ପଡେ ତେବେ ଏହାକୁ ବି ବହୁତ ଶୁଭ ବୋଲି କୁହାଯାଏ । ସବୁଠୁ ଅଧିକ ଶୁଭ ସେତେବେଳେ ହୋଇଥାଏ ଯେତେବେଳେ ମୁଦ୍ରା ଆପଣଙ୍କର ପକେଟରୁ କପଡା ବଦାଳୁଥିବା ସମୟରେ ପଡେ ।
ଯଦି ଏହିଭଳି କିଛି ଆପଣଙ୍କ ସହିତ ହେଉଛି ତେବେ ଆପଣଙ୍କୁ ଜଲ୍ଦି ହିଁ ଶୁଭ ଫଳ ପ୍ରାପ୍ତ ହେବାର ଅଛି ।
Tula rasi 2019 ra rasiphala