ବୋରୱେଲ ରେ ଖସି ପଡିଥିଲା 4 ବର୍ଷର ଶିଶୁ, ଏହି ଦେଶୀ ଉପାୟରେ ବୃଦ୍ଧ ଜଣକ ଏମିତି ବଞ୍ଚାଇଲେ ତାହାର ଜୀବନ, ଦେଖନ୍ତୁ ଭିଡିଓ

ଯୋଧପୁର : ଲଚରି ଗାଁ, ଜିଲ୍ଲା- ଜାଲୋର, ରାଜସ୍ଥାନ ଠାରେ ୪ବର୍ଷ ବୟସର ବାଳକ ଅନିଲ ଯିଏ ନଳକୂପରେ ଖସି ପଡିଥିଲେ । ତାଙ୍କୁ ବାହାର କରିବା ପାଇଁ ଗୁଜୁରାଟ, ରାଜସ୍ଥାନ ଏବଂ ଅନେକ ସ୍ଥାନରୁ ସାହାଯ୍ୟ କରିବା ପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF) ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ (SDRF) ଟିମ୍ ଉଦ୍ଧାର କାର୍ଯ୍ୟ ପାଇଁ ଆଗେଇ ଆସିଥିଲେ । ଅନେକ ସମୟ ଧରି ଚେଷ୍ଟା କରିବା ସତ୍ତ୍ୱେ ତାଙ୍କୁ ସଫଳତା ହାତରେ ଲାଗିଲା ନାହିଁ । ଏହାପରେ ଗୋଟିଏ ଦେଶୀ ବ୍ୟବସ୍ଥା ମାଧ୍ୟମରେ ତାଙ୍କୁ ବଞ୍ଚାଇ ଦେଇ ପାରିଲେ । ସେହି ୪ବର୍ଷର ବାଳକଟିକୁ ରକ୍ଷା କରିଥିବା ବ୍ୟକ୍ତି ମାଧାରାମ ସୂଥାର ଅଟନ୍ତି ।

ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା ସେ କେମିତି ଏହି କାରନାମା କରିଥିଲେ ? ସେ ଉତ୍ତରରେ କହିଲେ ପ୍ରଥମେ ସେ ୩ଟି ପାଇପ୍ ନେଇଥିଲେ । ଏହାପରେ ସେ ଦଉଡ଼ି ବା ରଶି ସାହାଯ୍ୟରେ ଏହାକୁ ଗଣ୍ଠି ପକାଇ ଥିଲେ । ଏହାପରେ ସେ ସେହି ୩ଟି ପାଇପ୍ ସାହାଯ୍ୟରେ ନଳକୂପରେ ଫସି ରହିଥିବା ପିଲାକୁ ଉଦ୍ଧାର କରିଥିଲେ । ତାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ସେ ଏହି କାର୍ଯ୍ୟ ଅତି ସହଯରେ କିପରି କରି ପାରିଲି ?

ସେ କହିଲେ ନଳକୂପର କାର୍ଯ୍ୟ ୩୦ ବର୍ଷରୁ ଅଧିକ ହୋଇଗଲାଣି କରୁଛନ୍ତି । ଏଥିରେ ତାଙ୍କର ଅନେକ ଅଭିଜ୍ଞତା ରହିଛି ବୋଲି କୁହନ୍ତି । ଯେତେବେଳେ ପିଲାଟି ନଳକୂପରେ ଖସି ପଡିଥିଲା ସେତେବେଳେ ମୁଁ ଚିନ୍ତା କଲି ନଳକୂପରେ କେଉଁ ଭଳି କାର୍ଯ୍ୟ କରାଯାଏ, ଏହାକୁ ମନରେ ରଖି ଏଭଳି ଦେଶି ପଦ୍ଧତିରେ ଏହାକୁ ପ୍ରସ୍ତୁତ କଲି ଏବଂ ତାହା ସଫଳ ମଧ୍ୟ ହେଲା ।

ଯେତେବେଳେ ଏନ୍ ଡି ଆର୍ ଏଫ୍ ଟିମ୍ ଏବଂ ଏସ୍ ଡି ଆର୍ ଏଫ୍ ଆସିଲେ ସେମାନଙ୍କ ଅନେକ ପ୍ରକାରର ଚେଷ୍ଟା ସତ୍ତ୍ବେ ସେମାନେ ଅସଫଳ ରହିଲେ କିନ୍ତୁ ମାଧାରାମ ଏହି ଉନ୍ନତ ଧରଣର କାରନାମା କରି ଦେଖାଇ ଥିଲେ । ପିଲାଟିକୁ ମୃ-ତ୍ୟୁ ମୁଖରୁ ଛଡ଼ାଇ ପୁନର୍ଜନ୍ମ ଦେଇଛନ୍ତି ।

ରାଜସ୍ଥାନର ରହୁଥିବା ଏହି ବାସିନ୍ଦା ଜଣକ ଏପରି କାରନାମା କରି ଦେଖାଇବେ ବୋଲି କେହି କଳ୍ପନା ମଧ୍ୟ କରି ନଥିଲେ କିନ୍ତୁ ସେ ବର୍ତ୍ତମାନ ସମସ୍ତ ପ୍ରଶଂସାର ପାତ୍ର ହୋଇ ଛନ୍ତି । ଖାଲି ଏତିକି ନୁହେଁ, ଏଥିପାଇଁ ତାଙ୍କୁ ସରକାରଙ୍କ ତରଫରୁ ମଧ୍ୟ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

[embedyt] https://www.youtube.com/watch?v=X8az4LBftkg[/embedyt]

ଖାଲି ସେତିକି ନୁହେଁ ଯେତେବେଳେ ଅନିଲ ଦିୱାସୀ ନୂଆ ଖୋଳା ହେଉଥିବା ନଳକୂପରେ ପ୍ରାତ ୦୪:୩୦ ବେଳେ ଖସି ପଡିଥିଲେ ସେତେବେଳେ ମାଧାରାମ ସୂଥାର ଗାଁ ଲୋକ ଏବଂ ଉପସ୍ଥିତ ବୁଦ୍ଧି ସାହାଯ୍ୟରେ ପାଇପ୍ ଦ୍ଵାରା ଖାଦ୍ୟ ଏବଂ ଜଳ ମଧ୍ୟ ଭିତରକୁ ପଠାଇ ଥିଲେ । ସରକାର ମଧ୍ୟ ତାଙ୍କର ଏହି କାରନାମା ତାଙ୍କୁ ଅନେକ କୃତଜ୍ଞତା ଜ୍ଞାପନ କରିଛନ୍ତି ଯାହା ଅନିଲକୁ ଏକ ନୂଆ ଜୀବନ ଦେଇ ଥିବାରୁ ।