ଯେତେବେଳେ ବଲିଉଡ ବାହାର ଅଭିନେତ୍ରୀ କଥା ଉଠେ ସେତେବେଳେ ଗୋଟିଏ ଅଭିନେତ୍ରୀ ଜୟା ପର୍ଦ୍ଦାଙ୍କ ନାଁ ତ ଆସେ ଯିଏ ୭୦ ଏବଂ ୮୦ ଦଶକରେ ଗୋଟିଏ ରୁ ଗୋଟିଏ ବଡ଼ ଫିଲ୍ମ ଦେଇଛନ୍ତି । ସେ ତାଙ୍କ ଅଭିନୟ ବଳରେ ସମସ୍ତଙ୍କୁ ଦିୱାନା କରିଥିଲେ । ତାଙ୍କ ପ୍ରତି ଲୋକ ମାନଙ୍କର ଏତେ ଭଲପାଇବା ଥିଲା ଯେ ତାଙ୍କ ଫିଲ୍ମ ଅଧିକ ସକ୍ରିୟ ନହେବାରୁ ତାଙ୍କ ପ୍ରତି ଲୋକମାନଙ୍କର ଭଲପାଇବା କମିନାହିଁ । ଆପଣମାନେ ମାନେ ହୁଏତ ତାଙ୍କ ବିଷୟରେ ଖୁବ କମ୍ ଜାଣିଥିବେ ସେଥିପାଇଁ ଆଜି ଆମେ ତାଙ୍କ ବିଷୟରେ ଏବଂ ତାଙ୍କ ପୁତ୍ର ବିଷୟରେ କହିବୁ ।
ଏହି ସୁନ୍ଦର ଅଭିନେତ୍ରୀଙ୍କ ଜନ୍ମ ୩ ଅକ୍ଟୋବର ୧୯୬୨ରେ ଆନ୍ଧ୍ର ପ୍ରଦେଶରେ ହୋଇଥିଲା । ଯିଏ ୧୯୭୪ ମସିହାରେ ‘ଭୂମିରେ’ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ତେଲୁଗୁ ଏବଂ କନ୍ନଡ଼ ଫିଲ୍ମରେ କାମ କରିଥିଲେ ଏବଂ ୧୯୭୯ ମସିହାରେ ଫିଲ୍ମ ‘ସରଗମ୍’ ଜରିଆରେ ହିନ୍ଦୀ ସିନେ ଜଗତରେ ଡେବ୍ୟୁ କରିଥିଲେ । ଏଥିରେ ତାଙ୍କର ସୁନ୍ଦର ଅଭିନୟର ଯାଦୁ ଦେଖି ଅଲାଦ୍, ଆଜ୍ କା ଅର୍ଜୁନ ଏବଂ ତୋଫା ଭଳି ଫିଲ୍ମ ଅଫର୍ ମିଳିଲା । ସେ ବର୍ତ୍ତମାନ ଫିଲ୍ମ ଦୁନିଆରୁ ଦୂରେଇ ରାଜନୀତି ଦୁନିଆରେ ଭାଗ୍ୟ ପରିକ୍ଷା କରୁଛନ୍ତି ।
ଯଦି ଆମେ ତାଙ୍କ ବାସ୍ତବ ଜୀବନ ବିଷୟରେ କଥା ହେବା ତେବେ ତାଙ୍କ ସ୍ବାମୀଙ୍କ ନାଁ ଶ୍ରୀକାନ୍ତ ନାହାଟା ଯାହାଙ୍କୁ ସେ ୧୯୮୬ ମସିହାରେ ବିବାହ କରିଥିଲେ । ତାଙ୍କ ସ୍ବାମୀ ଜଣେ ଫିଲ୍ମ ପ୍ରଯୋଜକ ଅଟନ୍ତି, ଯିଏ ବର୍ତ୍ତମାନ ଅନେକ ଫିଲ୍ମ ପ୍ରଯୋଜନା କରି ସାରିଛନ୍ତି । ତାଙ୍କ ସ୍ବାମୀ ତାଙ୍କୁ ବିବାହ କରିବା ପୁର୍ବରୁ ଚନ୍ଦ୍ରା ନାହାଟାଙ୍କୁ ବିବାହ କରି ସାରିଥିଲେ ଯାହାପରେ ତାଙ୍କର ତିନି ସନ୍ତାନ ଥିଲେ । ଏହାପରେ ମଧ୍ୟ ସେ ଜୟା ପର୍ଦ୍ଦାଙ୍କୁ ବିବାହ କଲେ । ବର୍ତ୍ତମାନ ମଧ୍ୟ ଦୁହେଁ ଦୁହିଁଙ୍କ ସହ ସୁଖ ଭରା ଜୀବନ ବିତାଉଛନ୍ତି ।
ଜୟା ପର୍ଦ୍ଦାଙ୍କ ବିଷୟରେ କଥା ହେଲେ ସେ ଶ୍ରୀକାନ୍ତ ନାହାଟାଙ୍କୁ ବିବାହ କରିବା ପୁର୍ବରୁ ଅଭିନେତା ଜିତେନ୍ଦ୍ରଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଦୁଇଜଣ ଏକା ସାଙ୍ଗରେ ତେଲୁଗୁ, ତାମିଲ, ହିନ୍ଦୀରେ ଅନେକ ଗୁଡ଼ିଏ ଫିଲ୍ମରେ କାମ କରିଛନ୍ତି । ଏହା ଦ୍ବାରା ଦୁଇଜଣଙ୍କ ମଧ୍ୟରେ ପ୍ରେମ ହୋଇଗଲା ଏବଂ ଏହି ଯୋଡିକୁ ଦର୍ଶକ ମାନେ ଖୁବ ପସନ୍ଦ କଲେ କିନ୍ତୁ ନିଜ ଘର ସଂସାରକୁ ବଞ୍ଚାଇବା ପାଇଁ ନିଜ ପ୍ରେମ ସମ୍ପର୍କକୁ ଅଧା ରାସ୍ତାରେ ଛାଡ଼ିଦେଲେ । ଏହାପରେ ଶ୍ରୀକାନ୍ତ ନାହାଟା ତାଙ୍କ ଜୀବନରେ ଆସିଥିଲେ ଏବଂ ଆଜି ବି ସେ ମଧ୍ୟ ଖୁସିର ଜୀବନ ବିତାଉଛନ୍ତି ।
ଯଦି ତାଙ୍କ ସନ୍ତାନ ବିଷୟରେ କଥା ହେବା ତାଙ୍କର କୈାଣସି ସନ୍ତାନ ନାହାଁନ୍ତି କିନ୍ତୁ ସେ ତାଙ୍କ ଭଉଣୀର ପୁଅକୁ ପାଳନ୍ତି ଯାହାର ନାଁ ସିଦ୍ଧୁ । ସେ ମଧ୍ୟ ଜଣେ ଅଭିନେତା ଅଟନ୍ତି ଯିଏ ତେଲଗୁ ଫିଲ୍ମ ‘ଉରିୟେ ଉରିୟେ’ ଜରିଆରେ ଡେବ୍ୟୁ କରିଥିଲେ ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।